୧ କୋଟିର ମଡେଲ ମଶାଣି ନିର୍ମାଣରେ ବିଳମ୍ବ

ଜଗତ୍‌ସିଂହପୁର, ୫ା୧୦ (ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ପୌରାଞ୍ଚଳର ଜନସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ କୌଣସି ନା କୌଣସି ୱାର୍ଡରେ ଲୋକଙ୍କ ମୃତ୍ୟୁ ହେଉଛି। କିନ୍ତୁ ଶବଦାହ ପାଇଁ ଅନେକ ସମୟରେ ଅସୁବିଧା ହେଉଛି। ବିଶେଷକରି ବର୍ଷାଦିନେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଦୂର ପାଇଁ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସହରରେ ଏକ ମଡେଲ ମଶାଣି ନିର୍ମାଣ ପାଇଁ ବର୍ଷେ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ସ୍ଥାନୀୟ କଲେଜ ଛକ ନିକଟ ୧୦ନଂ. କେନାଲ ଆପରପାର୍ଶ୍ୱରେ ସ୍ଥାନ ଚିହ୍ନଟ କରାଯାଇଥିଲା। ଏ ବାବଦରେ ପାଖାପାଖି ୧ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ପ୍ରଥମେ ବିଲ୍ଡିଂ ଓ ପରେ ଅନ୍ୟ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ସ୍ଥିତିକୁ ଆସି ପାରିନାହିଁ। ବଡ଼ କଥା ହେଲା ପରିଷଦ ଅଞ୍ଚଳର ଅଧିକାଂଶ ଅଳିଆ ଏହି ମଶାଣି ପାର୍ଶ୍ୱରେ ଗଦା ହୋଇ ରହୁଥିବାରୁ ସମସ୍ୟା ହେଉଛି। ଆଉ କେତେଦିନ ମଶାଣିଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଲାଗିବ ତାକୁ ନେଇ ପୌରାଞ୍ଚଳବାସୀ ଅପେକ୍ଷା କରିଛନ୍ତି।
ପରିଷଦରୁ ମିଳିଥିବା ସୂଚନା ଅନୁଯାୟୀ, ପାଖାପାଖି ୧ ଏକର ଜମିରେ ନିର୍ମାଣାଧୀନ ଏହି ମଶାଣିରେ ଗାଧୁଆ ଘର, ବସ୍ତ୍ର ବଦଳାବଦଳି ଗୃହ, ସାଧାରଣ ବ୍ୟବହାର ଯଥା ଅପେକ୍ଷା ଗୃହ, ଶୌଚାଳୟ, ପାଦଚଲା ରାସ୍ତା କରାଯିବା ଯୋଜନା ରହିଛି। କେୟାର ଟେକର୍‌ ଗୃହ, ଲକ୍କର, ପୂଜା ସାମଗ୍ରୀ, କାଠ ଆଦି ରଖାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ବିଶେଷକରି ଏହି ପରିସର ଯେପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ। ଯେହେତୁ ମଶାଣି ଜମିର ଗୋଟିଏ ପଟେ କେନାଲ ବନ୍ଧ ଓ ଆରପଟେ ମୃତା ଅଳକା ତେଣୁ ମାଟି ନ ଖସିବା ପାଇଁ ରିଟେନିଂ ୱାଲ୍‌ ବ୍ୟବସ୍ଥା ରହିଛି। ଏ ବାବଦରେ ୯,୦୯,୧୨୪ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଜମି ଚାରିପଟେ ପାଚେରୀ (କମ୍ପାଉଣ୍ଡ ୱାଲ୍‌) ନିର୍ମାଣ ପାଇଁ ୧୧,୫୯,୦୯୬ ଓ ତା’ ପରେ ଏହି ପରିସରରେ ମଶାଣି ଗୃହ (ଶବଦାହ) ନିର୍ମାଣ ପାଇଁ ୧୨,୯୦,୪୨୩ ଟଙ୍କା ଖର୍ଚ୍ଚ କରାଯିବ। ସାଧାରଣ ବ୍ୟବହାର ଉଦ୍ଦେଶ୍ୟରେ ହେବାକୁ ଥିବା ଗୃହରେ ୨୦,୯୧,୩୨୫, ଗାଧୁଆ ଓ ବଦଳାବଦଳି (ମହିଳା ଓ ପୁରୁଷ) ଗୃହ ବାବଦରେ ୨,୩୧,୫୭୭ ଟଙ୍କା ଖର୍ଚ୍ଚ ହେବ। ଏହା ଭିତରେ ସଂଯୋଗୀକରଣ ରାସ୍ତା (ଆପ୍ରୋଚ୍‌ ରୋଡ୍‌) ଓ ପାଦଚଲା ରାସ୍ତା ରହିବ, ଯେଉଁ ବାବଦରେ ୫,୮୫,୪୧୫ ଟଙ୍କା ଖର୍ଚ୍ଚ ହେବ। ମଶାଣି ପରିସରକୁ ପ୍ରାକୃତିକ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ସୁନ୍ଦର ଓ ମନୋରମ (ଲାଣ୍ଡସ୍କେପିଂ) କରିବା ପାଇଁ ୧୦,୮୧,୫୬୦ ଟଙ୍କା ବ୍ୟୟ ହେବ। ଏସବୁ ବାବଦରେ ୮୧,୨୪,୪୯୮ ଟଙ୍କା ଖର୍ଚ୍ଚ କରାଯିବ। ଏହାବାଦ୍‌ ମଶାଣି ଭିତର ଓ ବାହାରେ ବିଦ୍ୟୁତକରଣ ବାବଦରେ ୧,୯୧,୦୭୨ ଟଙ୍କା ଖର୍ଚ୍ଚ କରାଯିବ। ଅନୁରୂପ ଭାବେ ପାଣି ଓ ସାନିଟାରୀ ଆଦି କାମ ପାଇଁ ମଶାଣି ଭିତରେ ୧,୬୨,୨୯୬ ଓ ବାହାରେ ୩,୭୦,୯୩୯ ଏହିପରି ମୋଟ ୫,୩୩,୨୩୫ ଟଙ୍କା ଖର୍ଚ୍ଚ କରାଯିବା ଅଟକଳ କରାଯାଇଛି। ମୋଟାମୋଟି ଭାବରେ ମଡେଲ ମଶାଣି ନିର୍ମାଣରେ ୯୯,୯୯,୦୦୦ ଖର୍ଚ୍ଚ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କିନ୍ତୁ କାମ ଶେଷ ହେବାରେ ବିଳମ୍ବ ହେଉଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ମଡେଲ ମଶାଣି କାମ ଆପାତତଃ ସରିଗଲାଣି। ମଶାଣିକୁ ସଂଯୋଗ କରୁଥିବା ରାସ୍ତା ନବୀକରଣ ପାଇଁ ପ୍ରକ୍ରିୟା ଚାଲିଛି। ଏହା ପୂର୍ଣ୍ଣ ହୋଇଗଲେ ମଶାଣିଟି କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri