ଟସ୍‌ ଜିତି ବ୍ୟାଟିଂ କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସର ନିଷ୍ପତ୍ତି

ଦୁବାଇ, ୨୦।୧୦: ଚଳିତ ଆଇପିଏଲ୍‌ର ୩୮ତମ ମ୍ୟାଚ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ ପ୍ରଥମେ ବୋଲିଂ କରିବ। ଟୁର୍ନାମେଣ୍ଟରେ ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ୯ ମ୍ୟାଚ୍‌ ଖେଳି ୭ ବିଜୟ ଓ ୨ ପରାଜୟ ସହ ୧୪ ପଏଣ୍ଟ ପାଇ ଟେବୁଲ ତାଲିକାର ସର୍ବାଗ୍ରେ ରହିଛି। ଅପରପକ୍ଷରେ ପଞ୍ଜାବ ୯ ମ୍ୟାଚରୁ ୩ ବିଜୟ ଓ ୬ ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ୭ମ ସ୍ଥାନ ଲାଭ କରିଛି। ସ୍ମରଣଯୋଗ୍ୟ, ଦିଲ୍ଳୀ ଓ ପଞ୍ଜାବ ମଧ୍ୟରେ ଚଳିତ ସିଜନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ଟାଇ ରହିଥିଲା। ତେବେ ସୁପର୍‌ ଓଭରରେ ଦିଲ୍ଲୀ ବାଜିମାତ୍‌ କରିନେଇଥିଲା।

Share