ଗଭୀର ସମୁଦ୍ରରେ ଓଲଟିଲା ଡଙ୍ଗା: ୮ ମତ୍ସ୍ୟଜୀବୀ ଉଦ୍ଧାର, ୨ ନିଖୋଜ

ଜଳେଶ୍ୱର,୨୮।୭(ଗୋପବନ୍ଧୁ ସାହୁ): ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଓଲଟିଲା ଡଙ୍ଗା। ଡଙ୍ଗାରେ ୧୦ ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି। ସମୁଦ୍ର ଅଶାନ୍ତ ଥିବାରୁ ଡ଼ଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା। ଅନ୍ୟ ଏକ ଡଙ୍ଗାର ଯାଉଥିବା ମତ୍ସ୍ୟଜୀବୀମାନେ ୮ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ସମସ୍ତ ମତ୍ସ୍ୟଜୀବୀ ପଶ୍ଚିମବଙ୍ଗ ସାଗର ଦ୍ବୀପକୁ ମାଛମାରିବାକୁ ଯାଇଥିଲେ। ସମସ୍ତେ ସ୍ଥାନୀୟ ସୁନ୍ଦରବନ ଅଞ୍ଚଳର ବୋଲି ଜଣାପଡିଛି।  ତେବେ ଉଦ୍ଧାର ସମୟରେ ଭିଡିଓ ଭାଇରାଲ ହେବାର ଲାଗିଛି ।