Posted inଜାତୀୟ

ଜୋଷୀମଠ ପରେ କର୍ଣ୍ଣପ୍ରୟାଗ

ଚମୋଲି/ନୂଆଦିଲ୍ଲୀ,୧୧ା୧: ଉତ୍ତରାଖଣ୍ଡର ଜୋଷୀମଠ ପରେ କର୍ଣ୍ଣପ୍ରୟାଗରେ ମଧ୍ୟ ମାଟି ଫାଟି ଅଁା କଲାଣି। ସହରର ବହୁଗୁଣା ନଗରରେ ଥିବା ୫୦ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଥିସହ କେତେକ ସ୍ଥାନରେ ଭୂସ୍ଫଳନ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣପ୍ରୟାଗବାସୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟି ସରକାରୀ ସହାୟତା ଲୋଡ଼ିଛନ୍ତି।
ଜୋଷୀମଠରେ ଗତ ସପ୍ତାହରୁ ଲଗାତର ଭାବେ ରାସ୍ତାଘାଟ, ମନ୍ଦିର, ଶିକ୍ଷାନୁଷ୍ଠାନ ଓ ଲୋକଙ୍କ ଘର କାନ୍ଥରେ ସୃଷ୍ଟି ହୋଇଥିବା ଫାଟର ବ୍ୟବଧାନ ବଢ଼ିବାରେ ଲାଗିଛି। ଆଗକୁ ଅଧିକ ବିପଦ ଆଶଙ୍କା କରି ଜୋଷୀମଠକୁ ଭୂସ୍ଖଳନପ୍ରବଣ ଅଞ୍ଚଳ ଘୋଷଣା କରାଯାଇଛି। ବହୁ ପରିବାର ନିଜ ଭିଟାମାଟି ଛାଡ଼ି ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଜୋଷୀମଠବାସୀଙ୍କ ଦୁଃଖ ନ ଯାଉଣୁ ଅନ୍ୟତମ ଆଧ୍ୟାମତ୍ିକ ପୀଠ କର୍ଣ୍ଣପ୍ରୟାଗରେ ମଧ୍ୟ ଅନୁରୂପ ସଙ୍କଟ ଉପୁଜିଲାଣି। କର୍ଣ୍ଣପ୍ରୟାଗର ଉପର ବଜାର ଓ୍ବାର୍ଡରେ ରହୁଥିବା ୩୦ ପରିବାର ପ୍ରତି ଫାଟ ବିପତ୍ତି ମାଡ଼ିଆସିଛି। ସେମାନେ ରାଜ୍ୟ ସରକାରଙ୍କୁ ସହାୟତା ମାଗିଛନ୍ତି। ଇତିମଧ୍ୟରେ ଚମୋଲି ଜିଲା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଏକ ବୁଲେଟିନ୍‌ ଜାରି କରିଛନ୍ତି। ଜୋଷୀମଠ ଟାଉନ୍‌ର ୬୭୮ ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ୮୧ ପରିବାରକୁ ଅସ୍ଥାୟୀ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜୋଷୀମଠ ଅଞ୍ଚଳର ୨୧୩ଟି ରୁମ୍‌କୁ ଅସ୍ଥାୟୀ ବାସୋପଯୋଗୀ ଭାବେ ଚିହ୍ନଟ କରାଯାଇଛି, ଯେଉଁଠି ୧,୧୯୧ ଜଣଙ୍କୁ ରଖାଯାଇପାରିବ। ଏଥିସହ ସହର ବାହାରେ ଥିବା ପିପଲକୋଟିରେ ୪୯୧ ରୁମ୍‌/ହଲ୍‌ ଚିହ୍ନଟ କରାଯାଇଛି, ଯାହାର ଧାରଣ କ୍ଷମତା ୨,୨୦୫। ପ୍ରଭାବିତ ଲୋକଙ୍କୁ ଜିଲା ପ୍ରଶାସନ ଖାଦ୍ୟ ପୁଡ଼ିଆ, କମ୍ବଳ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛି। ଏଥିସହ ପ୍ରତି ପରିବାରକୁ ୫,୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌) ଯବାନମାନେ ବିପଦପୂର୍ଣ୍ଣ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ଅଭିଯାନ ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହୋଟେଲ ମଲାରି ଇନ୍‌ ଏବଂ ମାଉଣ୍ଟ ଭ୍ୟୁକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଇତିମଧ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି)ର ତପୋବନ-ବିଷ୍ଣୁଗଡ଼ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭୂବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଜୋଷୀମଠରେ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଇକ୍ରୋ ସେସ୍‌ମିକ୍‌ ଅବ୍‌ଜର୍ଭେଶନ୍‌ ସିଷ୍ଟମ୍‌ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଭୂସ୍ଖଳନର କାରଣ ସମ୍ପର୍କରେ ଗବେଷଣା କରାଯାଇପାରିବ। ଭାରତର ପ୍ରାକୃତିକ ବିପର୍ଯ୍ୟୟର ମାନବୀୟ ପରିଣାମ ଦ୍ରୁତଗତିରେ ବୃଦ୍ଧିପାଉଛି। ଏଥିପାଇଁ ଉପଯୁକ୍ତ ପ୍ରଶମନ ରଣନୀତି ପ୍ରସ୍ତୁତ କରାଯିବା ଜରୁରୀ ହୋଇପଡ଼ିଛି। ଗତ ୨ ବର୍ଷ ମଧ୍ୟରେ ଭୂବିଜ୍ଞାନ ମନ୍ତ୍ରଣାଳୟ ଦେଶରେ ୩୭ଟି ସେସ୍‌ମୋଲୋଜିକାଲ୍‌ ସେଣ୍ଟର ପ୍ରତିଷ୍ଠା କରିଛି, ଯହିଁରୁ ଭୂକମ୍ପ ଓ ଭୂସ୍କଳନ ସମ୍ପର୍କିତ ବିସ୍ତୃତ ଡେଟାବେସ୍‌ ପ୍ରସ୍ତୁତ କରାଯାଇପାରିବ। ଆଗାମୀ ୫ ବର୍ଷରେ ଏପରି ଶତାଧିକ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ଜିତେନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଭାଜପା-ବିରୋଧୀ ବାକଯୁଦ୍ଧ, ପ୍ରୋଟେମ ସ୍ପଇକରଙ୍କଉ ସମର୍ଥନ ଦେବନି ଇଣ୍ଡିଆ

ନୂଆଦିଲ୍ଲୀ,୨୩।୬: ୧୮ତମ ଲୋକ ସଭାର ପ୍ରଥମ ସ୍ବତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି। ସୋମବାର ଓ ମଙ୍ଗଳବାର ଦିନ ନୂଆ ନିର୍ବାଚିତ ଏମପିମାନେ ଶପଥ...

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା: ୭୫୦ ପରୀକ୍ଷାର୍ଥୀ ଆସିଲେନି

ନୂଆଦିଲ୍ଲୀ,୨୩ା୬:ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଅନିୟିତତା ଓ ରେଜଲ୍ଟ ବିଭ୍ରାଟ ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗ୍ରେସ୍‌ ମାର୍କ ପାଇଥିବା ୧,୫୬୩ ପରୀକ୍ଷାର୍ଥୀଙ୍କୁ ସାନି ପରୀକ୍ଷା ଦେବା ପାଇଁ...

ଆର୍‌ଏଲ୍‌ଭି ଲ୍ୟାଣ୍ଡିଂରେ ଇସ୍ରୋର ହାଟ୍ରିକ୍‌ ସଫଳତା

ନୂଆଦିଲ୍ଲୀ,୨୩ା୬:ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏହାର ପୁନଃ ଉତ୍‌କ୍ଷେପଣଯୋଗ୍ୟ ଯାନ (ଆର୍‌ଏଲ୍‌ଭି)କୁ ରବିବାର କ୍ରମାଗତ ତୃତୀୟ ଥର ପାଇଁ ନିରାପଦର ସହ ଅବତରଣ କରାଇ...

ସିବିଆଇ ଟିମ୍‌ ଉପରେ ଆକ୍ରମଣ: NEET ପ୍ରଶ୍ନପତ୍ର ଲିକ ମାମଲାର ଯାଞ୍ଚବେଳେ ଅଘଟଣ

ନୂଆଦିଲ୍ଲୀ,୨୩।୬: NEET ପ୍ରଶ୍ନପତ୍ର ଲିକ ମାମଲାର ଯାଞ୍ଚ କରିବା ପାଇଁ ଦିଲ୍ଲୀରୁ ବିହାରର ନୱାଡାରେ ପହଞ୍ଚିଥିବା ସିବିଆଇ ଟିମ ଉପରେ ଗ୍ରାମବାସୀ ଆକ୍ରମଣ କରିଛନ୍ତି। ରଜୌଲି...

ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ୍‌:୧୪ ବିଧାୟକଙ୍କ ମିଳିଲା ବଡ଼ ଦାୟିତ୍ୱ

ଜୟପୁର,୨୩।୬: ରାଜସ୍ଥାନର ପାଞ୍ଚଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ୧୪ ମୀନା ବିଧାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି।...

ରାହୁଲ କରିଥିଲେ କି କଳାଜାଦୁ, ମହାରାଷ୍ଟ୍ରରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୨୩।୬: ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ‘ଖଟାଖଟ’ ମନ୍ତବ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ହେଲେ ଏହି ମନ୍ତବ୍ୟ ଏବେ ତାଙ୍କୁ ଅସୁବିଧାରେ ପକାଇଛି। ପୁଣେରେ...

ଜାମିନ୍‌ ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍‌ରିଓ୍ବାଲ୍‌: ଏହି ଦିନ ହେବ ଶୁଣାଣି

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଅବକାରୀ ନୀତି ମାମଲାରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ହେବାରୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପିଏମ ସୂର୍ଯ୍ୟ ଘର ଯୋଜନାରେ ଏମିତି ପାଇବେ ଲାଭ

ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଗ୍ରହଣ କରୁଥିବା ସବସିଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri