ଟ୍ରେନ୍‌ ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମବାଦ,୩।୬: ବାହାନଗ ଟ୍ରେନ୍‌ ଦୁର୍ଘଟଣାନେଇ ଟ୍ବିଟ୍‌ ଯୋଗେ ଶୋକ ବ୍ୟକ୍ତ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ର ଶେହବାଜ ଶରିଫ୍‌। ସେ କହିଛନ୍ତି, ଭାରତରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଁ ସମବେଦନା ଜ୍ଞାପନ କରୁଛି। ଆହତଙ୍କୁ ଆଶୁଆରୋଗ୍ୟ କାମନା କରୁଛି।

ସେହିପରି ଇଉରୋପ କମିଶନର ସଭାପତି ଉର୍ଷୁଳା ଲେୟନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଓଡିଶା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଉଛି। ସାରା ଇଉରୋପ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରୁଛି। ଆପଣଙ୍କ ସହ ଇଉରୋପବାସୀ ଛିଡା ହୋଇଛନ୍ତି।