୧୦ ବର୍ଷ ପରେ ରୋମାନ୍ସ କରିବେ ଦୀପିକା-ରଣବୀର

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣବୀର କପୁର  ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଅନସ୍କ୍ରିନ୍‌ ଯୋଡ଼ି ମଧ୍ୟରୁ ଅନ୍ୟତମ। ଯଦିଓ ସେମାନେ ୧୦ ବର୍ଷରୁ ଅଧିକ ସମୟ ଧରି ଏକାଠି କାମ କରିନାହାନ୍ତି, କିନ୍ତୁ ଏବେ ସେମାନେ ଏକାଠି ହେବାକୁ ପ୍ରସ୍ତୁତ। କିଛି ସମୟ ପୂର୍ବରୁ ରଣବୀର ଏବଂ ଦୀପିକାଙ୍କୁ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଛି। ଏବେ ପ୍ରଶଂସକମାନଙ୍କୁ ଖୁସି କରିବା ପାଇଁ, ଆୟାନ ମୁଖାର୍ଜୀ, ଦୀପିକା-ରଣବୀରଙ୍କୁ ନେଇ ଏକ ସିନେମା ନିର୍ମାଣ କରିବାର ଯୋଜନା ଘୋଷଣା କରିଛନ୍ତି। ଏହି ଦୁଇଜଣ ରାଜ କପୁର ଏବଂ ନର୍ଗିସଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ଚୋରି ଚୋରି’ ଦ୍ୱାରା ଅନୁପ୍ରାଣିତ ଏକ ରୋମାଣ୍ଟିକ ଚଳଚ୍ଚିତ୍ରରେ ଅଭିନୟ କରିବେ।

ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ବର୍ତ୍ତମାନ ୧୯୫୬ରେ ଆସିଥିବା ଚଳଚ୍ଚିତ୍ର ‘ଚୋରି ଚୋରି’ ଦ୍ୱାରା ଅନୁପ୍ରାଣିତ ଦୀପିକା ଏବଂ ରଣବୀରଙ୍କୁ ନେଇ ସହିତ ତାଙ୍କର ପରବର୍ତ୍ତୀ ରୋମାଣ୍ଟିକ ସିନ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। କାହାଣୀରେ ଆଧୁନିକତା ଅଛି କିନ୍ତୁ ଏହି ଚଳଚ୍ଚିତ୍ରର ଆଇଡିଆ ରାଜ କପୁର ଏବଂ ନର୍ଗିସଙ୍କ କାହାଣୀ ଉପରେ ଆଧାରିତ। ଯେଉଁଥିପାଇଁ ୧୦ ବର୍ଷ ପରେ ଏହି ଚଳଚ୍ଚିତ୍ରରେ ଏକାଠି ହେବେ ରଣବୀର-ଦୀପିକା। ଯାହାଙ୍କୁ ପରଦାରେ ଦେଖିବା ପାଇଁ ପ୍ରଶଂସକମାନେ ଚାହିଁ ରହିଛନ୍ତି। ତଥାପି ଚଳଚ୍ଚିତ୍ର ସମ୍ପର୍କରେ ଏପର୍ଯ୍ୟନ୍ତ ଅଫିସିଆଲି କୌଣସି ଘୋଷଣା କରାଯାଇନାହିଁ।

ଏବେ ରଣବୀର ଦୁଇଟି ପ୍ରମୁଖ ଫିଲ୍ମରେ କାମ କରୁଛନ୍ତି, ଯାହା ଆସନ୍ତା ବର୍ଷ ମୁକ୍ତିଲାଭ କରିବାର ଯୋଜନା ରହିଛି। ୨୦୨୬ରେ ରଣବୀର ସଞ୍ଜୟ ଲୀଲା ଭଁସାଲୀଙ୍କ ଚଳଚ୍ଚତ୍ର ‘ଲଭ୍‌ ଆଣ୍ଡ ଓ୍ବାର’ରେ ନଜର ଆସିବେ। ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ରାମାୟଣ ପାଟ-୧ ମଧ୍ୟ ବହୁତ ଚର୍ଚ୍ଚାରେ। ଏଥିସହିତ ଦୀପିକା ଆଲୁ ଅର୍ଜୁନ ଏବଂ ଆଟଲି କୁମାରଙ୍କ ଅଭିନୀତ ଏକ ଚଳଚ୍ଚିତ୍ର ପାଇଁ ବି ପ୍ରସ୍ତୁତ ହେଉଛନ୍ତି। ଏହା ଏକ ବଡ଼ ବଜେଟ୍‌ର ପ୍ରୋଜେକ୍ଟ, ଯାହାର ଟାଇଟଲ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri