୧୫ରୁ ଚାଲାଣ କଟିବ

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନବାହନ, ଯାହାର ଶେଷ ନମ୍ବର ୧, ୨, ୩, ୪, ୫ ଏବଂ ୬ ହୋଇଥିବ ଏବଂ ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲାଗି ନ ଥିବ ସେହି ଯାନଗୁଡ଼ିକ ବିରୋଧରେ ଜାନୁୟାରୀ ୧୫ରୁ ଏନ୍‌ଫୋର୍ସମେଣ୍ଟ ବିଭାଗ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମୋଟର ଭେହିକିଲ୍‌ ଆଇନ-୧୯୮୮ର ଧାରା ୧୯୨ ଅନୁସାରେ ସମ୍ପୃକ୍ତ ଯାନ ବିରୋଧରେ ୫୦୦୦ କିମ୍ବା ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଇ-ଚାଲାଣ କଟାଯାଇ ଜରିମାନା ଆଦାୟ କରାଯିବ।
ଅନ୍ୟପକ୍ଷରେ ଯେଉଁ ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେଶନ ନମ୍ବର ୭ ଏବଂ ୮ ସେଗୁଡ଼ିକରେ ଏଚ୍‌ଏସ୍‌ଆର୍‌ପି ଲଗାଇବା ପାଇଁ ଚଳିତ ମାସ ୩୧ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଶେଷ ନମ୍ବର ୯ ଓ ୦ ଲାଗି ଫେବୃୟାରୀ ୨୮ ଧାର୍ଯ୍ୟ କରାଯାଇଛି। ଏହା ପରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇ ନ ଥିବା ଯାନଗୁଡ଼ିକଠାରୁ ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ପକ୍ଷରୁ କୁହାଯାଇଛି।
ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ (ଏନ୍‌ଫୋର୍ସମେଣ୍ଟ) କହିଛନ୍ତି ଯେ ଜାନୁୟାରୀ ୯ ସୁଦ୍ଧା ରାଜ୍ୟରେ ସମୁଦାୟ ୩୫,୫୬,୮୧୯ ଗାଡ଼ି ମାଲିକ ସ୍ଲଟ୍‌ ବୁକିଂ କରିଛନ୍ତି। ସେଥିରୁ ୨୭, ୨୪,୯୯୪ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲଗାଯାଇଛି। ବିଳମ୍ବ ନ କରି ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ସଂଲଗ୍ନ କରିବାକୁ ଯାନ ମାଲିକମାନଙ୍କୁ ଏସ୍‌ଟିଏ ପକ୍ଷରୁ ଅନୁରୋଧ କରାଯାଇଛି। ଯେଉଁ ଗାଡ଼ିମାଲିକମାନେ ଇଣ୍ଟରନେଟ୍‌ ବ୍ୟବହାର କରନ୍ତି ନାହିଁ କିମ୍ବା ଟେକ୍ନୋଲୋଜି ବିଷୟରେ ଅଧିକ ଜ୍ଞାନ ନାହିଁ ସେମାନେ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆର୍‌ଟିଓରେ ଥିବା ଏଚ୍‌ଏସ୍‌ଆର୍‌ପି ସୁବିଧା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ। ଓଇଏମ୍‌ (ଯାନ ନିର୍ମାତା) ସେମାନଙ୍କ ପ୍ରାଧିକୃତ ବିକ୍ରେତାଙ୍କ ମାଧ୍ୟମରେ ୮୮ଟି ସ୍ଥାନରେ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଅସ୍ଥାୟୀ ଫିଟ୍‌ମେଣ୍ଟ ସେଣ୍ଟର ଖୋଲିଛନ୍ତି। ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ସରକାରୀ, ବେସରକାରୀ ପ୍ରତିଷ୍ଠାନ (ଯେଉଁଠାରେ ସମସ୍ତ ଓଇଏମ୍‌ର ଡିଲର ନେଟ୍‌ୱର୍କ ଉପଲବ୍ଧ ନାହିଁ) ରହିଛି ସେଠାରେ ମଧ୍ୟ ଏଚ୍‌ଏସ୍‌ଆର୍‌ପିର ଫିଟ୍‌ମେଣ୍ଟ ସେଣ୍ଟର ମଧ୍ୟ ଆରମ୍ଭ କରାଯାଇଛି। ଏହାଛଡ଼ା କେତେକ ଆରଟିଓ କାର୍ଯ୍ୟାଳୟରେ ଏହି ଫିଟ୍‌ମେଣ୍ଟ ସୁବିଧା ଓଇଏମ୍‌ ଦ୍ୱାରା ପ୍ରଦାନ କରାଯାଉଛି।
ଯେଉଁ ଗାଡ଼ି ନିର୍ମାତା, ଉତ୍ପାଦକମାନେ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇଛନ୍ତି ସେହି ସ୍ଥାନରୁ କିଣା ଯାଇଥିବା ଗାଡ଼ି ପାଇଁ ଆର୍‌ଟିଓରେ ଏଚ୍‌ଏସ୍‌ଆର୍‌ପି କରାଯାଇପାରିବ। ଏହି ସୁବିଧା ଆର୍‌ଟିଓ କାର୍ଯ୍ୟାଳୟରେ କେବଳ ବାହନ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ ବଦଳାଇବା ସମୟରେ କିମ୍ବା ଅନ୍ୟ କୌଣସି କାରଣବଶତଃ ଏଥିରେ କିଛି କ୍ଷତି ହେଲେ ଯାନ ମାଲିକ ଏହାର ରିପ୍ଲେସ୍‌ମେଣ୍ଟ ପାଇଁ ବୁକିଂ କରିପାରିବେ। ସମସ୍ତ ଅଟୋମୋବାଇଲ ନିର୍ମାତା ଏବଂ ଓଇଏମ୍‌ର ପ୍ରାଧିକୃତ ବିକ୍ରେତାଙ୍କୁ ଏ ବିଷୟରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‌ଓପି) ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର କେନ୍ଦ୍ରୀୟ ମୋଟରଯାନ ଆଇନର ନିୟମ ୫୦ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି/ବିଧିଗତ ଆଦେଶରେ ସଂଶୋଧନ କରିଛନ୍ତି। ସେହି ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ ୍‌ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri