କମିଲା ଖାଇବା ତେଲ ଦର

ନୂଆଦିଲ୍ଲୀ,୨୪।୫ ଗତ କିଛି ମାସ ପରେ ବର୍ତ୍ତମାନ ସୋରିଷ ତେଲ, ବାଦାମ, ସୋୟାବିନ୍‌ ଏବଂ ପାମୋଲିନ୍‌ ସହିତ ସମସ୍ତ ପ୍ରକାର ଖାଇବା ତୈଳ ଦରରେ ହ୍ରାସ ଘଟିଛି। ଭାରତୀୟ ବଜାରରେ ବିଭିନ୍ନ ଖାଇବା ତୈଳ ଦରରେ ଲିଟର ପିଛା ୭ରୁ ୧୦ଟଙ୍କା ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଇଣ୍ଡୋନେସିଆ ପକ୍ଷରୁ ପାମ୍‌ ତୈଳ ରପ୍ତାନି ନେଇ ଲଗାଯାଇଥିବା କଟକଣା ହଟାଇ ଦିଆଯିବା ପରେ ଏହି ହ୍ରାସ ହୋଇଛି। ବିଦେଶୀ ବଜାରରେ ସୋୟାବିନ୍‌ ଏବଂ ପାମୋଲିନ୍‌ ତୈଳ ଦରରେ ପ୍ରାୟ ୧୦୦ ଡଲାର ପର୍ଯ୍ୟନ୍ତ ହ୍ରାସ ଘଟିଥିବା ବେଳେ ସୂର୍ଯ୍ୟମୁଖୀ ତୈଳ ଦରରେ କୌଣସି ହ୍ରାସ ଘଟିନାହିଁ। ବର୍ତ୍ତମାନ ସମୟରେ ଘରୋଇ ବଜାରରେ ସୋରିଷ ତେଲ ଦରରେ ଲିଟର ପିଛା ୪୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି। ଏହି ହିସାବରେ ଜଣେ ଯଦି ମାସିକ ୧୦ ଲିଟର ସୋରିଷ ତେଲ କିଣୁଥିବେ ତାହେଲେ ତାଙ୍କର ୪୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ। ବର୍ତ୍ତମାନ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ବଡ଼ବଡ଼ ରାଜ୍ୟରେ ସୋରିଷ ତେଲ ଦର ଲିଟର ପିଛା ୧୭୦ଟଙ୍କାରୁ କମ୍‌ ରହିଛି। ତେବେ ବିଦେଶୀ ବଜାରରେ ସୋୟାବିନ୍‌ ତେଲ ଦର ହ୍ରାସ ହୋଇ ନ ଥିବା ସତ୍ତ୍ୱେ ଭାରତୀୟ ବଜାରରେ ସେଥିରେ ହ୍ରାସ ଘଟିଛି ଏବଂ କୁଇଣ୍ଟାଲ୍‌ ପିଛା ଦର ୬,୭୨୫-୬,୮୨୫ ଟଙ୍କା ରହିଛି। ସେହିପରି ବାଦାମ ସଲ୍‌ଭେଣ୍ଟ ରିଫାଇନ୍‌ଡ ଦରରେ ୨୫ଟଙ୍କା ହ୍ରାସ ଘଟି ଟିଣ ପିଛା ୨,୬୨୫-୨,୮୧୫ ଟଙ୍କାରେ ପହଞ୍ଚିଛି। ଗତ କିଛି ଦିନ ହେଲା ବିଦେଶୀ ବଜାରର ଖାଇବା ତେଲ ଦର ଉଚ୍ଚ ସ୍ତରରେ ରହିଥିବାରୁ ଭାରତୀୟ ଆମଦାନୀରେ ହ୍ରାସ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବ ଭାରତୀୟ ବଜାର ଉପରେ ଦେଖିବାକୁ ମିଳିଥିଲା। ଏହା ମଧ୍ୟରେ ନିଜ ଘରୋଇ ବଜାରରେ ତୈଳ ଦର କାବୁ କରିବା ଉଦ୍ଦେଶ୍ୟରେ କଟକଣା ଲଗାଇଥିବା ଇଣ୍ଡୋନେସିଆ ସୋମବାରଠାରୁ ପ୍ରତିବନ୍ଧକ ହଟାଇ ଦେଇଛି। ଏଥିସହିତ ଇଣ୍ଡୋନେସିଆ ପାମ୍‌ ତୈଳ ଦରରେ ପ୍ରାୟ ୧୦୦ ଡଲାର ହ୍ରାସ କରିଛି। ଫଳରେ ଭାରତକୁ ଆମଦାନୀ କରିବାକୁ ସହଜ ହୋଇଛି। ସୂଚନାଯୋଗ୍ୟ, ଭାରତ ଆମଦାନୀ କରୁଥିବା ପାମ୍‌ ତୈଳ ମଧ୍ୟରୁ ପ୍ରାୟ ୬୦% ଇଣ୍ଡୋନେସିଆଠାରୁ କ୍ରୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri