୧ କୋଟିର ମଡେଲ ମଶାଣି ନିର୍ମାଣରେ ବିଳମ୍ବ

ଜଗତ୍‌ସିଂହପୁର, ୫ା୧୦ (ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ପୌରାଞ୍ଚଳର ଜନସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ କୌଣସି ନା କୌଣସି ୱାର୍ଡରେ ଲୋକଙ୍କ ମୃତ୍ୟୁ ହେଉଛି। କିନ୍ତୁ ଶବଦାହ ପାଇଁ ଅନେକ ସମୟରେ ଅସୁବିଧା ହେଉଛି। ବିଶେଷକରି ବର୍ଷାଦିନେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଦୂର ପାଇଁ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସହରରେ ଏକ ମଡେଲ ମଶାଣି ନିର୍ମାଣ ପାଇଁ ବର୍ଷେ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ସ୍ଥାନୀୟ କଲେଜ ଛକ ନିକଟ ୧୦ନଂ. କେନାଲ ଆପରପାର୍ଶ୍ୱରେ ସ୍ଥାନ ଚିହ୍ନଟ କରାଯାଇଥିଲା। ଏ ବାବଦରେ ପାଖାପାଖି ୧ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ପ୍ରଥମେ ବିଲ୍ଡିଂ ଓ ପରେ ଅନ୍ୟ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ସ୍ଥିତିକୁ ଆସି ପାରିନାହିଁ। ବଡ଼ କଥା ହେଲା ପରିଷଦ ଅଞ୍ଚଳର ଅଧିକାଂଶ ଅଳିଆ ଏହି ମଶାଣି ପାର୍ଶ୍ୱରେ ଗଦା ହୋଇ ରହୁଥିବାରୁ ସମସ୍ୟା ହେଉଛି। ଆଉ କେତେଦିନ ମଶାଣିଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଲାଗିବ ତାକୁ ନେଇ ପୌରାଞ୍ଚଳବାସୀ ଅପେକ୍ଷା କରିଛନ୍ତି।
ପରିଷଦରୁ ମିଳିଥିବା ସୂଚନା ଅନୁଯାୟୀ, ପାଖାପାଖି ୧ ଏକର ଜମିରେ ନିର୍ମାଣାଧୀନ ଏହି ମଶାଣିରେ ଗାଧୁଆ ଘର, ବସ୍ତ୍ର ବଦଳାବଦଳି ଗୃହ, ସାଧାରଣ ବ୍ୟବହାର ଯଥା ଅପେକ୍ଷା ଗୃହ, ଶୌଚାଳୟ, ପାଦଚଲା ରାସ୍ତା କରାଯିବା ଯୋଜନା ରହିଛି। କେୟାର ଟେକର୍‌ ଗୃହ, ଲକ୍କର, ପୂଜା ସାମଗ୍ରୀ, କାଠ ଆଦି ରଖାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ବିଶେଷକରି ଏହି ପରିସର ଯେପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ। ଯେହେତୁ ମଶାଣି ଜମିର ଗୋଟିଏ ପଟେ କେନାଲ ବନ୍ଧ ଓ ଆରପଟେ ମୃତା ଅଳକା ତେଣୁ ମାଟି ନ ଖସିବା ପାଇଁ ରିଟେନିଂ ୱାଲ୍‌ ବ୍ୟବସ୍ଥା ରହିଛି। ଏ ବାବଦରେ ୯,୦୯,୧୨୪ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଜମି ଚାରିପଟେ ପାଚେରୀ (କମ୍ପାଉଣ୍ଡ ୱାଲ୍‌) ନିର୍ମାଣ ପାଇଁ ୧୧,୫୯,୦୯୬ ଓ ତା’ ପରେ ଏହି ପରିସରରେ ମଶାଣି ଗୃହ (ଶବଦାହ) ନିର୍ମାଣ ପାଇଁ ୧୨,୯୦,୪୨୩ ଟଙ୍କା ଖର୍ଚ୍ଚ କରାଯିବ। ସାଧାରଣ ବ୍ୟବହାର ଉଦ୍ଦେଶ୍ୟରେ ହେବାକୁ ଥିବା ଗୃହରେ ୨୦,୯୧,୩୨୫, ଗାଧୁଆ ଓ ବଦଳାବଦଳି (ମହିଳା ଓ ପୁରୁଷ) ଗୃହ ବାବଦରେ ୨,୩୧,୫୭୭ ଟଙ୍କା ଖର୍ଚ୍ଚ ହେବ। ଏହା ଭିତରେ ସଂଯୋଗୀକରଣ ରାସ୍ତା (ଆପ୍ରୋଚ୍‌ ରୋଡ୍‌) ଓ ପାଦଚଲା ରାସ୍ତା ରହିବ, ଯେଉଁ ବାବଦରେ ୫,୮୫,୪୧୫ ଟଙ୍କା ଖର୍ଚ୍ଚ ହେବ। ମଶାଣି ପରିସରକୁ ପ୍ରାକୃତିକ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ସୁନ୍ଦର ଓ ମନୋରମ (ଲାଣ୍ଡସ୍କେପିଂ) କରିବା ପାଇଁ ୧୦,୮୧,୫୬୦ ଟଙ୍କା ବ୍ୟୟ ହେବ। ଏସବୁ ବାବଦରେ ୮୧,୨୪,୪୯୮ ଟଙ୍କା ଖର୍ଚ୍ଚ କରାଯିବ। ଏହାବାଦ୍‌ ମଶାଣି ଭିତର ଓ ବାହାରେ ବିଦ୍ୟୁତକରଣ ବାବଦରେ ୧,୯୧,୦୭୨ ଟଙ୍କା ଖର୍ଚ୍ଚ କରାଯିବ। ଅନୁରୂପ ଭାବେ ପାଣି ଓ ସାନିଟାରୀ ଆଦି କାମ ପାଇଁ ମଶାଣି ଭିତରେ ୧,୬୨,୨୯୬ ଓ ବାହାରେ ୩,୭୦,୯୩୯ ଏହିପରି ମୋଟ ୫,୩୩,୨୩୫ ଟଙ୍କା ଖର୍ଚ୍ଚ କରାଯିବା ଅଟକଳ କରାଯାଇଛି। ମୋଟାମୋଟି ଭାବରେ ମଡେଲ ମଶାଣି ନିର୍ମାଣରେ ୯୯,୯୯,୦୦୦ ଖର୍ଚ୍ଚ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କିନ୍ତୁ କାମ ଶେଷ ହେବାରେ ବିଳମ୍ବ ହେଉଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ମଡେଲ ମଶାଣି କାମ ଆପାତତଃ ସରିଗଲାଣି। ମଶାଣିକୁ ସଂଯୋଗ କରୁଥିବା ରାସ୍ତା ନବୀକରଣ ପାଇଁ ପ୍ରକ୍ରିୟା ଚାଲିଛି। ଏହା ପୂର୍ଣ୍ଣ ହୋଇଗଲେ ମଶାଣିଟି କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri