Categories: ଖେଳ

ଅଶ୍ୱିନଙ୍କ ସପକ୍ଷରେ ବାହାରିଲା ପୂରା ଦଳ

ଦୁବାଇ,୩୦।୯: ନିକଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ଆଇପିଏଲ ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ରେ ଦିଲ୍ଲୀ ବ୍ୟାଟିଂ କରୁଥିବା ବେଳେ ଫିଲ୍ଡରଙ୍କ ଥ୍ରୋ ନନ୍‌ ଷ୍ଟାଇକର ଏଣ୍ଡରେ ଛିଡ଼ା ହୋଇଥିବା ରିଷଭ ପନ୍ତଙ୍କ ହାତରେ ବଲ ବାଜିଥିଲା। ଏହାସତ୍ତ୍ୱେ ରବିଚନ୍ଦ୍ରନ ଅଶ୍ୱିନ ସିଙ୍ଗଲ ରନ୍‌ ଚୋରାଇ ନେଇଥିଲେ। ଏହାକୁ ନେଇ କେକେଆର୍‌ ଅଧିନାୟକ ଇଆନ ମୋର୍ଗାନ ଓ ଟିମ୍‌ ସୌଦିଙ୍କ ସହ କଥା କଟାକଟି କରିଥିଲେ ଅଶ୍ୱିନ। ସାଧାରଣତଃ ଫିଲ୍ଡରଙ୍କ ଥ୍ରୋ ବ୍ୟାଟ୍ସମ୍ୟାନ କିମ୍ବା ନନ୍‌ ଷ୍ଟ୍ରାଇକରଙ୍କ ଶରୀରରେ ବାଜିଲେ ରନ୍‌ ଦୌଡ଼ନ୍ତି ନାହିଁ। କାରଣ ଏହାକୁ କ୍ରିକେଟର ସ୍ପିରିଟ୍‌ ବିରୋଧରେ ଚିନ୍ତା କରାଯାଏ। କିନ୍ତୁ ଏ ସମ୍ପର୍କରେ ସେମିତି କୌଣସି ନିୟମ ନାହିଁ।

ଏହା ଉପରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବାର୍ନ ଟୁଇଟ୍‌ କରି ଲେଖିଥିଲେ, ଏହି ବିଷୟ ଉପରେ ଅଶ୍ୱିନ ଓ ପୂରା ବିଶ୍ୱ ବିଭାଜିତ ହେବା ଉଚିତ ନୁହେଁ। ଏହା କ୍ରୀଡ଼ା ପ୍ରତି ଅପମାନ। ଏଭଳି ଘଟଣା କଦାପି ଘଟିବା କଥା ନୁହେଁ। ପୁଣି ଥରେ ଏମିତି ବିବାଦରେ ଅଶ୍ୱିନ କ’ଣ ପାଇଁ ଫଶିଛନ୍ତି। ମୋ ମତରେ ଏହାକୁ ବିରୋଧ କରିବାର ପୂରା ଅଧିକାର ମୋର୍ଗନଙ୍କ ପାଖରେ ରହିଛି। ଏହାର ଉତ୍ତର ଦେଇଛନ୍ତି ଦିଲ୍ଲୀ ଫ୍ରାଞ୍ଚାଇଜର ଉପ ପ୍ରତିଷ୍ଠାତା ପାର୍ଥ ଜିନ୍ଦଲ। ସେ ଓ୍ବାର୍ନଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି ୨୦୧୯ ବିଶ୍ୱକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲଙ୍କ ଥ୍ରୋ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ବଲ ବାଉଣ୍ଟ୍ରି ବାହାରକୁ ପଳାଇଥିଲା। ଏଥିଲାଗି ଇଂଲଣ୍ଡକୁ ୪ ରନ୍‌ ଦିଆଯାଇଥିଲା, ଯାହାଫଳରେ ଦଳ ବିଶ୍ୱକପ୍‌ ହାତେଇଥିଲା। ସେତେବେଳେ କେହି ପ୍ରଶ୍ନ ଉଠାଇ ନ ଥିଲେ। କିନ୍ତୁ ଅଶ୍ୱିନ ସିଙ୍ଗଲ ଚୋରାଇ ନେବାରୁ ସମସ୍ତେ ତାଙ୍କ ପଛରେ ପଡ଼ିଯାଇଛନ୍ତି ବୋଲି

 

Share