ଭୁବନେଶ୍ୱର, ୨୭।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ ବାଲେଶ୍ବର-କ୍ୟାନିଂ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ। ଅତି ପ୍ରବଳ ବର୍ଷା ନେଇ ୩ ଜିଲାକୁ ରେଡ ଆଲର୍ଟ କରାଯାଇଛି। ସେହି ଜିଲାଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ସେହିପରି ୧୫ ଜିଲାକୁ ଅରେଞ୍ଜ, ୧୨ ଜିଲାକୁ ୟେଲୋ ଆଲର୍ଟ ଜାର କରାଯାଇଛି। ତେବେ ୨୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ।
ବର୍ଷାକୁ ଦୃଷ୍ଟିରେ ରଖି ପାଇଁ ଆଜି ୪ ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁରରେ ସ୍କୁଲ ଛୁଟି ରହିବ। ସ୍କୁଲ ସମେତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ପ୍ରବଳ ବର୍ଷା ଯୋଗୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ।