୫୬ଦିନ ପରେ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଡିଭା ଦୀପିକା ପାଦୁକନ ହେଉଛନ୍ତି ସେହି ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ, ଯେଉଁମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ନୁହଁନ୍ତି। ସୋସିଆଲ ମିଡିଆରେ ପ୍ରାୟ ତାଙ୍କୁ ଦେଖିବାକୁ ମିଳେ ନାହିଁ। ଗତ ଥର ଦୀପିକା ପ୍ରାୟ ୨ମାସ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୨୦ରେ ନିଜର ଫଟୋ ଶେୟାର କରିଥିଲେ। ଏହାପରେ ମେ’ ୨ରେ ସେ ମେଣ୍ଟାଲ ହେଲ୍ପଲାଇନ୍‌ ସହ ଜଡିତ ଏକ ସାମାଜିକ ପୋଷ୍ଟ ଶେୟାର କରିଥିଲେ। ହେଲେ ଏବେ ୫୬-୫୭ଦିନ ପରେ ଦୀପିକା ପୁଣି ଥରେ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଛନ୍ତି। ଦୀପିକା ଇନ୍‌ଷ୍ଟାଗ୍ରାମ୍‌ରେ ଆଶା ଭର୍ସେସ ବାସ୍ତବତାର ଏକ ମଜାଳିଆ ପୋଷ୍ଟ ଶେୟାର କରିଛନ୍ତି। ସେ ଶେୟାର କରିଥିବା ୨ଟି ଫଟୋ ମଧ୍ୟରୁ ପ୍ରଥମଟିରେ ଯୋଗ କରୁଥିବାର ଦେଖିବାକୁ ମିଳିଛି। ଯାହା ଆଶା ବୋଲି ପ୍ରତିଫଳିତ ହେଉଛି। ସେହିପରି ଅନ୍ୟଟିରେ ସେ ଶୋଇଥିବାର ନଜର ଆସିଛନ୍ତି, ଯାହା ବାସ୍ତବତା। ଅଭିନେତ୍ରୀଙ୍କ ଏହି ମଜାଳିଆ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ମଧ୍ୟ ବେଶ୍‌ ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପଟେ ଇନ୍‌ଷ୍ଟାଗ୍ରାମ୍‌ରେ ଦୀପିକାଙ୍କ କମ୍‌ବ୍ୟାକକୁ ନେଇ ପ୍ରଶଂସକ ଖୁସି ବ୍ୟକ୍ତ କରିଛନ୍ତି। ଜଣେ ୟୁଜର୍ସ ତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଶେଷରେ ବହୁ ଦିନ ପରେ ତାଙ୍କର ପୋଷ୍ଟ ଆସିଲା। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଶୋଇଥିବା ସମୟରେ ଜଣେ କିଭଳି ଏତେ ସୁନ୍ଦର ଦେଖାଯାଇପାରିବ। ଦୀପିକାଙ୍କ କାର୍ଯ୍ୟ କଥା କହିବାକୁ ଗଲେ ଖୁବ୍‌ଶୀଘ୍ର ସେ ବାୟୋପିକ୍‌ ଫିଲ୍ମ ‘୮୩’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କୁ ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିବ। ଏଥିରେ ରଣବୀରଙ୍କୁ କପିଲ ଦେବଙ୍କ ଭୂମିକାରେ ଏବଂ ଦୀପିକା ତାଙ୍କ ପତ୍ନୀ ରେମାଙ୍କ ଚରିତ୍ରରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri