Posted inଖେଳ

ଶୀର୍ଷସ୍ଥାନ ବଜାୟ ଲକ୍ଷ୍ୟରେ ଦିଲ୍ଲୀ

ଆବୁଧାବି,୨୪।୧୦(ପି.ଟି.): ଟେବୁଲ ଟପ୍ପର ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଶନିବାର ପରସ୍ପରକୁ ଭେଟିବେ। ଶନିବାର ପ୍ରଥମ ମ୍ୟାଚ୍‌ରେ ଦୁଇ ଦଳ ଟୁର୍ନାମେଣ୍ଟର ୪୨ତମ ମୁକାବିଲାରେ ମୁହଁ।ମୁହିଁ ହେବେ। ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଦିଲ୍ଲୀ ଅପେକ୍ଷା କୋଲକାତା ପାଇଁ ଅଧିକ ଗୁରୁତ୍ୱବହନ କରୁଛି। କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ପରାସ୍ତ ହେବା ପରେ ଦିଲ୍ଲୀ ତା’ର ବ୍ୟାଟିଂରେ ସୁଧାର ଆଣିବାକୁ ପ୍ରୟାସ କରିବ। ଦିଲ୍ଲୀ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୭ ବିଜୟ, ୩ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ଉନ୍ନତ ରନ୍‌ରେଟ୍‌ ଦୃଷ୍ଟିକୋଣରୁ ତାଲିକାର ଶୀର୍ଷରେ ରହିଛି। ଅଭିଜ୍ଞ ଓପନର ଶିଖର ଧାଓ୍ବନ ଜବରଦସ୍ତ ଫର୍ମରେ ରହିଛନ୍ତି। ସେ କ୍ରମାଗତ ଦୁଇଟି ଶତକ ହାସଲ କରି ଆଇପିଏଲ୍‌ରେ ଇତିହାସ ସୃଷ୍ଟି କରିଛନ୍ତି। ତେବେ ଏହି ଶତକ ସତ୍ତ୍ୱେ ଦିଲ୍ଲୀ ପରାସ୍ତ ହୋଇଥିଲା। ଅନ୍ୟ ବ୍ୟାଟ୍ସମ୍ୟାନମାନେ ଫେଲ୍‌ ମାରିଥିଲେ। ଯୁବ ଓପନର ପୃଥ୍ବୀ ଶ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଗତ ୪ଟି ଇନିଂସରେ ସେ ୨ଥର ଶୂନରେ ଆଉଟ ହୋଇଛନ୍ତି। ଅଧିନାୟକ ଶିଖର ଧାଓ୍ବନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଭଲ ପ୍ରଦର୍ଶନ କରି ନାହାନ୍ତି। ଦିଲ୍ଲୀ ମିଡିଲ ଅର୍ଡର ମେରୁଦଣ୍ଡ କୁହାଯାଉଥିବା ମାର୍କୁସ ଷ୍ଟୋଇନିସଙ୍କୁ ମଧ୍ୟ ଭଲ ଖେଳିବାକୁ ହେବ। କାଗିସୋ ରାବାଡ଼ାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ଅନରିଚ ନୋର୍ଜ ଭଲ ପ୍ରଦର୍ଶନ କରିଛନ୍ତି। କ୍ଲାନ୍ତି ଓ ବ୍ୟସ୍ତତା କାରଣରୁ ରାବାଡ଼ା ଗତ ମ୍ୟାଚ୍‌ ଖେଳିପାରି ନ ଥିଲେ। ସେ ପ୍ରତ୍ୟାବର୍ତ୍ତନ କଲେ ଦିଲ୍ଲୀ ଆହୁରି ଶକ୍ତିଶାଳୀ ହେବ। ରାବାଡ଼ା ଖେଳିଲେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଡାନିଏଲ୍‌ ସାମ୍ସଙ୍କୁ ବେଞ୍ଚ୍‌ରେ ବସିବାକୁ ପଡିବ।
ଅପରପକ୍ଷରେ କୋଲକାତା ନାଇଟ ରାଇଡର୍ସ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୫ଟି ଲେଖାଏ ବିଜୟ ଓ ପରାଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ପ୍ଲେ- ଅଫ୍‌ ଦୌଡ଼ରେ ସ୍ଥିତି ବଜାୟ ରଖିବା ଦଳର ଏବେ ଲକ୍ଷ୍ୟ ରହିଛି। ଗତ ମ୍ୟାଚ୍‌ରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅତି ସହଜରେ କୋଲକାତାକୁ ହରାଇଥିଲା। କୋଲକାତା ମାତ୍ର ୮୪ ରନ କରି ଅଲଆଉଟ ହୋଇଥିଲା। ତେଣୁ ଭଲ ଖେଳି କୋଲକାତା ଆତ୍ମବିଶ୍ୱାସ ତଥା ସନ୍ତୁଳନ ଫେରିପାଇବାକୁ ଓ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ। ଆନ୍ଦ୍ରେ ରସେଲଙ୍କ ଖରାପ୍‌ ଫର୍ମ ଦଳ ପାଇଁ ଚିନ୍ତା ସୃଷ୍ଟି କରିଛି। ତେବେ ଦ୍ରୁତ ବୋଲର ଲୋକି ଫର୍ଗୁସନଙ୍କ ଦମ୍‌ଦାର ପ୍ରଦର୍ଶନ ଦଳ ପାଇଁ ଆଶା ସୃଷ୍ଟି କରିଛି। ଦଳଗତ ପ୍ରଦର୍ଶନ ଉପରେ କୋଲକାତାକୁ ଗୁରୁତ୍ୱ ଦେବାକୁ ହେବ। ଏଥିପାଇଁ ଅଧିନାୟକ ଇଅନ ମୋର୍ଗାନଙ୍କ ସମେତ ଦୀନେଶ କାର୍ତ୍ତିକ, ଶୁବମନ ଗିଲ, ନୀତୀଶ ରାଣା ଓ ଅନ୍ୟମାନଙ୍କୁ ଅଧିକ ଭଲ ଖେଳିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri