ସଜେଇ ହେଉଛି ରାନୀ ବଖରୀ

ସମ୍ବଲପୁର, ୨୩ା୭(ବ୍ୟୁରୋ): ନବବଧୂ ଭଳି ସଜେଇ ହୋଇଛି ରାନୀ ବଖରୀ। ୩ ମହଲା ବିଶିଷ୍ଟ ଐତିହାସିକ ରାଜପ୍ରାସାଦରେ ମୋଟ ୧୫ଟି କୋଠରି ରହିଛି। ତଳେ ୭, ମଝିରେ ୬ ଓ ସବା ଉପରେ ୨ଟି ସୁସଜ୍ଜିତ କୋଠରି ଓ ଗୋଟିଏ ବାରଣ୍ଡା ରହିଛି। ପ୍ରାସାଦ ସମ୍ମୁଖ ଛୋଟ ସ୍ଥାନରେ ମୁକ୍ତ ରଙ୍ଗମଞ୍ଚ ରହିଛି। ଦର୍ଶକମାନଙ୍କ ସକାଶେ ଗ୍ୟାଲେରି ଉପଲବ୍ଧ ଅଛି। ଅତ୍ୟାଧୁନିକ ଆଲୋକରେ ଝଲସୁଛି ଏହି ପ୍ରାସାଦ। ପ୍ରାସାଦ ଭିତର କୋଠରିଗୁଡିକରେ ଝୁମର୍‌ ଖଞ୍ଜା ଯାଇଛି। ସଂପୂର୍ଣ୍ଣ ପ୍ରାସାଦକୁ ଶ୍ୱେତ ରଙ୍ଗରେ ରଙ୍ଗାୟିତ କରାଯାଇଥିବା ବେଳେ ସୂକ୍ଷ୍ମ କାରୁକାର୍ଯ୍ୟଗୁଡିକରେ ଗେରୁଆ ରଙ୍ଗ ଦିଆଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ରାନୀ ବଖରୀକୁ ସଜେଇଛି। କିନ୍ତୁ ୫ ଡିସିମିଲ ପରିମିତ ଜମିରେ ଥିବା ରାନୀ ବଖରୀ ମୁଖ୍ୟ ରାସ୍ତା ସମ୍ମୁଖକୁ ପ୍ରବେଶ ପଥ ନାହିଁ, ଯଦ୍ଦ୍ବାରା ସଜେଇ ହୋଇଥିବା ରାନୀ ବଖରୀକୁ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ଦେଖିବାକୁ ବଞ୍ଚତ୍ତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି।

ଅନେକ ଐତିହାସିକ କୀର୍ତ୍ତିରାଜିର ଭଗ୍ନାବଶେଷ ସମ୍ବଲପୁର ସହରରେ ରହିଛି। ହେଲେ ଏ ସବୁର ପୁନରୁଦ୍ଧାର ହୋଇପାରୁ ନ ଥିବାରୁ ବହୁ ପୁରୁଣା କୀର୍ତ୍ତିରାଜିି ମାଟିରେ ମିଶିଛି। ୨୦୧୯ ନିର୍ବାଚନ ପୂର୍ବରୁ ତତ୍‌କାଳୀନ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ରାନୀ ବଖରୀ ସମ୍ମୁଖରେ ଖାଲିଥିବା ଜମିକୁ ଅଧିଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ୭୦ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା। ସେହି ଟଙ୍କାରେ ରାନୀ ବଖରୀର ସୁସଜ୍ଜିତ ପ୍ରବେଶ ପଥରେ ଘାସ ବିଛାଇବା, ପାଚେରି ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଥାନ୍ତା। ଏବେ କୁଆଡ଼େ ମଞ୍ଜୁର ହୋଇଥିବା ସେହି ୭୦ ଲକ୍ଷ ଟଙ୍କାର ଫାଇଲ୍‌ ମିଳୁନାହିଁ। ତେଣୁ ୧ କୋଟି ଟଙ୍କା ବ୍ୟୟରେ ରାନୀ ବଖରୀର ପୁନରୁଦ୍ଧାର କାମ ଚାଲିଛି। ଅନ୍ୟପକ୍ଷେ ଜିଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ କୁମାର ପ୍ରଧାନ କହିଛନ୍ତି, ରାନୀ ବଖରୀ ଚତୁଃପାର୍ଶ୍ୱରେ ରୟତି ଜମି ରହିଛି। କେହି ଛାଡିବାକୁ ରାଜି ହେଉନାହାନ୍ତି। ତେଣୁ ପାଟଣେଶ୍ୱରୀ ମନ୍ଦିର ନିକଟସ୍ଥ ଗଳିରେ ରାନୀ ବଖରୀକୁ ରାସ୍ତା ରହିଛି।

ଇନଟାକ୍‌ ସମ୍ବଲପୁର ଚାପ୍ଟର ସଭ୍ୟ ତଥା ଐତିହାସିକ ଦୀପକ ପଣ୍ଡା କହିଛନ୍ତି, ୨୦୦୧ରେ ପ୍ରତ୍ନତତ୍ତ୍ୱ ବିଭାଗ ଉଦ୍ୟମରେ ରାନୀ ବଖରୀର ଆଂଶିକ ମରାମତି କାର୍ଯ୍ୟ ହୋଇଥିଲା। ପୁଣି ତାହା ବନ୍ଦ ହୋଇଥିଲା। ୨୦୦୯ ନଭେମ୍ବରରେ ଇନଟାକ୍‌ ସମ୍ବଲପୁର ଚାପ୍ଟର ଆରମ୍ଭ ହୋଇଥିଲା। ଏହାପରେ କୀର୍ତ୍ତିରାଜିଗୁଡିକର ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟତଃ ଇନଟାକ୍‌ ଓଡିଶା ଚାପ୍ଟର ନିର୍ଦ୍ଦେଶିକା ମଲିକା ମିତ୍ରଙ୍କ ତତ୍ତ୍ବାବଧାନରେ ରାନୀ ବଖରୀ ପୁନରୁଦ୍ଧାର ହୋଇପାରିଛି। ଓସାରିଆ ପ୍ରବେଶ ପଥ ହେଲେ ଏହି ପ୍ରାସାଦର ଆକର୍ଷଣ ଓ ଗୁରୁତ୍ୱ ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି।
ସୂଚନାଯୋଗ୍ୟ, ସମ୍ବଲପୁର ପାଟଣେଶ୍ୱରୀ ମନ୍ଦିର ନିକଟରେ ରାଜସ୍ଥାନୀ ଶୈଳୀରେ ତିନି ମହଲା ବିଶିଷ୍ଟ ଏହି ରାନୀ ବଖରୀ ପ୍ରାସାଦ ରହିଛି। ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହ ୧୬୬୦ରୁ ୧୬୭୦ ମସିହା ମଧ୍ୟରେ ଏହି ପ୍ରାସାଦ ନିର୍ମାଣ କରିଥିଲେ। ଦୀର୍ଘଦିନ ଅବହେଳିତ ଅବସ୍ଥାରେ ପଡ଼ି ରହିବା ଫଳରେ ପ୍ରାସାଦରେ ଗଛ ଉଠିଯାଇଥିଲା। ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟିହେବା ସହିତ ବର୍ଷାପାଣି ଝରି କାନ୍ଥରେ ଥିବା ପେଣ୍ଟିଂ ନଷ୍ଟ ହୋଇଥିଲା। ରାନୀ ବଖରୀର ପୁନରୁଦ୍ଧାର କାର୍ଯ୍ୟ ଇନ୍‌ଟାକ୍‌ର ଅନୁଭବୀ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ କରାଯିବା ସହ ନକ୍ସା ଓ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରାସାଦର ବାହ୍ୟ ଓ ଆଭ୍ୟନ୍ତରୀଣ ପ୍ଲାଷ୍ଟର ବାହାର କରି ଦିଆଯାଇଥିଲା। ସିମେଣ୍ଟ ପରିବର୍ତ୍ତେ ଚୂନ, ବେଲଅଠା, ମେଥି, ଗୁଡ, ବିରିର ମିଶ୍ରଣରେ ପ୍ରଲେପ ପ୍ରସ୍ତୁତ କରି କାନ୍ଥ ଓ ଛାତରେ ଦିଆଯାଇଥିଲା। ୨୦୧୬ ଏପ୍ରିଲ ୧୮ ତାରିଖ ବିଶ୍ୱ ଐତିହ୍ୟ ଦିବସରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପଣ୍ଡା ଏହି ଐତିହାସିକ ରାନୀ ବଖରୀ ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri