ଭାଉଜ ହତ୍ୟା ଅଭିଯୋଗରେ ଦିଅର ଗିରଫ

ବଡ଼ଗାଁ, ୧୨।୯(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଗରିଆମାଲ ଗାଁ ନିକଟ ଜଙ୍ଗଲରେ ପୋତା ଯାଇଥିବା ଜଣେ ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ ସୋମବାର ଜବତ କରିଛି। ହତ୍ୟା କରି ପୋତିଥିବା ଅଭିଯୋଗରେ ପୋଲିସ ମୃତା ମହିଳାଙ୍କ ଦିଅର ଜିତେନ୍ଦ୍ର କିଣ୍ଡୋ(୩୦)ଙ୍କୁ ଗିରଫ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗରିଆମାଲ ଗ୍ରାମର ଧର୍ମେନ୍ଦ୍ର କିଣ୍ଡୋ ଓ ତାଙ୍କ ସ୍ତ୍ରୀ ଆରତୀ ଚଟୁବୁଡ଼ ଗ୍ରାମରେ ରହିଆସୁଛନ୍ତି। ଆରତୀ (୩୩) କୁଆଡ଼େ ଦିଅର ଜିତେନ୍ଦ୍ରଙ୍କ ବିବାହ କ୍ଷେତ୍ରରେ ବାଧା ସୃଷ୍ଟି କରୁଥିଲେ। ଜିତେନ୍ଦ୍ର ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ଆରତୀ ବିରୋଧ କରିଆସୁଥିଲେ। ଏହାକୁ ନେଇ ଜିତେନ୍ଦ୍ର ମନେମନେ ରାଗ ରଖି ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ଗତ ଶୁକ୍ରବାର ରାତିରେ ଭାଉଜଙ୍କୁ ଗରିଆମାଲ ଗାଁକୁ ଯିବା କହି ଡାକିଆଣିଥିଲେ। ଜଙ୍ଗଲ ନିକଟରେ ପହଞ୍ଚତ୍ବାବେଳକୁ ରାତି ୮ଟା ହୋଇଯାଇଥିଲା। ସେଠାରେ ତାଙ୍କୁ ବାଡ଼ିରେ ପିଟିବା ସହ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଗାତ ଖୋଳି ପୋତିଦେଇ ସେଠାରୁ ଚାଲିଯାଇଥିଲେ। ଆରତୀ ନିଖୋଜ ହେବାରୁ ତାଙ୍କ ସ୍ବାମୀ ଓ ଅନ୍ୟମାନେ ଖୋଜାଖୋଜି କରିଥିଲେ। ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଜିତେନ୍ଦ୍ରଙ୍କ ଉପରେ ସନ୍ଦେହକରି ଥାନାକୁ ଡାକି ପଚରାଉଚରା କରିବାରୁ ସେ ଘଟଣା ସମ୍ପର୍କରେ ସ୍ବୀକାର କରିଥିଲେ। ସୋମବାର ଏସ୍‌ଡିପିଓ ଶଶାଙ୍କଶେଖର ବେୟୁରା, ବଡ଼ଗାଁ ଥାନା ଇନ୍ସପେକ୍ଟର ହୃଷୀକେଶ ବେହେରା, ସବ୍‌ଇନ୍ସପେକ୍ଟର ମିଲି ସାହୁ,ଏଏସଆଇ ବିଜୟ କୁମାର୍‌ କର ଓ ସାଇଣ୍ଟିଫିକ୍‌ ଟିମ୍‌ ଜିତେନ୍ଦ୍ରଙ୍କୁ ଘଟଣାସ୍ଥଳକୁ ନେଇଥିଲେ। ପୋତା ଯାଇଥିବା ସ୍ଥାନ ଚିହ୍ନଟ କରି ଗଳିତ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri