Posted inଖେଳ

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ କରିଛି। ଏହା ଦିଲ୍ଲୀର କ୍ରମାଗତ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ମୁମ୍ୱାଇର ଏହା ପ୍ରଥମ ପରାଜୟ।

ପାଇ ବ୍ୟାଟିଂ କରିଥିବା ମୁମ୍ୱାଇ ଆରମ୍ଭରୁ ରିଆନ ରିକଲଟନ(୯) ଓ ତିଲକ ବର୍ମା(୦)ଙ୍କ ଉଇକେଟ ହରାଇଥିଲା। ଭେଟେରାନ ଓପନର ରୋହିତ ଶର୍ମା କାମଚଳା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ତୃତୀୟ ଉଇକେଟରେ ୫୩ ରନ ଯୋଡ଼ିଥିଲେ। ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ରୋହିତ (୨୬ ବଲ, ୩୫ ରନ, ୫ ଚୌକା ଓ ୧ ଛକା), ଶେର୍ଫାନେ ରଦରଫୋର୍ଡ (୫) ଓ ସୂର୍ଯ୍ୟକୁମାର (୩୬ ବଲ ୫୧ ରନ, ୩ ଚୌକା ଓ ୨ ଛକା)ଙ୍କ ଉଇକେଟ ହରାଇଥିଲା। ଶେଷ ଆଡ଼କୁ ନମନ ଧୀର ୨୮ (୨ ଚୌକା ଓ ୧ ଛକା) ଓ ମିଚେଲ ସାଣ୍ଟନର ୧୮(୨ ଚୌକା) ରନ କରିଥିଲେ। ଫଳରେ ମୁମ୍ୱାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୬୨ ରନ କରିଥିଲା।

ଜବାବରେ ଦିଲ୍ଲୀ ମାତ୍ର ୭ ରନ ମଧ୍ୟରେ ଲୋକେଶ ରାହୁଲ (୧) ଓ ନୀତୀଶ ରାଣା (୦)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ଓପନର ପଥୁମ ନିଶଙ୍କା ଓ ସମୀର ରିଜ୍‌ଭୀ ଦାୟିତ୍ୱ ସମ୍ଭାଳିଥିଲେ। ଦୁହେଁ ୬୬ ରନ ଯୋଡ଼ି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଆଟାକିଂ ବ୍ୟାଟିଂ କରୁଥିବା ନିଶଙ୍କା ୩୦ ବଲରେ ୪୪ (୬ ଚୌକା ଓ ୧ ଛକା) ରନ କରି ଦଶମ ଓଭରରେ ମିଚେଲ ସାଣ୍ଟନରଙ୍କ ବଲରେ ଆଉଟ୍‌ ହୋଇଥିଲେ। ଏହିଠାରୁ ରିଜ୍‌ଭୀ ଆଟାକିଂ ବ୍ୟାଟିଂ କରିଥିବା ବେଳେ ଡେଭିଡ୍‌ ମିଲର ତାଙ୍କୁ ଆବଶ୍ୟକୀୟ ସମର୍ଥନ ପ୍ରଦାନ କରିଥିଲେ। ଦୁଇ ବ୍ୟାଟର ଚତୁର୍ଥ ଉଇକେଟରେ ୩୯ ବଲରେ ୭୮ ରନ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ରିଜ୍‌ଭୀ ୫୧ ବଲରେ ୭ ଲେଖାଏ ଚୌକା ଓ ଛକା ସହିତ ୯୦ ରନ କରି ଆଉଟ୍‌ ହୋଇଥିଲେ। ଏହା ତାଙ୍କର ଲଗାତର ଦ୍ୱିତୀୟ ଅର୍ଦ୍ଧଶତକ। ଏହାପରେ ମିଲର (୨୧ ରନ, ୪ ଚୌକା) ଓ ଟ୍ରିଷ୍ଟାନ ଷ୍ଟବ୍ସ (୩) ଅପରାଜିତ ରହି ମ୍ୟାଚ୍‌ ଫିନିଶ କରିଥିଲେ। ଦିଲ୍ଲୀ ୧୮.୧ ଓଭରରେ ୪ ଉଇକେଟ ହରାଇ ୧୬୪ ରନ କରି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri