୧୦ ବର୍ଷ ପରେ ରୋମାନ୍ସ କରିବେ ଦୀପିକା-ରଣବୀର

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣବୀର କପୁର  ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଅନସ୍କ୍ରିନ୍‌ ଯୋଡ଼ି ମଧ୍ୟରୁ ଅନ୍ୟତମ। ଯଦିଓ ସେମାନେ ୧୦ ବର୍ଷରୁ ଅଧିକ ସମୟ ଧରି ଏକାଠି କାମ କରିନାହାନ୍ତି, କିନ୍ତୁ ଏବେ ସେମାନେ ଏକାଠି ହେବାକୁ ପ୍ରସ୍ତୁତ। କିଛି ସମୟ ପୂର୍ବରୁ ରଣବୀର ଏବଂ ଦୀପିକାଙ୍କୁ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଛି। ଏବେ ପ୍ରଶଂସକମାନଙ୍କୁ ଖୁସି କରିବା ପାଇଁ, ଆୟାନ ମୁଖାର୍ଜୀ, ଦୀପିକା-ରଣବୀରଙ୍କୁ ନେଇ ଏକ ସିନେମା ନିର୍ମାଣ କରିବାର ଯୋଜନା ଘୋଷଣା କରିଛନ୍ତି। ଏହି ଦୁଇଜଣ ରାଜ କପୁର ଏବଂ ନର୍ଗିସଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ଚୋରି ଚୋରି’ ଦ୍ୱାରା ଅନୁପ୍ରାଣିତ ଏକ ରୋମାଣ୍ଟିକ ଚଳଚ୍ଚିତ୍ରରେ ଅଭିନୟ କରିବେ।

ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ବର୍ତ୍ତମାନ ୧୯୫୬ରେ ଆସିଥିବା ଚଳଚ୍ଚିତ୍ର ‘ଚୋରି ଚୋରି’ ଦ୍ୱାରା ଅନୁପ୍ରାଣିତ ଦୀପିକା ଏବଂ ରଣବୀରଙ୍କୁ ନେଇ ସହିତ ତାଙ୍କର ପରବର୍ତ୍ତୀ ରୋମାଣ୍ଟିକ ସିନ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। କାହାଣୀରେ ଆଧୁନିକତା ଅଛି କିନ୍ତୁ ଏହି ଚଳଚ୍ଚିତ୍ରର ଆଇଡିଆ ରାଜ କପୁର ଏବଂ ନର୍ଗିସଙ୍କ କାହାଣୀ ଉପରେ ଆଧାରିତ। ଯେଉଁଥିପାଇଁ ୧୦ ବର୍ଷ ପରେ ଏହି ଚଳଚ୍ଚିତ୍ରରେ ଏକାଠି ହେବେ ରଣବୀର-ଦୀପିକା। ଯାହାଙ୍କୁ ପରଦାରେ ଦେଖିବା ପାଇଁ ପ୍ରଶଂସକମାନେ ଚାହିଁ ରହିଛନ୍ତି। ତଥାପି ଚଳଚ୍ଚିତ୍ର ସମ୍ପର୍କରେ ଏପର୍ଯ୍ୟନ୍ତ ଅଫିସିଆଲି କୌଣସି ଘୋଷଣା କରାଯାଇନାହିଁ।

ଏବେ ରଣବୀର ଦୁଇଟି ପ୍ରମୁଖ ଫିଲ୍ମରେ କାମ କରୁଛନ୍ତି, ଯାହା ଆସନ୍ତା ବର୍ଷ ମୁକ୍ତିଲାଭ କରିବାର ଯୋଜନା ରହିଛି। ୨୦୨୬ରେ ରଣବୀର ସଞ୍ଜୟ ଲୀଲା ଭଁସାଲୀଙ୍କ ଚଳଚ୍ଚତ୍ର ‘ଲଭ୍‌ ଆଣ୍ଡ ଓ୍ବାର’ରେ ନଜର ଆସିବେ। ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ରାମାୟଣ ପାଟ-୧ ମଧ୍ୟ ବହୁତ ଚର୍ଚ୍ଚାରେ। ଏଥିସହିତ ଦୀପିକା ଆଲୁ ଅର୍ଜୁନ ଏବଂ ଆଟଲି କୁମାରଙ୍କ ଅଭିନୀତ ଏକ ଚଳଚ୍ଚିତ୍ର ପାଇଁ ବି ପ୍ରସ୍ତୁତ ହେଉଛନ୍ତି। ଏହା ଏକ ବଡ଼ ବଜେଟ୍‌ର ପ୍ରୋଜେକ୍ଟ, ଯାହାର ଟାଇଟଲ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri