ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣରେ ବିଳମ୍ବ

ଜଗତ୍‌ସିଂହପୁର,୨୨ା୬(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧୧ ବର୍ଷ ପୂର୍ବରୁ ଚିନ୍ତା କରାଯାଇଥିଲା । ସେତେବେଳେ ଏହି ଖବର ସାଧାରଣରେ ଖୁସି ଭରି ଦେଇଥିଲା। ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଯୋଗଧାରୀ ନିକଟରେ ସ୍ଥାନ ଚିହ୍ନଟ ସହ ପାଖାପାଖି ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ସେତେବେଳେ ବିନା ବିଚାର ବିମର୍ଷରେ ଯୋଗଧାରୀରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିବାରୁ ଏହା ବାସ୍ତବ ଲକ୍ଷ୍ୟ ପୂରଣ କରି ପାରି ନ ଥିଲା। ଏହି ବସ୍‌ଷ୍ଟାଣ୍ଡଟି ସମୟଚକ୍ରରେ ବେସରକାରୀ ଉଦ୍ଦେଶ୍ୟରେ ଅର୍ଥାତ ଟ୍ରକ୍‌ଗୁଡ଼ିକର ରହଣୀ ପାଇଁ ବ୍ୟବହାର ହୋଇ ଚାଲିଲା। ସେବେଠାରୁ ଏ ପର୍ଯ୍ୟନ୍ତ ବସ୍‌, ଟ୍ରେକର୍‌ଗୁଡ଼ିକ ପୂର୍ବପରି ସାନବଜାରସ୍ଥିତ ବସ୍‌ ଷ୍ଟପ୍‌ରେ ଷ୍ଟପେଜ କରି ଆସୁଛି। ଦୀର୍ଘଦିନ ପରେ ସରକାର ଏହି ସ୍ଥାନରେ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ। ଏ ବାବଦରେ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଗଲା। ଏହି ଅନୁସାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୭ କୋଟି ଟଙ୍କାର ଅନୁଦାନ ଜଗତ୍‌ସିଂହପୁର ପୌର ପରିଷଦକୁ ଦିଆଯାଇଛି। ପରିଷଦ ଏହି ରାଶି ପାଖାପାଖି ୩ ମାସ ହେବ ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦେଇଛି। କିନ୍ତୁ କାମ ଆରମ୍ଭରେ ବିଳମ୍ବ ହେଉଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଜଗତ୍‌ସିଂହପୁର ଜିଲା ମୁଖ୍ୟ ଡାକଘର ନିକଟ ମୁଖ୍ୟ ରାସ୍ତାପାର୍ଶ୍ୱରେ ବସ୍‌ ଷ୍ଟପ୍‌ ରହିଛି। ସେଠାରେ ବସ୍‌ଗୁଡିକ କିଛି ସମୟ ଅଟକି ପୁଣି ବାହାରି ଯାଉଛି। ଏକ୍‌କାଳୀନ ୧୦ଟି ବସ ରହିଲା ଭଳି ଜାଗା ସେଠାରେ ନାହିଁ। ଏଥିସହ ଏହି କମ୍‌ ଜାଗାରେ ଟ୍ରେକରଗୁଡ଼ିକ ମଧ୍ୟ ଅଟକୁଛି। ରାସ୍ତାପାର୍ଶ୍ୱରେ ଖୁବ୍‌ କମ ଜାଗାରେ ଗାଡ଼ିଗୁଡ଼ିକ ପ୍ରବେଶ ଓ ପ୍ରସ୍ଥାନ କରୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ମହିଳାପୁରୁଷ ପରିସ୍ରାଗାର, ଯାତ୍ରୀଙ୍କ ବସିବା ପାଇଁ ବିଶ୍ରାମାଗାର, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ଆଦି ସୁବିଧା ନାହିଁ। ବସ୍‌ ଷ୍ଟପ ଜମିର କିଛି ପରିମାଣ ପୁରୋହିତପୁର ସୋସାଇଟି ଏବଂ ଅବଶିଷ୍ଟ ଜଗତ୍‌ସିଂହପୁର ପୌର ପରିଷଦ ଅଧୀନରେ ରହିଛି। ପୌର ପରିଷଦ ଏହି ଜମିକୁ ବସ ମାଲିକ ସଂଘକୁ ଲିଜ୍‌ ସୂତ୍ରରେ ଦେଇଛି। ଜଗତ୍‌ସିଂହପୁରରେ ଏକ ବସ୍‌ ଷ୍ଟାଣ୍ଡର ଆବଶ୍ୟକତା ଅନୁଭବ କରି ୨୦୦୩ ମସିହାରେ ତତ୍କାଳୀନ ଜିଲାପାଳ ପଦକ୍ଷେପ ନେଇଥିଲେ। ବସ ମାଲିକ ସଂଘ, ଲୋକ ପ୍ରତିନିଧି କିମ୍ବା ବୁଦ୍ଧିଜୀବୀଙ୍କ ମତାମତ ନ ନେଇ ତରବରିଆ ଭାବେ ବଜାରଠାରୁ ୩ କିଲୋମିଟର ଦୂର ଜଗତ୍‌ସିଂହପୁର-ବାଲିକୁଦା ମୁଖ୍ୟ ରାସ୍ତାପାର୍ଶ୍ୱ ଯୋଗଧାରୀଠାରେ ସ୍ଥାନ ଚିହ୍ନଟ କରିଥିବା କୁହାଯାଏ। ତେବେ ଯାହା ହେଉ ଏହି ସ୍ଥାନରେ ୮ା୩ା୨୦୦୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍‌ ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏ ନେଇ ପ୍ରାଥମିକ ପର୍ଯ୍ୟାୟରେ ୭୭,୭୬,୭୪୯ ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ପାଖାପାଖି ୩୦ ଲକ୍ଷ ଖର୍ଚ୍ଚ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆସିଥିବା ଅନୁଦାନ ହେଲା ଏମ୍‌ପି ପାଣ୍ଠିରୁ ୨୦,୮୯,୪୦୧, ରାଜ୍ୟସଭା ଏମ୍‌ପି ୧୧,୯୯,୦୦୦, ବିଧାୟକ ୯ ଲକ୍ଷ, ଜଗତ୍‌ସିଂହପୁର ପୌର ପରିଷଦ ୫,୮୮,୧୩୮ ଏବଂ ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ୩୦ଲକ୍ଷ ଟଙ୍କା। ଏଥିରେ ୨ଟି ଫାଟକ ନିର୍ମାଣ କରାଯାଇଥିଲା। ବାମ ଫାଟକ ପାର୍ଶ୍ୱରେ ପୋଲିସ ସହାୟତା କେନ୍ଦ୍ର, ଘରୋଇ ବସ୍‌ ମାଲିକ ସଂଘ କାର୍ଯ୍ୟାଳୟ, ୨ଟି ପରିସ୍ରାଗାର (ମହିଳା ଓ ପୁରୁଷ) ତିଆରି ହୋଇଥିଲା। ସାମ୍ନା ପଟ ଶେଷ ଆଡକୁ ୫ଟି ବିଶ୍ରାମାଗାର, ଏହା ପଛକୁ ସୁଲଭ ଶୌଚାଳୟ ଏବଂ ସ୍ନାନାଗାର କରାଯାଇଥିଲା। ଆଲୋକ ବ୍ୟବସ୍ଥା ହୋଇଥିଲା। ଷ୍ଟାଣ୍ଡର ଦକ୍ଷିଣପାର୍ଶ୍ୱରେ ୧୪ଟି ବିଶ୍ରାମାଗାର କୋଠରୀ, ୨ ପରିସ୍ରାଗାର (ମହିଳା, ପୁରୁଷ) ବ୍ୟବସ୍ଥା ହୋଇଥିଲା। ରାସ୍ତାପାର୍ଶ୍ୱ ଅର୍ଥାତ୍‌ ୨ ଫାଟକ ମଝିରେ ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନ ରଖାଯାଇଥିଲା। ଫାଟକ ବାହାରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ସମସ୍ତ କାମ ଶେଷ ହେଲା ପରେ ୯ା୧୨ା୨୦୧୨ରେ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ଏବଂ ସମବାୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଶୁଭ ଉଦ୍‌ଘାଟନ କରିଥିଲେ। କିନ୍ତୁ ବସ୍‌ ଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ହୋଇ ପାରି ନ ଥିଲା। ଏହାର ଦୀର୍ଘବର୍ଷ ପରେ ସରକାର ଏହି ବସ୍‌ଷ୍ଟାଣ୍ଡକୁ ମଡେଲ ବସ୍‌ ଷ୍ଟାଣ୍ଡ ପାଇଁ ଘୋଷଣା କରି ଅନୁଦାନ ଦେବା ଆରମ୍ଭ କରିଥିଲେ ସୁଦ୍ଧା କାହିଁକି କାମରେ ବିଳମ୍ବ ହେଉଛି ତାକୁ ନେଇ ନାନା କଥା ଆଲୋଚନା ଚାଲିଛି। ଏହା ଉପରେ ପୂର୍ତ୍ତ ବିଭାଗ ଜଗତ୍‌ସିଂହପୁର ଅଧିକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ପଚାରିବାରୁ ୭ କୋଟି ଟଙ୍କା ଅନୁଦାନ ଆସିଥିବା ସ୍ବୀକାର କରିବା ସହ ଏଷ୍ଟିମେଟ୍‌ ଅନୁମୋଦନ ପାଇଁ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଅନୁମୋଦନ ହୋଇ ଆସିଲା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଯେହେତୁ ଏଥିରେ ଅନେକ କିଛି ସଂଶୋଧନ ହେଉଛି ତେଣୁ ବିଳମ୍ବ ହେବା ସ୍ବାଭାବିକ। ତଥାପି ଯଥାଶୀଘ୍ର ଟେଣ୍ଡର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri