ଆଲୋକର ପର୍ବ ଦୀପାବଳି

ଉମା ଶଙ୍କର ପ୍ରସାଦ

ଭାରତରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହୁଏ। ଏଥିରେ ଦୀପାବଳିର ମହତ୍ତ୍ୱ ସର୍ବୋଚ୍ଚ ଓ ମହନୀୟ। ଜାତୀୟ ପର୍ବ ଦୀପାବଳିର ପାଳନ ମୂଳରେ ଅନେକ ପୌରାଣିକ କାହାଣୀ ଓ ପ୍ରସଙ୍ଗ ଥିଲେ ସୁଦ୍ଧା ରାମଚନ୍ଦ୍ରଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ସୁଖଦ ସ୍ମୃତି ଓ ରାମାଭିଷେକ ପର୍ବ ଜଡ଼ିତ। ବିଜୟା ଦଶମୀ ରାମଙ୍କର ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ଭାବେ ପାଳନ କରାଯାଇଥିବାବେଳେ ତାହାର ପୂର୍ଣ୍ଣତା ପ୍ରତିଭାତ ହୁଏ କାର୍ତ୍ତିକ ଅମାବାସ୍ୟାରେ। ବାସ୍ତବରେ ରାବଣରୂପୀ ଅନ୍ଧକାରକୁ ନାଶକରି ଅଯୋଧ୍ୟାକୁ ଫେରିଥିବା ଆଲୋକରୂପୀ ସତ୍ୟନିଷ୍ଠ ରାମଚନ୍ଦ୍ରଙ୍କୁ ରାଜପଦରେ ଅଭିଷିକ୍ତ କରି ଅଯୋଧ୍ୟାବାସୀ ଦୀପାଲୋକରେ ଭବ୍ୟ ସମ୍ବର୍ନ୍ଧନା ଉତ୍ସବ ପାଳନ କରିଥିଲେ। ପୁରାଣ ବର୍ଣ୍ଣିତ ଭୀତତ୍ରସ୍ତ, ଶରଣାପନ୍ନ ଦେବଗଣଙ୍କ ପାଇଁ ଶ୍ରୀକୃଷ୍ଣ ମହାପ୍ରତାପୀ ନରକାସୁରକୁ ବିନାଶ କରି ପୃଥିବୀ ଭାର ଉଶ୍ୱାସ କରିଥିଲେ। ନରକଦ୍ୱାର ବନ୍ଦିନୀ ଷୋଳ ସହସ୍ର ସୁନ୍ଦରୀ କନ୍ୟାଙ୍କୁ ମୁକ୍ତି ଦେଇ ସେମାନଙ୍କୁ ସସମ୍ମାନେ ଦ୍ୱାରକାକୁ ପଠାଇଥିଲେ। ଫଳରେ ସମସ୍ତଙ୍କ ହୃଦୟ ଆନନ୍ଦ ମୁଖରିତ ହେବା ସହ ଏହା ‘ନରକୋତ୍ସବ’ ନାମରେ ନାମିତ ହେଲା। ଲୋକେ ଖତଗଦାରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରିବା ସହ ଆଲୋକରେ ତାକୁ ଓ ତା’ର ପୁତ୍ର ଭଗଦତର ସିଂହାସନ ଆରୋହଣକୁ ଆନନ୍ଦରେ ଅଭିନନ୍ଦନ ଜଣାନ୍ତି। କରାଳବଦନା କାଳୀମାତାଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୁଏ। ଆସୁରିକ ଶକ୍ତିର ବିନାଶ ସହ ସମଗ୍ର ପୃଥିବୀରେ ଶାନ୍ତି ସ୍ଥାପନ ପାଇଁ ମହାକାଳୀଙ୍କର ଆବିର୍ଭାବ ଅତ୍ୟନ୍ତ ପ୍ରତୀକାତ୍ମକ, ଅଭିନନ୍ଦନୀୟ ଏବଂ ଆଜିର ବିଶ୍ୱ ପରିସ୍ଥିତି ପାଇଁ ପ୍ରାସଙ୍ଗିକ। ଉତ୍କଳରେ ଦୀପାବଳି ଦିନ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଏ। ପିତୃଲୋକର ସନ୍ତୋଷ ତଥା ନିଜର ଶାରୀରିକ ଓ ଆଧ୍ୟାମତ୍ିକ ଉନ୍ନତି ନିମନ୍ତେ ଦୀପଦାନ କରଣୀୟ। ପିତୃ ପୁରୁଷଙ୍କ ସ୍ମୃତିଚାରଣ ଓ ପୂଜାର୍ଚ୍ଚନା ନିମନ୍ତେ କାର୍ତ୍ତିକ ଅମାବାସ୍ୟା ତିଥି ଶ୍ରେଷ୍ଠ ବୋଲି ବହୁ ପ୍ରାଚୀନକାଳରୁ ବିଶ୍ୱାସ ରହିଛି। କାର୍ତ୍ତିକ ମାସ ସାରା ପ୍ରତି ଘରେ ଘରେ ଆକାଶଦୀପ ଜଳି ଉଠେ ପିତୃ ପୁରୁଷଙ୍କ ସ୍ମୃତି ଓ ସମ୍ମାନକୁ ହୃଦୟରେ ଅନିର୍ବାପିତ ରଖି ସାଂସାରିକ ଅନ୍ଧକାରକୁ ସାମ୍ନା କରିବା ପାଇଁ। ମୋଗଲ ସମ୍ରାଟ ଆକବର ହିନ୍ଦୁ ସଂସ୍କୃତିର ଏହି ମହାନ ଦୀପାବଳି ପର୍ବକୁ ସମ୍ମାନ ଦେଉଥିଲେ। ତାଙ୍କ ଦୌଲତଖାନା ସମ୍ମୁଖରେ ଚାଳିଶ ଫୁଟ୍‌ ଲମ୍ବ ବିଶିଷ୍ଟ ଗୋଟିଏ ବାଉଁଶ ପୋତାଯାଇ ସେଥିରେ ଷୋହଳଟି ଦଉଡି ଯୁକ୍ତହୋଇ ବାଉଁଶର ଅଗ୍ରଭାଗରେ ଗୋଟିଏ ମାଟିପାତ୍ର ମଧ୍ୟରେ ପ୍ରଦୀପ ରାତିସାରା ଜଳୁଥାଏ, ଯାହା ଆକବରଙ୍କ ସର୍ବଧର୍ମ ପ୍ରୀତିର ସ୍ମାରକରୂପେ ବରୋଦା ମ୍ୟୁଜିୟମ୍‌ରେ ରଖାଯାଇଛି।
ଇତିହାସ ପୃଷ୍ଠା ଉନ୍ମୋଚନ କଲେ ଦୀପାବଳିର ମହତ୍ତ୍ୱ ଓ ବୈଚିତ୍ର୍ୟ ପରିଦୃଷ୍ଟ ହୁଏ। ଭାରତରେ ଦୀପାବଳିକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳନ କରିଥାନ୍ତି, ଯାହାକୁ ‘ଆଇନ-ଇ-ଆକବରୀ’ରେ ମୋଗଲ ଯୁଗର ଖ୍ୟାତନାମା ଆବୁଲ ଫାଜଲ ଦୀପାବଳି ବା ଦିୱାଲି ପର୍ବର ଉଲ୍ଲେଖ କରିଛନ୍ତି। ଏହିଦିନ ଉଜ୍ଜୟିନୀର ରାଜା ବିକ୍ରମାଦିତ୍ୟ ସିଂହାସନ ଆରୋହଣ କରିଥିଲେ। ଗୁପ୍ତାଦ୍ଧ ମଧ୍ୟ ଏହି ଦୀପାବଳିରୁ ପ୍ରବର୍ତ୍ତିତ। ପରିବ୍ରାଜକ ଆଲବେରୁଣୀ ଦୀପାବଳି ସମ୍ପର୍କରେ ସୁନ୍ଦର ବିବରଣୀ ଦେଇଛନ୍ତି। ହର୍ଷବର୍ଦ୍ଧନଙ୍କ ନାଗାନନ୍ଦ ନାଟକରୁ ଦୀପାବଳିକୁ ‘ଦୀପ ପ୍ରତିପଦୁତ୍ସବ’ ବୋଲି ଉଲ୍ଲେଖ କରାଯାଇଛି। ଜୈନ ବଣିକ ଗୋଷ୍ଠୀ ଧନଦାତ୍ରୀ ଲକ୍ଷ୍ମୀଙ୍କ ପୂଜା ଏହିଦିନ ଅନୁଷ୍ଠାନ କରନ୍ତି। ଦୀପାବଳି ସହ ମହାବୀରଙ୍କ ମୋକ୍ଷଲାଭ ସ୍ମୃତି ବିଜଡିତ। ଏହିପରି ଐତିହାସିକ ଦୃଷ୍ଟିକୋଣକୁ ନେଇ ଦୀପାବଳି ଭାରତରେ ପାଳିତ ହୋଇଆସୁଛି।
ପ୍ରକୃତ ଅର୍ଥରେ ଆଲୋକପର୍ବ ଦୀପାବଳି ଅନ୍ଧକାର ଉପରେ ବିଜୟ ପର୍ବ। ଆବାଳବୃଦ୍ଧ ବନିତା ସମସ୍ତେ ମାଟି ଦୀପରେ ତେଲ ସଳିତା ଦେଇ ଘରେ ଜଳାଇଥାନ୍ତି ସାନ ସାନ ମଙ୍ଗଳ ପ୍ରଦୀପ। ଆଲୋକ ଶିଖା କ୍ଷୁଦ୍ର ହେଉ ବା ବିଶାଳ ହେଉ ସେଥିରେ ଅହଙ୍କାର ନ ଥାଏ। ନିଜେ ଜଳି ସାରା ସମାଜକୁ ଆଲୋକିତ କରିଥାଏ। ସବୁ କ୍ଷୁଦ୍ରାତିକ୍ଷୁଦ୍ର ଦୀପ ଶିଖାର ଆଲୋକ ଏକତ୍ରିତ ହୋଇ କାର୍ତ୍ତିକ ଅମାରାତ୍ରିର ଘନ ଅନ୍ଧକାରକୁ ଆଲୋକିତ କରିଥାନ୍ତି। ଯାହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ହେଉଛି ଜଗତର ମଙ୍ଗଳ କାମନା କରିବା। ନେପାଳରେ ଏହି ପର୍ବ ପାଞ୍ଚଦିନ ଧରି ପାଳନ କରାଯାଇଥାଏ। ଏକବିଂଶ ଶତାବ୍ଦୀରେ ଏହି ଦୀପଦାନ ଉତ୍ସବରେ ରାତ୍ରିିର ଆଲୋକସଜ୍ଜା ବାଣ ରୋଶଣିର ଆଡମ୍ବରପୂର୍ଣ୍ଣ ପର୍ବରେ ପରିଣତ ହୋଇଛି। ଅହଙ୍କାର ଓ ଦର୍ପର ଶବ୍ଦ ଏହି ପର୍ବକୁ ଦୀପଦାନ ପରିବର୍ତ୍ତେ ବାଣଫୁଟା ପ୍ରତିଯୋଗିତାରେ ପରିଣତ କରିଛି। ଆମେ ଆଲୋକର ପର୍ବରୁ ଦୂରେଇ ଦେଇ ‘ଶବ୍ଦ ପ୍ରଦୂଷଣ’ ଓ ‘ବାୟୁ ପ୍ରଦୂଷଣ’ ପର୍ବରେ ପରିଣତ କଲୁଣି। ଆମ ଭାରତୀୟ ମହାସଂସ୍କୃତିକୁ ଠିକ୍‌ ଭାବେ ପାଳନ କଲେ ସମାଜ ତଥା ଦେଶର କଲ୍ୟାଣ ସାଧିତ ହେବ। ଅମାବାସ୍ୟାର ଅମାଅନ୍ଧକାର ଭିତରେ ଆମମାନଙ୍କର ବସ୍ତୁର ଆଲୋକସଜା କ୍ଷଣିକ ମାତ୍ର ଆନନ୍ଦ ଦେଇଥାଏ କିନ୍ତୁ ଆମ ପାଖରେ ଥିବା ପ୍ରଜ୍ଞାର ଆଲୋକ ନିର୍ବାପିତ ହୋଇଯାଇଥାଏ। ଦୀପାବଳି ଭାରତୀୟ ସାଂସ୍କୃତିକ ଜୀବନର ବାର୍ତ୍ତାବହ। ଓଡ଼ିଶାରେ ଏହାର ଗୁରୁତ୍ୱ ଅବିସ୍ମରଣୀୟ। ଏ ବର୍ଷରେ ଆଲୋକର ପର୍ବକୁ ବାସ୍ତବ ଅର୍ଥରେ ଅନ୍ଧକାର ନାଶ ପର୍ବରେ ପାଳନ କରିବା ପାଇଁ ସଙ୍ଘବଦ୍ଧ ହୁଅନ୍ତୁ ଓ ଏକତାର ହାତ ମିଳାନ୍ତୁ। ସମସ୍ତେ ନିଜକୁ ସଚେତନ କରି ପ୍ରତ୍ୟେକ ବୟସ୍କ ବ୍ୟକ୍ତି ନିଜ ନିଜର ପିଲାମାନଙ୍କୁ ଏହି ପର୍ବର ମହନୀୟତା ବୁଝାଇବା ଦରକାର, ଫଳରେ ସମାଜ, ରାଜ୍ୟ ତଥା ଦେଶ ହସି ଉଠିବ।
ମୋ:୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri