ଦେବାଶିଷଙ୍କ ଭବିଷ୍ୟବାଣୀ: ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା

ଭୁବନେଶ୍ୱର, ୧୦।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସିଛି, ରାଜନୈତିକ ଦଳ ସେତିକି ନିର୍ବାଚନୀ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏହି ସମୟରେ ବିଜୁ ଜନତା ଦଳକୁ କଡ଼ା ସମାଲୋଚନା କରିଛନ୍ତି ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ସେ କହିଛନ୍ତି, ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ, ରାଜ୍ୟର ବିକାଶ ହେବ। ଓଡ଼ିଶାରେ ଭାଜପା ସମସ୍ତ ୨୧ ଲୋକ ସଭା ଆସନରେ ଜିତିବ।

ଦେବାଶିଷ ଆହୁରି କହିଛନ୍ତି, ମେଣ୍ଟ ପାଇଁ ଭାଜପା ନୁହେଁ, ବିଜେଡି ଗୋଡ଼ାଉଥିଲା। ନବୀନ ବାବୁ ଓଡ଼ିଆ ଜାତିକୁ ଅନ୍ୟ ହାତରେ ଟେକି ଦିଅନ୍ତୁ ନାହିଁ। ଯଦି ସରକାର ଚଳାଇ ପାରୁନାହାନ୍ତି, ତା’ହେଲେ ଅବସର ନେଇଯାଆନ୍ତୁ। ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ଅବସର ନିଅନ୍ତୁ ନବୀନ ବାବୁ।