ପ୍ରାର୍ଥୀ ଚୟନ ବିଳମ୍ବ: କଂଗ୍ରେସ, ଭାଜପା କର୍ମୀ ନିରାଶ

ଦାରିଙ୍ଗବାଡ଼ି,୩୧ା୩ (ଅରୁଣ ସାହୁ)କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ଭାଜପା ଉପରେ। ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଏକ ପ୍ରକାର ଆଶା ବୃଦ୍ଧି ପାଇଛି। ଦଳ ପୁଣି ସାଲୁଗା ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାରୁ ତାଙ୍କୁ ଟକ୍କର ଦେଲାଭଳି ପ୍ରାର୍ଥୀ କଂଗ୍ରେସ ଓ ଭାଜପାର ହେବା ଆବଶ୍ୟକ। ତେବେ ଯାଇ ତ୍ରିମୁଖୀ ଲଢେଇ ହେବ ବୋଲି ଆଶା କରାଯାଉଛି। ତେବେ କଂଗ୍ରେସ ଓ ଭାଜପାର ଏକାଧିକ ଆଶାୟୀ ରହିଥିବାରୁ ପ୍ରାର୍ଥୀ ଚୟନରେ ବିଳମ୍ବ ଘଟୁଥିବା କୁହାଯାଇଛି। ହେଲେ ଏହାର କୁପ୍ରଭାବ ସିଧା ସେମାନଙ୍କ କର୍ମୀଙ୍କ ଉପରେ ପଡୁଛି। କଂଗ୍ରେସ ଓ ଭାଜପା କର୍ମୀଙ୍କ ମନରେ ନିରାଶାଭାବ ଦେଖିବାକୁ ମିଳୁଛି। ଏପଟେ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଯେତିକି ଉତ୍ସାହ ଦେଖାଯାଇଛି, କର୍ମୀ ସମ୍ମିଳନୀ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ଦଳ ସେହିଭଳି ଅଣ୍ଟା ଭିଡ଼ିଛି। ସେପଟେ କଂଗ୍ରେସ ଓ ଭାଜପାର ଗ୍ୟାରେଣ୍ଟି ଓ ବିଭିନ୍ନ ଘୋଷଣାକୁ ନେଇ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯିବାକୁ ରହିଥିବାରୁ ବିଜେଡି ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଜଣାଇ ଭୋଟ ଭିକ୍ଷା କରିବ।
ପ୍ରକାଶ ଯେ, କଂଗ୍ରେସର ଗଡ଼ କୁହାଯାଉଥିବା ଜି. ଉଦୟଗିରି ନିର୍ବାଚନମଣ୍ଡଳୀର ଦାରିଙ୍ଗବାଡ଼ି ଏବେ ବିଜେଡିମୟ ହୋଇଛି। ଅଞ୍ଚଳର ୨୫ ପଞ୍ଚାୟତରେ ଅଧିକାଂଶ ଲୋକ ପ୍ରତିନିଧି ବିଜେଡି ହାତରେ। ସେହିପରି ଦୁଇଟି ଜିଲା ପରିଷଦ ଆସନରୁ ଗୋଟିଏ ବିଜେଡି ଅନ୍ୟଟି କଂଗ୍ରେସ ହାତରେ ରହିଛି। ଏହି ନିର୍ବାଚନମଣ୍ଡଳୀରେ ୪ଟି ବ୍ଲକ ତଥା ଟିକାବାଲି, ଜି.ଉଦୟଗିରି, ରାଇକିଆ ଓ ଦାରିଙ୍ଗବାଡି ରହିଛି। ତେବେ ବୃହତ୍‌ ବ୍ଲକ ଭାବେ ଦାରିଙ୍ଗବାଡି ଭୋଟର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ଚଳିତ ଥର କଂଗ୍ରେସ ଓ ଭାଜପାକୁ ପଛରେ ପକାଇ ଏଠାରେ ବିଜେଡି ଆଗୁଆ ରହିବ ବୋଲି ସମସ୍ତଙ୍କ ଆଶା। ସୂଚନାଯୋଗ୍ୟ, ଏହି ନିର୍ବାଚନମଣ୍ଡଳୀରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜେଡି ହାତରେ ରହିଥିବା ବେଳେ ୨୦୦୪ରୁ ୨୦୦୯ କଂଗ୍ରେସ, ୨୦୦୯ରୁ ୨୦୧୪ ଭାଜପା, ୨୦୧୪ରୁ ୨୦୧୯ ପୁଣି ଥରେ କଂଗ୍ରେସ, ୨୦୧୯ରୁ ୨୦୨୪ପୁଣି ବିଜେଡି ଶାସନ କରୁଛି। ତେଣୁ ପୁଣି ଦଳ ସାଲୁଗାଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେଡି ମହଲରେ ବିଜୟର ଆଶା ସଂଚାର ହେଉଛି। ସେପଟେ କଂଗ୍ରେସ ଓ ଭାଜପା ପକ୍ଷରୁ ପ୍ରାର୍ଥୀ କିଏ ହେବ, ସେନେଇ ଉଭୟ ଦଳର ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri