ସଜେଇ ହେଉଛି ଉଦଳା ସହର

ଉଦଳା, ୧୫ା୭(ଡି.ଏନ.ଏ.)-କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏକ ନିଆରା ପ୍ରୟାସ ା ସବୁଜ ସୁନ୍ଦର ଉଦଳା ଏବେ କଳା ସଂସ୍କୃତିର ଝଲକରେ ଝଲସି ଉଠିଛି ା ଯେଉଁ ରାସ୍ତା କଡ଼ ପାଚେରି ଦିନେ ଅଲୋଡ଼ା ହୋଇ ପଡ଼ିରହିଥିଲା ତାହା ଆଜି କଥା କହୁଛି ା ଏହି ସହର ଏବେ ନୂଆ ରୂପ ନେଇଛି। ନୂଆବୋହୂ ପରି ସଜେଇ ହୋଇଛି। କେଉଁଠି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଚିତ୍ର ତ ଆଉ କେଉଁଠି ଲୁପ୍ତ ପ୍ରାୟ କୌଳିକ ବୃତ୍ତିର ଚିତ୍ର, ପୁଣି ଆଉ କେଉଁଠି ଆଦିବାସୀ ପରମ୍ପରା, ନୃତ୍ୟ ବାଦ୍ୟର ଚିତ୍ର। ଏହାର ବିନ୍ଧାଣୀ ସାଜିଛନ୍ତି ଉପଖଣ୍ଡ କାରିଗର ପଞ୍ଚାୟତର ସଦସ୍ୟମାନେ। କରୋନା ମହାମାରୀ ଲକ୍‌ଡାଉନ ସମୟରେ ପ୍ରଥମେ ନିଜ ଖର୍ଚ୍ଚରେ ଅଞ୍ଚଳର ବିଭିନ୍ନ କାନ୍ଥବାଡ଼ରେ କରୋନା ସଚେତନତା ନେଇ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଥିଲେ ସେମାନେ। ପୁଣି ଏବେ ସମଗ୍ର ସହରକୁ ସଜାଉଛନ୍ତି। ସକାଳ ହେଲେ ହାତରେ ରଙ୍ଗତୂଳୀ ଧରି ବିଭିନ୍ନ ପାଚେରିରେ ଆଙ୍କୁଛନ୍ତି ମୟୂରଭଞ୍ଜ କଳା, ସଂସ୍କୃତି ଏବଂ ପରମ୍ପରାର ଚିତ୍ର ା ଫଳରେ ନିର୍ଜୀବ ସିମେଣ୍ଟ ପାଚେରି ଏବେ କଳା ସଂସ୍କୃତିର କଥା କହୁଛି। ଉଦଳା ଥାନା ଛକଠାରୁ ଆରମ୍ଭ କରି ଏନଏସି ଅଧୀନସ୍ଥ ବିଭିନ୍ନ ୱାର୍ଡର କାନ୍ଥରେ ଚାଲିଛି ପେଣ୍ଟିଂ। କାରିଗର ପଞ୍ଚାୟତର ସଦସ୍ୟ ଜିତେନ୍ଦ୍ର ହେମ୍ବ୍ରମ୍‌, ସଞ୍ଜୀବ କୁମାର ବେହେରା, ଭଗବାନ ମହାପାତ୍ର କୁହନ୍ତି ବିଭିନ୍ନ ଖବରକାଗଜ କିମ୍ବା ଟେଲିଭିଜନ ଜରିଆରେ ହଜିଯାଉଥିବା କଳା ସଂସ୍କୃତି, ପରମ୍ପରାର ଝଲକ ଦେଖିବା ପରେ ଲୋକେ ତାହାକୁ ଭୁଲିଯାଉଛନ୍ତି ା ହେଲେ ଏହି କାନ୍ଥରେ ଅଙ୍କାଯାଇଥିବା ଚିତ୍ର ଗୋଟିଏ ସାଧାରଣ ମଣିଷକୁ ଦୁଇ ମିନିଟ୍‌ ଛିଡ଼ା କରିବାକୁ ବାଧ୍ୟ କରିବ। ଏହାସହିତ ଏହି ଚିତ୍ର ଜରିଆରେ ଲୋକେ କିଛି ସନ୍ଦେଶ ପାଇବେ ଏବଂ ସବୁବେଳେ ଏହି ଚିତ୍ର ଦେଖିବା ଫଳରେ ଲୋକେ ଆଉ ଦାଦନ ଖଟିବାକୁ ବାହାରକୁ ନ ଯାଇ ହଜିଯିବାକୁ ବସିଥିବା ନିଜର କୂଳବେଉସା କରି ପରିବାର ପ୍ରତିପୋଷଣ କରିପାରିବେ ବୋଲି ମତ ରଖିଛନ୍ତି କାରିଗର ପଞ୍ଚାୟତର ସଦସ୍ୟମାନେ ା ଏହି ଚିତ୍ରକଳା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ସବୁଠାରୁ ନିଆରା, ଯେପରିକି ମାସ୍କ ପିନ୍ଧିବା, ଦୋକାନ ବଜାରରେ ସାମାଜିକ ଦୂରତା ଅବଲମ୍ବନ କରିବା, ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଭଳି ବିଭିନ୍ନ ବାର୍ତ୍ତା ସମସ୍ତଙ୍କୁ ଆକର୍ଷିତ କରିଛି। ତେବେ ସରକାରଙ୍କ ତରଫରୁ ଅଧିକ ସହଯୋଗ ମିଳିଲେ ସମଗ୍ର ଉଦଳାକୁ ଏକ ନୂଆ ରୂପ ଦିଆଯିବ ବୋଲି କାରିଗର ପଞ୍ଚାୟତର ସଦସ୍ୟମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri