Posted inଜାତୀୟ

ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ହୁତୁହୁତୁ ହୋଇ ଜଳିଗଲା କାର୍‌

ନୂଆଦିଲ୍ଲୀ,୧୦।୧୧: ସୋମବାର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ଏକ କାର୍‌ ବିସ୍ଫୋରଣ ଯୋଗୁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ଖବର ମିଳିଛି ଯେ ବିସ୍ଫୋରଣରେ ନିକଟରେ ଥିବା ତିନୋଟି ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍‌ ନମ୍ବର ୧ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। ଦିଲ୍ଲୀ ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି। ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛ। ହେଲେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇନାହିଁ।

ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି, ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରି ଶବ୍ଦ ହୋଇଥିବା ଖବର ଅଗ୍ନିଶମ ବିଭାଗ ପାଇଥିଲା। ଦଶଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍‌ ନମ୍ବର ୧ ନିକଟରେ ଏକ କାର ବିସ୍ଫୋରଣ ହୋଇଛି, ଯାହା ଫଳରେ ନିକଟରେ ଥିବା ତିନୋଟି ଗାଡ଼ିରେ ନିଆଁ ଲାଗିଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଟିମ୍‌ ପଠାଯାଇଛି।

 

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri