Posted inଜାତୀୟ

ପୀଡ଼ିତା ପରିବାରଙ୍କୁ ଭେଟିବାକୁ ଯାଇ ବିରୋଧର ସମ୍ମୁଖୀନ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୪।୮: ସନ୍ଦେହଜନକ ପରିସ୍ଥିତିରେ ଦିଲ୍ଲୀର କ୍ୟାଣ୍ଟ ଅଞ୍ଚଳର ଜଣେ ୯ବର୍ଷର ନାବାଳିକାର ମୃତ୍ୟୁ ହେବା ପରେ ଏବେ ମାମଲା ସରଗରମ ହେବାରେ ଲାଗିଛି। ଏହାକୁ ନେଇ ରାଜନୀତିକରଣ ଆରମ୍ଭ ହୋଇଯାଇଛି। ପୀଡିତାଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇଁ ନିବେଦନ କରାଯାଇଛି। ଇତିମଧ୍ୟରେ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ପହଞ୍ଚିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା। କେତେକ ଲୋକ କେଜରିଓ୍ବାଲଙ୍କୁ ବିରୋଧ କରିଥିଲେ। ତେବେ ଏହି ପ୍ରତିବାଦ ସତ୍ତ୍ୱେ ମଧ୍ୟ ଅରବିନ୍ଦ କେଜରିଓ୍ବାଲ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ପୀଡିତାଙ୍କ ପରିବାରକୁ ଭେଟିବା ସେ ମଞ୍ଚ ଉପରକୁ ଯାଇଥିଲେ। ହେଲେ ସେଠାରେ ପ୍ରବଳ ଭିଡ ଥିବା ବେଳେ ମଞ୍ଚ ଉପରୁ ଓହ୍ଲାଇବା ସମୟରେ ମୁଖ୍ୟମନ୍ତ୍ରୀ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ସମ୍ଭାଳି ନେଇଥିଲେ। ଏହାପରେ କେଜରିଓ୍ବାଲ କାର୍‌ରେ ବସି ସେଠାରୁ ଚାଲିଯାଇଥିଲେ। ଅନ୍ୟପଟେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସେମାନଙ୍କର କ୍ଷତି ଅପୂରଣୀୟ କିନ୍ତୁ ଦିଲ୍ଲୀ ସରକାର ସେମାନଙ୍କୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଏବେ ଏହି ମାମଲାର ମାଜିଷ୍ଟ୍ରେଟ ତଦନ୍ତ ହେବ ଏବଂ ସରକାରଙ୍କ ପକ୍ଷରୁ ବଡ଼ ଓକିଲଙ୍କୁ ନିଯୁକ୍ତ କରାଯିବ। ଯାହାଦ୍ୱାରା ଦୋଷୀଙ୍କୁ କଠୋର ଦଣ୍ଡ ମିଳିପାରିବ ବୋଲି କେଜରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିପ୍ଟୋକରେନ୍ସି ଆର୍ଥିକ ସ୍ଥିରତା ପ୍ରତି ବିପଦ

ମୁମ୍ବାଇ,୧୧।୨:ମୁଦ୍ରାନୀତି ଘୋଷଣା ଅବସରରେ ଆର୍‌ବିଆଇ ଗଭର୍ନର କ୍ରିପ୍ଟୋକରେନ୍ସି ନିବେଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ଡିଜିଟାଲ ମୁଦ୍ରାରେ ପୁଞ୍ଜି ଲଗାଉଥିବା ବ୍ୟକ୍ତି ମନେରଖିବା ଉଚିତ ଯେ,...

ବନ୍ୟା ପୀଡ଼ିତଙ୍କୁ ଆଇଏଏସଙ୍କ ଉତ୍ତର, ‘ଜମାଟୋ ସର୍ଭିସ ଚଲାଉ ନାହାନ୍ତି ସରକାର…’

ଲକ୍ଷ୍ନୌ,୧୪ ।୧୦: ଉତ୍ତର ପ୍ରଦେଶର ଆମ୍ବେଦକର ନଗର ଘାଘରା ନଦୀର ଜଳସ୍ତର ବଢି ଯାଇଥିବାରୁ ଏହାର ଆଖପାଖ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି...

କନଷ୍ଟେବଳଙ୍କ ବଦାନ୍ୟତା

ମୁମ୍ବାଇ,୨।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବି ସହାୟତାର ସୁଅ ଛୁଟିଛି। ଏହି...

ଭାରତର ସ୍ବର ପାଇଁ ଲଢେଇ କରୁଛି,ଏଥିପାଇଁ ସବୁ ପ୍ରକାରର ମୂଲ୍ୟ ଦେବାକୁ ପ୍ରସ୍ତୁତ: ରାହୁଲ

ନୂଆଦିଲ୍ଲୀ,୨୫।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଗୋଟିଏ ଦିନ ପରେ ଶୁକ୍ରବାର...

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର ସ୍ଥାନ ନାହିଁ

ନୂଆଦିଲ୍ଲୀ,୨୩ା୧(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବାବେଳେ ଏହାର ସମାଧାନ ଦିଗରେ ଭାରତ ଓ ପାକିସ୍ତାନକୁ ସହାୟତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୨୯।୧୧: ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ...

ଆର୍‌ଜେଡି ୧୪୪ ଆସନରେ ଲଢ଼ିବ

ପାଟନା,୪।୧୦: ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଏକାକୀ ୧୪୪ ଆସନରେ ଲଢ଼ିବ। ବିରୋଧୀ ମହାମେଣ୍ଟରୁ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ...

ପୁଲଓ୍ବାମା ଆକ୍ରମଣ: ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା କଲା ସିଆର୍‌ପିଏଫ୍‌ ରିପୋର୍ଟ

ନୂଆଦିଲ୍ଲୀ,୪।୯: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି। ସିଆର୍‌ପିଏଫ୍‌ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା...

Advertisement
Archives

Model This Week