Posted inଖେଳ

ଦିଲ୍ଲୀ କ୍ୟାପିଟାଲ୍ସର ଚତୁର୍ଥ ବିଜୟ

ଦୁବାଇ, ୬।୧୦-ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟି୍‌ଂ, ମାର୍କୁସ ଷ୍ଟୋଇନିସଙ୍କ ଅପରାଜିତ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ୫୯ ରନରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୪ ଉଇକେଟ ହରାଇ ୧୯୬ ରନ କରିଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୨୦ ଓଭରରେ ୯ ଉଇକେଟ ହରାଇ ୧୩୭ ରନ କରି ପାରିଥିଲା। ୫ ମ୍ୟାଚରୁ ୪ର୍ଥ ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷକୁ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟପକ୍ଷରେ ୫ ମ୍ୟାଚରୁ ଦ୍ୱିତୀୟ ପରାଜୟ ବରଣ କରିଥିବା ଆରସିବି ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ବଡ଼ ସ୍କୋରର ପିଛା କରି ଆରସିବି ମାତ୍ର ୨୭ ରନରେ ଦୁଇ ଓପନରଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଦେବଦତ୍ତ ପଡିକାଲ ୪ ଓ ଆରୋନ ଫିଞ୍ଚ୍‌ ୧୩ ରନ କରି ଆଉଟ ହୋଇଥିଲେ। ପରେ ଏବି ଡି’ଭିଲର୍ସ ମାତ୍ର ୯ ରନରେ ଆଉଟ ହେବା ଦଳ ପାଇଁ ଶକ୍ତ ଝଟ୍‌କା ସଦୃଶ ହୋଇଥିଲା। ବଡ଼ ଶଟ୍‌ ଖେଳିବା ଦକ୍ଷତା ରଖିଥିବା ମୋଇନ୍‌ ଅଲୀ କ୍ରିଜରେ ଯୋଗ ଦେଇଥିଲେ ହେଁ ମାତ୍ର ୧୧ ରନର ଯୋଗଦାନ ଦେଇ ପାରିଥିଲେ। ଫଳରେ କୋହଲିଙ୍କ ଉପରେ ଚାପ କ୍ରମଶଃ ବଢ଼ିଥିଲା। ୧୪ତମ ଓଭରରେ ବୋଲିଂ କରିଥିବା କାଗିଶୋ ରାବାଡ଼ାଙ୍କ ତୃତୀୟ ବଲ୍‌ରେ ଉଇକେଟ କିପର ରିଷଭ ପନ୍ତଙ୍କୁ କ୍ୟାଚ ଦେଇ କୋହଲି ପ୍ୟାଭିଲିୟନ ଫେରିବା ସହ ଆରସିବିର ବିଜୟ ଆଶା ଶେଷ ହୋଇ ଯାଇଥିଲା। ୩୯ଟି ବଲ୍‌ ଖେଳିଥିବା କୋହଲି ୨ ଚୌକା ଓ ୧ ଛକା ସହାୟତାରେ ୪୩ ରନ କରିଥିଲେ। ଓ୍ବାଶିଂଟନ ସୁନ୍ଦର ୧୭ ଓ ଶିବମ୍‌ ଦୁବେ ୧୧ ରନ କରିବାକୁ ସକ୍ଷମ ହୋଇଥିଲେ।
ଦିଲ୍ଲୀ ପକ୍ଷରୁ କାଗିଶୋ ରାବାଡ଼ା ୪ଟି, ଏନରିଚ୍‌ ନର୍ଜେ ଓ ଅକ୍ଷର ପଟେଲ ୨ଟି ଲେଖାଏ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଆରସିବି ଅଧିନାୟକ ବିରାଟ କୋହଲି। ଦିଲ୍ଲୀ ପକ୍ଷରୁ ପୃଥ୍ବୀ ଶ’ ଓ ଶିଖର ଧାଓ୍ବନ ବିସ୍ଫୋରକ ଆରମ୍ଭ କରିଥିଲେ। ପୂର୍ବ ମ୍ୟାଚ ଗୁଡ଼ିକ ଭଳି ଓ୍ବାଶିଂଟନ ସୁନ୍ଦର ଚମତ୍କାର ବୋଲିଂ କରିଥିଲେ ହେଁ ଅନ୍ୟ ବୋଲରଙ୍କୁ ଏ ଦୁହେଁ ଟାର୍ଗେଟ କରିଥିଲେ। ଫଳରେ ପାଓ୍ବାର ପ୍ଲେ ୬ ଓଭର ବେଳକୁ ଦିଲ୍ଲୀ କୌଣସି ଉଇକେଟ ନ ହରାଇ ୬୩ ରନ ସଂଗ୍ରହ କରି ନେଇଥିଲା। ୪୦ ବଲ୍‌ରୁ ୬୮ ରନ ସଂଗ୍ରହ ହେବାପରେ ପୃଥ୍ବୀ ଆଉଟ ହୋଇଥିଲେ। ଚଳିତ ସିଜନରେ ପ୍ରଥମଥର ପାଇଁ ଖେଳିବା ସୁଯୋଗ ପାଇଥିବା ମହମ୍ମଦ ସିରାଜ ଆରସିବିକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ୨୩ଟି ବଲ୍‌ ଖେଳିଥିବା ପୃଥ୍ବୀ ୫ ଚୌକା ଓ ୨ ଛକା ସହାୟତାରେ ୪୨ ରନ ସଂଗ୍ରହ କରିଥିଲେ। ଏହାର ୩ ଓଭର ପରେ ଧାଓ୍ବନ ୩୨(୨୮ ବଲ, ୩ ଚୌକା) ରନ କରି ଆଉଟ ହୋଇଥିଲେ। ଅଧିନାୟକ ଶ୍ରେୟାସ ଆୟାର ମାତ୍ର ୧୧(୧୩ ବଲ, ୧ ଚୌକା) ରନରେ ଆଉଟ ହେବା ଦଳକୁ ଧକ୍କା ପହଞ୍ଚାଇଥିଲେ ହେଁ ରିଷଭ ପନ୍ତ ଓ ମାର୍କୁସ ଷ୍ଟୋଇନିସ ୪ର୍ଥ ଉଇକେଟରେ ୮୯ ରନ ଯୋଗ କରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ୧୯ତମ ଓଭର ବୋଲିଂ କରିଥିବା ମହମ୍ମଦ ସିରାଜଙ୍କ ଦ୍ୱିତୀୟ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ ପନ୍ତ। ସେ ୨୫ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହାୟତାରେ ୩୭ ରନ କରିଥିଲେ। ଷ୍ଟୋଇନିସ ଦଳ ପକ୍ଷରୁ ସର୍ବାଧିକ ୫୩ ରନ କରି ଅପରାଜିତ ରହିଥିଲେ। ସେ ମାତ୍ର ୨୬ଟି ବଲ୍‌ ଖେଳିଥିବାବେଳେ ନିଜ ଇନିଂସ ମଧ୍ୟରେ ୬ ଚୌକା ଓ ୨ ଛକା ମାରିଥିଲେ। ଶିମରନ ହେଟମେର ୭ ବଲ୍‌ରୁ ୧୧(୧ ଛକା) ରନରେ ଅପରାଜିତ ଥିଲେ। ଆରସିବି ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ୨ଟି ଏବଂ ଇସୁରୁ ଉଡାନା ଓ ମୋଇନ ଅଲୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଓ୍ବାଶିଂଟନ ସୁନ୍ଦର ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୨୦ ରନ ବ୍ୟୟ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୯୬/୪ (ଷ୍ଟୋଇନିସ-୫୩*, ପୃଥ୍ବୀ-୪୨, ପନ୍ତ-୩୭, ଧାଓ୍ବନ-୩୨, ସିରାଜ-୨/୩୪, ଉଡାନା-୧/୪୦, ମୋଇନ-୧/୨୧)। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୩୭/୯ (କୋହଲି-୪୩, ରାବାଡ଼ା-୪/୨୪, ଅକ୍ଷର-୨/୧୮, ନର୍ଜେ-୨/୨୨, ଅଶ୍ୱିନ-୧/୨୬)।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri