୧୫ରୁ ଚାଲାଣ କଟିବ

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନବାହନ, ଯାହାର ଶେଷ ନମ୍ବର ୧, ୨, ୩, ୪, ୫ ଏବଂ ୬ ହୋଇଥିବ ଏବଂ ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲାଗି ନ ଥିବ ସେହି ଯାନଗୁଡ଼ିକ ବିରୋଧରେ ଜାନୁୟାରୀ ୧୫ରୁ ଏନ୍‌ଫୋର୍ସମେଣ୍ଟ ବିଭାଗ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମୋଟର ଭେହିକିଲ୍‌ ଆଇନ-୧୯୮୮ର ଧାରା ୧୯୨ ଅନୁସାରେ ସମ୍ପୃକ୍ତ ଯାନ ବିରୋଧରେ ୫୦୦୦ କିମ୍ବା ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଇ-ଚାଲାଣ କଟାଯାଇ ଜରିମାନା ଆଦାୟ କରାଯିବ।
ଅନ୍ୟପକ୍ଷରେ ଯେଉଁ ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେଶନ ନମ୍ବର ୭ ଏବଂ ୮ ସେଗୁଡ଼ିକରେ ଏଚ୍‌ଏସ୍‌ଆର୍‌ପି ଲଗାଇବା ପାଇଁ ଚଳିତ ମାସ ୩୧ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଶେଷ ନମ୍ବର ୯ ଓ ୦ ଲାଗି ଫେବୃୟାରୀ ୨୮ ଧାର୍ଯ୍ୟ କରାଯାଇଛି। ଏହା ପରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇ ନ ଥିବା ଯାନଗୁଡ଼ିକଠାରୁ ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ପକ୍ଷରୁ କୁହାଯାଇଛି।
ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ (ଏନ୍‌ଫୋର୍ସମେଣ୍ଟ) କହିଛନ୍ତି ଯେ ଜାନୁୟାରୀ ୯ ସୁଦ୍ଧା ରାଜ୍ୟରେ ସମୁଦାୟ ୩୫,୫୬,୮୧୯ ଗାଡ଼ି ମାଲିକ ସ୍ଲଟ୍‌ ବୁକିଂ କରିଛନ୍ତି। ସେଥିରୁ ୨୭, ୨୪,୯୯୪ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲଗାଯାଇଛି। ବିଳମ୍ବ ନ କରି ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ସଂଲଗ୍ନ କରିବାକୁ ଯାନ ମାଲିକମାନଙ୍କୁ ଏସ୍‌ଟିଏ ପକ୍ଷରୁ ଅନୁରୋଧ କରାଯାଇଛି। ଯେଉଁ ଗାଡ଼ିମାଲିକମାନେ ଇଣ୍ଟରନେଟ୍‌ ବ୍ୟବହାର କରନ୍ତି ନାହିଁ କିମ୍ବା ଟେକ୍ନୋଲୋଜି ବିଷୟରେ ଅଧିକ ଜ୍ଞାନ ନାହିଁ ସେମାନେ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆର୍‌ଟିଓରେ ଥିବା ଏଚ୍‌ଏସ୍‌ଆର୍‌ପି ସୁବିଧା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ। ଓଇଏମ୍‌ (ଯାନ ନିର୍ମାତା) ସେମାନଙ୍କ ପ୍ରାଧିକୃତ ବିକ୍ରେତାଙ୍କ ମାଧ୍ୟମରେ ୮୮ଟି ସ୍ଥାନରେ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଅସ୍ଥାୟୀ ଫିଟ୍‌ମେଣ୍ଟ ସେଣ୍ଟର ଖୋଲିଛନ୍ତି। ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ସରକାରୀ, ବେସରକାରୀ ପ୍ରତିଷ୍ଠାନ (ଯେଉଁଠାରେ ସମସ୍ତ ଓଇଏମ୍‌ର ଡିଲର ନେଟ୍‌ୱର୍କ ଉପଲବ୍ଧ ନାହିଁ) ରହିଛି ସେଠାରେ ମଧ୍ୟ ଏଚ୍‌ଏସ୍‌ଆର୍‌ପିର ଫିଟ୍‌ମେଣ୍ଟ ସେଣ୍ଟର ମଧ୍ୟ ଆରମ୍ଭ କରାଯାଇଛି। ଏହାଛଡ଼ା କେତେକ ଆରଟିଓ କାର୍ଯ୍ୟାଳୟରେ ଏହି ଫିଟ୍‌ମେଣ୍ଟ ସୁବିଧା ଓଇଏମ୍‌ ଦ୍ୱାରା ପ୍ରଦାନ କରାଯାଉଛି।
ଯେଉଁ ଗାଡ଼ି ନିର୍ମାତା, ଉତ୍ପାଦକମାନେ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇଛନ୍ତି ସେହି ସ୍ଥାନରୁ କିଣା ଯାଇଥିବା ଗାଡ଼ି ପାଇଁ ଆର୍‌ଟିଓରେ ଏଚ୍‌ଏସ୍‌ଆର୍‌ପି କରାଯାଇପାରିବ। ଏହି ସୁବିଧା ଆର୍‌ଟିଓ କାର୍ଯ୍ୟାଳୟରେ କେବଳ ବାହନ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ ବଦଳାଇବା ସମୟରେ କିମ୍ବା ଅନ୍ୟ କୌଣସି କାରଣବଶତଃ ଏଥିରେ କିଛି କ୍ଷତି ହେଲେ ଯାନ ମାଲିକ ଏହାର ରିପ୍ଲେସ୍‌ମେଣ୍ଟ ପାଇଁ ବୁକିଂ କରିପାରିବେ। ସମସ୍ତ ଅଟୋମୋବାଇଲ ନିର୍ମାତା ଏବଂ ଓଇଏମ୍‌ର ପ୍ରାଧିକୃତ ବିକ୍ରେତାଙ୍କୁ ଏ ବିଷୟରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‌ଓପି) ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର କେନ୍ଦ୍ରୀୟ ମୋଟରଯାନ ଆଇନର ନିୟମ ୫୦ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି/ବିଧିଗତ ଆଦେଶରେ ସଂଶୋଧନ କରିଛନ୍ତି। ସେହି ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ ୍‌ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri