ବାଦ୍‌ ପଡ଼ିଲା ପଞ୍ଜାବ: ଦିଲ୍ଲୀ ପ୍ଲେଅଫ୍‌ ନିକଟତର

ମୁମ୍ବାଇ,୧୬।୫: ସ୍ଥାନୀୟ ଡିଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୧୭ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଦେଇଛି। ଏହି ବିଜୟ ଯୋଗୁ ଦିଲ୍ଲୀର ପ୍ଲେଅଫ୍‌ ନିକଟତର ହେବା ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ ପଞ୍ଜାବର ପ୍ଲେଅଫ୍‌ ଆଶା ପ୍ରାୟତଃ ଶେଷ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୫୯ ରନ୍‌ କରିଥିଲା। ଜବାବରେ ପଞ୍ଜାବ ୯ ଉଇକେଟରେ ୧୪୨ ରନ୍‌ କରବାକୁ ସକ୍ଷମ ହୋଇଥିଲା।
ଟସ୍‌ ଜିତି ମୟଙ୍କ ଅଗ୍ରଓ୍ବାଲ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦିଲ୍ଲୀ ପ୍ରଥମ ବଲରେ ଡେଭିଡ୍‌ ଓ୍ବାର୍ନର(୦)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ସର୍ଫରାଜ ଖାନ (୩୨ ରନ୍‌, ୫ ଚୌକା ଓ ୧ ଛକା)ଙ୍କ ସହ ମାର୍ଶ ମିଶି ଦଳୀୟ ସ୍କୋରକୁ ୫ ଓଭରରେ ୫୦ ରନ୍‌ ପାର କରାଇଥିଲେ। ତା’ ପରେ ଲଲିତ ଯାଦବ (୨୪) ଓ ମାର୍ଶ ତୃତୀୟ ଉଇକେଟ ପାଇଁ ୪୭ ରନ୍‌ ଯୋଡ଼ିଥିଲେ। ଏହାପରେ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ପଡ଼ିଯିବାରୁ ଦିଲ୍ଲୀ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଶେଷ ଆଡ଼କୁ ଆଟାକିଂ ବ୍ୟାଟିଂ କରୁଥିବା ମାର୍ଶ (୬୩ ରନ୍‌, ୪ ଚୌକା ଓ ୩ ଛକା) ୧୯ତମ ଓଭରରେ କାଗିଶୋ ରାବାଡାଙ୍କ ବଲରେ ଆଉଟ୍‌ ହୋଇଥିଲେ। ପରେ ଅକ୍ଷର ପଟେଲ (୧୭*)ଙ୍କ ଯୋଗୁ ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ ପାଇଁ ଲିଆମ ଲିଭିଂଷ୍ଟୋନ ଓ ଅର୍ଶଦୀପ ସିଂ ୩ ଲେଖାଏ ଉଇକେଟ ନେଇଥିବା ବେଳେ ରାବାଡା ଗୋଟିଏ ଉଇକେଟ ହାତେଇଥିଲେ। ଜବାବରେ ପଞ୍ଜାବକୁ ୩.୪ ଓଭରରେ ୩୮ ରନ୍‌ର ବିସ୍ଫୋରକ ଆରମ୍ଭ ଦେଇଥିଲେ ଜନ୍ନି ବେଆରଷ୍ଟୋ(୨୮ ରନ୍‌, ୪ ଚୌକା ଓ ୧ ଛକା) ଏବଂ ଶିଖର ଧାଓ୍ବନ(୧୯ ରନ୍‌, ୩ ଚୌକା)। କିନ୍ତୁ ତା’ ପରେ ଦଳ ୬ ଓଭରରେ ୬ ଉଇକେଟ ହରାଇବାରୁ ପଞ୍ଜାବର ବ୍ୟାଟିଂ ଲାଇନ୍‌ ଦିଗହରା ହୋଇଯାଇଥିଲା। ମାତ୍ର ଜିତେଶ ଶର୍ମା (୪୪ ରନ୍‌, ୩ ଚୌକା ଓ ୨ ଛକା) ଓ ରାହୁଲ ଚହର (୨୫* ରନ୍‌, ୨ ଚୌକା ଓ ୧ ଛକା) ଶେଷ ପର୍ଯ୍ୟନ୍ତ ଦଳର ବିଜୟ ଆଶାକୁ ବଞ୍ଚାଇ ରଖିଥିଲେ। ଏହାସତ୍ତ୍ୱେ ପଞ୍ଜାବ ୨୦ ଓଭରରେ ୯ ଉଇକେଟ ହରାଇ ୧୪୨ ରନ୍‌ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୂଳ ଠାକୁର ୩୬ ରନ୍‌ ବିନିମୟରେ ୪ ଉଇକେଟ ନେଇଥିଲେ, ଯାହାକି ତାଙ୍କ ଆଇପିଏଲ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ତାଙ୍କ ବ୍ୟତୀତ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୨ ଲେଖାଏ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ: ୨୦ ଓଭରରେ ୧୫୯/୭(ମିଚେଲ ମାର୍ଶ-୬୩, ସର୍ଫରାଜ ଖାନ-୩୨, ଲଲିତ ଯାଦବ-୨୪, ଲିଆମ ଲିଭିଂଷ୍ଟୋନ-୩/୨୭, ଅର୍ଶଦୀପ ସିଂ-୩/୩୭)।
ପଞ୍ଜାବ କିଙ୍ଗ୍ସ: ୨୦ ଓଭରରେ ୧୪୨/୯(ଜିତେଶ ଶର୍ମା-୪୪, ଜନ୍ନି ବେଆରଷ୍ଟୋ-୨୮, ରାହୁଲ ଚହର-୨୫*, ଶାର୍ଦ୍ଦୂଳ ଠାକୁର-୪/୩୬, ଅକ୍ଷର ପଟେଲ-୨/୧୪, କୁଲଦୀପ ଯାଦବ-୨/୧୪)।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri