ବିଳମ୍ବ ହେଲେ ଗମ୍ଭୀର ପରିଣାମ

ନୂଆଦିଲ୍ଲୀ, ୨୭।୮(ପି.ଟି.): ଜେଇଇ ଏବଂ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷାରେ ଅଧିକ ବିଳମ୍ବର ପରିଣାମ ଗୁରୁତର ହୋଇପାରେ ବୋଲି ଆଇଆଇଟି, ଦିଲ୍ଲୀର ନିର୍ଦ୍ଦେଶକ ଭି. ରାମଗୋପାଳ ରାଓ କହିଛନ୍ତି। ଏହା କେବଳ ଆଇଆଇଟି ଶିକ୍ଷାବର୍ଷକୁ ପ୍ରଭାବିତ କରିବ ନାହିଁ, ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବ । କରୋନା ମହାମାରୀ ଆଳରେ ଦୁଇ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଥିଲାବେଳେ ରାଓ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଦୁଇଟି ବ୍ୟାଚ୍‌କୁ କିପରି ଏକସଙ୍ଗେ ପଢ଼ାଯିବ ତାହା ସେ ଭାବିପାରୁନାହାନ୍ତି। ଏମିତି ହେଲେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଶୂନ ଶିକ୍ଷାବର୍ଷ ହେବ ବୋଲି ରାଓ କହିଛନ୍ତି।
ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ଲାଗି ବୁଧବାର ମଧ୍ୟାହ୍ନ ୧୨ରେ ଆଡମିଟ୍‌ କାର୍ଡ ଛଡ଼ାଯାଇଛି। ଏହାର ମାତ୍ର ୩ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ମେଡିକାଲ ପ୍ରବେଶିକା ପରୀକ୍ଷା ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ହୋଇଥିବା ଜଣାପଡିଛି।
ଏନ୍‌ଇଇଟି ପରୀକ୍ଷା ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ହେବାକୁ ଥିଲାବେଳେ ଜେଇଇ ମେନ୍‌ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଅନୁଷ୍ଠିତ ହେବ। ଜେଇଇ ମେନ୍‌ ପାଇଁ ୯.୫୩ ଲକ୍ଷ ଛାତ୍ରୀଛାତ୍ର ନାମ ପଞ୍ଜୀକୃତ କରିଛନ୍ତି। ସେହିପରି ଏନ୍‌ଇଇଟି ପାଇଁ ୧୫.୯୭ ଲକ୍ଷ ଛାତ୍ରୀଛାତ୍ର ପଞ୍ଜୀକୃତ ହୋଇଛନ୍ତି। କରୋନା ପାଇଁ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଥିଲାବେଳେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। କୋଭିଡ୍‌ ସମୟରେ ଛାତ୍ରୀଛାତ୍ରଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏନ୍‌ଟିଏ ପକ୍ଷରୁ ଅଧିକ ପରୀକ୍ଷା କେନ୍ଦ୍ର, ବିକଳ୍ପ ସିଟ୍‌ ଯୋଜନା, ପ୍ରତି ପ୍ରକୋଷ୍ଠରେ କମ୍‌ ପିଲାଙ୍କୁ ବସାଇବା ଆଦି ବ୍ୟବସ୍ଥା କରାଯାଇଛି। ଜେଇଇ ମେନ୍‌ ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଛି। ସେହିପରି ଏନ୍‌ଇଇଟି ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨,୫୪୬ରୁ ୩,୮୪୩କୁ ବଢ଼ାଇ ଦିଆଯାଇଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଜେଇଇ ମେନ୍‌ ପାଇଁ ଶିଫ୍ଟ ସଂଖ୍ୟା ୮ରୁ ୧୨କୁ ବୃଦ୍ଧି କରାଯାଇଥିବାରୁ ପ୍ରତି ଶିଫ୍ଟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧.୩୨ ଲକ୍ଷରୁ ୮୫,୦୦୦କୁ ହ୍ରାସ ପାଇଛି। ଏନ୍‌ଇଇଟିରେ ପ୍ରତି ପ୍ରକୋଷ୍ଠରେ ୨୪ ପରିବର୍ତ୍ତେ ୧୨ ଜଣ ପିଲା ପରୀକ୍ଷା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri