‘ଗ୍ଲୋବାଲ ଆଚିଭର୍ସ ଆୱାର୍ଡ’ ପାଇବାରେ ଏକମାତ୍ର ଭାରତୀୟ ହେଲେ ଦୀପିକା

ମୁମ୍ବାଇ: ନିଜର ଭିନ୍ନ ଅନ୍ଦାଜକୁ ନେଇ ସମସ୍ତଙ୍କ ଦିଲରେ ରାଜ କରୁଥିବା ଦୀପିକା ପାଦୁକୋନ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କର ଗ୍ଲୋବଲ ଲୋକପ୍ରିୟତାକୁ ସାବ୍ୟସ୍ତ କରି ଗ୍ଲୋବାଲ ଆଚିଭର୍ସ ଆୱାର୍ଡ ୨୦୨୧ ନିଜ ନାଁରେ କରି ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ସୂଚିରେ ବାରାକ ଓବାମା, ଜେଫ ବେଜୋସ, କ୍ରିଷ୍ଟିୟାନୋ ରୋନାଲ୍‌ଡୋ ଇତ୍ୟାଦି ବିଶ୍ୱର କେତେକ ଲୋକପ୍ରିୟ ନାମ ସାମିଲ ହୋଇଛି । ସୂଚନା ମୁତାବକ ଚଳିତ ବର୍ଷ ଗ୍ଲୋବାଲ ଆୱାର୍ଡ ୨୦୨୧ ପାଇଁ ପ୍ରାୟ ୩ହଜାରରୁ ଅଧିକ ଆବେଦନ ଆସିଥିଲା । ଜୁରିଙ୍କ ପାଇଁ ଏହାକୁ ସଟ୍ ଲିଷ୍ଟ କରିବା କାଠିକର ପାଠ ଥିଲା । କାରଣ ସମସ୍ତ ନାମାଙ୍କନ ନିଜ ନିଜ କ୍ଷେତ୍ରରେ ସଫଳ ଟ୍ରାକ୍ ରେକର୍ଡ ରଖିଥିଲେ । ଦୀପିକାଙ୍କ କଥା କହିଲେ ସେ ବିଶ୍ୱର ଜଣେ ପରିଚିତ ଚେହେରା । କେବଳ ଫ୍ୟାଶନ ଷ୍ଟେଟମେଣ୍ଟ ନୁହେଁ ତାଙ୍କର ଅଭିନୟ ଓ ପରଫରମାନ୍ସ ସ୍କିଲକୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି । ସେ ଭାରତରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଚିତ ଦୀପିକା ଏମିତି ଏକ ସ୍ଥାନ ତାଙ୍କ ପରିଶ୍ରମ ଯୋଗୁ ହାସ କରିଛନ୍ତି ବୋଲି କୁହାଯାଏ । ୨୦୧୮ ମସିହାରେ ଟାଇମ ମାଗାଜିନ୍ ତାଙ୍କୁ ବିଶ୍ୱର ୧୦୦ ପ୍ରଭାବଶାଳୀ ଲେକାଙ୍କ ମଧ୍ୟରେ ସ୍ଥାନ ଦେଇଥିଲା । ସେ ସମୟରେ ସେ ଭାରତୀୟ ଅଭିନେତ୍ରୀ ଭାବେ ଏକେଲା ଏହି ସ୍ଥାନ ପାଇଥିଲେ । ଏହାର ବର୍ଷେ ପରେ ଦୀପିକା ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି ପାଇଁ ୨୬ ତମ ବାର୍ଷିକ କ୍ରିଷ୍ଟଲ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଏହାସହ ସେ ଦାବୋସ ୨୦୨୦ବିଜେତାଙ୍କ ତାଲିକାରେ ସାମିଲ ହୋଇଥିବା ଏକମାତ୍ର ଭାରତୀୟ ଅଭିନେତ୍ରୀ ଥିଲେ । ଦୀପିକା ନିଜ କାମ ଓ ପର୍ସନାଲ ଲାଇଫକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ସେ ନିଜର କାମ ପାଇଁ ଲୋକଙ୍କ ହୃଦୟ ଜିତିବାରେ ମାହିର । ଏମିତିକି ତାଙ୍କ ସ୍ମାଇଲ ବି ଲୋକଙ୍କ ମନରେ ଘର କରିନିଏ ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri