Posted inଜାତୀୟ

ଆରାବଳୀ ପର୍ବତମାଳାରେ ବର୍ଷକୁ ୧୩.୮% ମୃତ୍ତିକା କ୍ଷୟ, ବନୀକରଣ ବୃଦ୍ଧି ପାଇଥିଲେ ବି…

ନୂଆଦିଲ୍ଲୀ,୧୨ା୩ (ପି.ଟି.): ଆରାବଳୀ ପର୍ବତମାଳାର ପରିବେଶ କ୍ଷୟକ୍ଷତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ବୁଧବାର ସାମ୍ନାକୁ ଆସିଛି। ୨୦୧୭ରୁ ୨୦୨୪ ମଧ୍ୟରେ ଆରାବଳୀ ଅଞ୍ଚଳରେ ବାର୍ଷିକ ହାରାହାରି ମୃତ୍ତିକା କ୍ଷୟ ୧୩.୮% ବୃଦ୍ଧି ପାଇଛି। ଏହା ବର୍ଷକୁ ୧.୫୯ ଟନ୍‌ ହେକ୍ଟରରୁ ବଢ଼ି ୧.୮୧ ଟନ୍‌ ହେକ୍ଟରରେ ପହଞ୍ଚିଛି। ଏହି ଅବଧି ମଧ୍ୟରେ ଆରାବଳୀରେ ସହରୀକରଣ ଏବଂ ନିର୍ମାଣ କାର୍ଯ୍ୟ ୫୩% ବୃଦ୍ଧି ପାଇଛି। ଚାଷଜମି ଏବଂ ଘାସପଡ଼ିଆକୁ ନଷ୍ଟକରି ଏହି ନିର୍ମାଣ କରାଯାଇଛି। ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି ଏବଂ ଆଇଆଇଟି ଖଡ଼ଗପୁରର ଗବେଷକମାନଙ୍କ ପକ୍ଷରୁ କରାଯାଇଥିବା ମିଳିତ ଅଧ୍ୟୟନରୁ ଏହି ତଥ୍ୟ ଜଣାପଡ଼ିଛି।
ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ଆଶ୍ଚର୍ଯ୍ୟଜନକ ଭାବେ ବନୀକରଣ ବୃଦ୍ଧି ପାଇଥିଲେ ମଧ୍ୟ ମୃତ୍ତିକା କ୍ଷୟ କମିନାହିଁ। ଗବେଷକମାନେ କହିଛନ୍ତି, କେବଳ ଗଛ ଲଗାଇବା ଦ୍ୱାରା ବ୍ୟାପକ ସ୍ତରରେ ହେଉଥିବା ଜମିର ରୂପାନ୍ତରଣକୁ ରୋକାଯାଇପାରିବ ନାହିଁ। ଆରାବଳୀ ଭାରତର ପୁରାତନ ଏବଂ ଖଣିଜ ସମ୍ପଦରେ ଭରପୂର ପର୍ବତମାଳା ହୋଇଥିବାରୁ ଏଠାରେ ବହୁଳ ଭାବେ ଖଣି ଖନନ ଚାଲିଛି। ମାନବୀୟ କାର୍ଯ୍ୟକଳାପ ସହିତ ପରିବର୍ତ୍ତିତ ପାଣିପାଗ ମୃତ୍ତିକା କ୍ଷୟକୁ ଅଧିକ ତ୍ୱରାନ୍ବିତ କରିଛି। ପ୍ରାକୃତିକ ପରିବେଶକୁ କଂକ୍ରିଟ ଜଙ୍ଗଲରେ ପରିଣତ କରିବା ଫଳରେ ମାଟିର ପ୍ରାକୃତିକ ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ ହୋଇଯାଇଛି। ସ୍ଥାନୀୟ ସଂରକ୍ଷଣ କାର୍ଯ୍ୟ ଅପେକ୍ଷା ଜମିର ଅଣକୃଷି ବ୍ୟବହାର (ନିର୍ମାଣ) ଅଧିକ ହେଲେ ପାରିପାର୍ଶ୍ୱିକ ସନ୍ତୁଳନ ରକ୍ଷା କରିବା ଅସମ୍ଭବ ହୋଇପଡ଼ିବ ବୋଲି ଉପରୋକ୍ତ ଅଧ୍ୟୟନ ଚେତାଇ ଦେଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ଭାରତ ସରକାର, ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି, ଜାଣନ୍ତୁ କ’ଣ କରାଯିବ

ନୂଆଦିଲ୍ଲୀ,୧୨।୩: ଇରାନରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିବା ଏବଂ ସମ୍ଭାବ୍ୟ ପ୍ରଭାବର ମୁକାବିଲା କରିବା ପାଇଁ ଏକ…

ଇରାନରେ ଫସିଛନ୍ତି ୯୦୦୦ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୧୨ା୩: ଇରାନରେ ୯୦୦୦ ଭାରତୀୟ ଫସି ରହିଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା ଦେଇ କହିଛନ୍ତି,…

ଆର୍‌ଏନ୍‌. ରବି ପଶ୍ଚିମବଙ୍ଗର ୨୨ତମ ରାଜ୍ୟପାଳ ଭାବେ ନେଲେ ଶପଥ

କୋଲକାତା,୧୨।୩: କୋଲକାତା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସୁଜୟ ପାଲ୍‌ କୋଲକାତାସ୍ଥିତ ଲୋକଭବନରେ ଆର୍‌.ଏନ୍‌. ରବିଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଶପଥ ପାଠ କରାଇଛନ୍ତି। ଶପଥ ପାଠ…

ବିଶ୍ଵର ସ୍ମାର୍ଟଫୋନ୍ ହବ୍ ପାଲଟିବ ଭାରତ: ନୂଆ ସବସିଡି ଯୋଜନା ଆଣୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୨ା୩: ଭାରତକୁ ବିଶ୍ଵର ସ୍ମାର୍ଟଫୋନ୍ ହବ୍ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆପଲ୍ ଏବଂ ସାମସଙ୍ଗ ଭଳି ବୃହତ ସ୍ମାର୍ଟଫୋନ୍…

‘ମୁଖ୍ୟମନ୍ତ୍ରୀ ମୋ ପାଇଁ କୃଷ୍ଣ’, ନୀତୀଶ କୁମାରଙ୍କ ନାମ ନେବାରୁ କାହିଁକି କାନ୍ଦି ଉଠିଲେ ମହିଳା ମନ୍ତ୍ରୀ, ଜାଣନ୍ତୁ ଏହା ପଛର କାରଣ

ପାଟନା,୧୨।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ନିଷ୍ପତ୍ତି ଦଳୀୟ କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।…

ସରକାର ମୋ କଥା ଶୁଣିବା ଉଚିତ୍…ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୨।୩: ଗୁରୁବାର ଦିନ ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଗ୍ୟାସ ସିଲିଣ୍ଡରକୁ ନେଇ ପ୍ରତିବାଦ କରିଥିଲେ। ମୁଲତବୀ ପରେ, ବିରୋଧୀ ଏମପିମାନେ ସଂସଦ ପରିସରରେ ସ୍ଲୋଗାନ…

ଡଲାର ତୁଳନାରେ ଟଙ୍କାର ବଡ଼ ବିପର୍ଯ୍ୟୟ: ରେକର୍ଡ ୯୨.୩୬ ସ୍ତରରେ ପହଞ୍ଚିଲା

ମୁମ୍ବାଇ,୧୨ା୩: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଗୁରୁବାର କାରବାର ସମୟରେ ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତର…

IAS ସ୍ତରରେ ଅଦଳବଦଳ, ୫ IASଙ୍କୁ….

ଭୁବନେଶ୍ବର,୧୨।୩: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୨୦୨୨ କ୍ୟାଡରର ୫ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ପ୍ରଶାସକ ମନୀଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri