Posted inଖେଳ

କିଏ ସେହି ଯୁବତୀ, ଯାହାଙ୍କୁ ସାରା ବିଶ୍ୱ ଆଗରେ ପ୍ରପୋଜ କଲେ ଦୀପକ

ଦୁବାଇ,୮।୧୦: ଆଇପିଏଲ-୨୦୨୧ର ଲିଗ ମ୍ୟାଚରେ ତିନିଥର ଚାମ୍ପିୟନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି। ତେବେ ଚେନ୍ନାଇ ପେସର୍‌ ଦୀପକ ଚହରଙ୍କ ପାଇଁ ଏହି ମ୍ୟାଚ ଏବଂ ଦିନ ସ୍ମରଣୀୟ ହୋଇପାରିଛି। ସେ ମ୍ୟାଚ ପରେ ତୁରନ୍ତ ଷ୍ଟାଡିୟମରେ ଥିବା ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରି ମୁଦି ପିନ୍ଧାଇଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଦୀପକ ନିଜେ ଭିଡିଓ ଏବଂ ଫଟୋ ମଧ୍ୟ ଶେୟାର କରିଥିଲେ।
ଏହି ମ୍ୟାଚ ହୁଏତ ଦୀପକ ଚହରଙ୍କ ପାଇଁ ବହୁତ ଭଲ ନ ଥିଲା କିନ୍ତୁ ସେ ଦିନଟିକୁ ସୃତି କରିବା ପାଇଁ ଚେଷ୍ଟା କରିଥିଲେ। ମ୍ୟାଚ୍‌ରେ ସେ ୪ ଓଭରରେ ୪୮ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ପରେ ସେ ନିଜେ ଷ୍ଟାଡିୟମରେ ଉପସ୍ଥିତ ଗର୍ଲଫ୍ରେଣ୍ଡଙ୍କୁ ଦେଖା କରିବାକୁ ଯାଇ ପ୍ରପୋଜ କରିଥିଲେ। ପରେ ମଧ୍ୟ ମୁଦି ମଧ୍ୟ ପିନ୍ଧାଇଥିଲେ। ସେ ଏହି ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ତାଙ୍କ ଭଉଣୀ ମାଳତୀ ଚହର ଏବଂ ଭାଇ ରାହୁଲ ଚହର ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୀପକ ଚହରଙ୍କ ଗର୍ଲଫ୍ରେଣ୍ଡର ନାମ ଜୟା ଭରଦ୍ୱାଜ। ଷ୍ଟାଡିୟମରେ ଜୟା କଳା ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ସେ ରିୟଲିଟି ଶୋ ବିଗ ବସ ସିଜନ ୫ର ପ୍ରତିଯୋଗୀ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ। ଜୟା ଦିଲ୍ଲୀର ଏକ କର୍ପୋରେଟ କମ୍ପାନୀରେ କାମ କରନ୍ତି।

https://twitter.com/Concussion__Sub/status/1446105773948293120


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri