ଆଜିର ମ୍ୟାଚ୍‌କୁ ନେଇ ବଢିଲା ସସ୍‌ପେନ୍ସ

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ ଉପରେ କରୋନା ଛାୟା ପଡିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଖେଳାଳି ଜଣେ ବିଦେଶୀ ବୋଲି ଜଣାପଡିଛି। ଏହି କାରଣରୁ ଆଜିର ମ୍ୟାଚ୍‌କୁ ନେଇ ସସ୍‌ପେନ୍ସ ବଢିଛି। ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଆଜି ମୁମ୍ବାଇରେ ମ୍ୟାଚ ଖେଳାଯିବ।
ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ମହାମାରୀ କରୋନା ଭାଇରସ ପ୍ରବେଶ କରିବା ପରେ ବଦଳିଛି ମ୍ୟାଚର ଭେନ୍ୟୁ ବଦଳାଯାଇଥିଲା। ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ପୁଣେରେ ମ୍ୟାଚ ଖେଳାଯିବାର ଥିଲା। କିନ୍ତୁ ଏବେ ଏହି ମ୍ୟାଚ୍ଟି ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦିଲ୍ଲୀର ଫିଜିଓ ପ୍ୟାଟ୍ରିକ ଫରହାର୍ଟ(ଏପ୍ରିଲ ୧୫), ସ୍ପୋର୍ଟସ ମ୍ୟାସେଜ ଥେରାପିଷ୍ଟ ଚେତନ କୁମାର(ଏପ୍ରିଲ ୧୬), ଖେଳାଳି ମିଚେଲ ମାର୍ଶ (ଏପ୍ରିଲ ୧୮), ଦଳର ଡାକ୍ତର ଅଭିଜିତ ସାଲଭି(ଏପ୍ରିଲ ୧୮) ଓ ସୋଶାଲ ମିଡିଆ ସଦସ୍ୟ ଆକାଶ ମାନେ(ଏପ୍ରିଲ ୧୮) କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ କରୋନା ଆକ୍ରାନ୍ତ ଏବେ ଆଇସୋଲେସନରେ ଅଛନ୍ତି । ଏପ୍ରିଲ ୧୬ରୁ ଦିଲ୍ଲୀ କ୍ୟାମ୍ପର ସବୁ ସଦସ୍ୟଙ୍କର ନିୟମିତ କରୋନା ଟେଷ୍ଟ କରାଯାଉଛି।

Share