ସଜେଇ ହେଉଛି ରାନୀ ବଖରୀ

ସମ୍ବଲପୁର, ୨୩ା୭(ବ୍ୟୁରୋ): ନବବଧୂ ଭଳି ସଜେଇ ହୋଇଛି ରାନୀ ବଖରୀ। ୩ ମହଲା ବିଶିଷ୍ଟ ଐତିହାସିକ ରାଜପ୍ରାସାଦରେ ମୋଟ ୧୫ଟି କୋଠରି ରହିଛି। ତଳେ ୭, ମଝିରେ ୬ ଓ ସବା ଉପରେ ୨ଟି ସୁସଜ୍ଜିତ କୋଠରି ଓ ଗୋଟିଏ ବାରଣ୍ଡା ରହିଛି। ପ୍ରାସାଦ ସମ୍ମୁଖ ଛୋଟ ସ୍ଥାନରେ ମୁକ୍ତ ରଙ୍ଗମଞ୍ଚ ରହିଛି। ଦର୍ଶକମାନଙ୍କ ସକାଶେ ଗ୍ୟାଲେରି ଉପଲବ୍ଧ ଅଛି। ଅତ୍ୟାଧୁନିକ ଆଲୋକରେ ଝଲସୁଛି ଏହି ପ୍ରାସାଦ। ପ୍ରାସାଦ ଭିତର କୋଠରିଗୁଡିକରେ ଝୁମର୍‌ ଖଞ୍ଜା ଯାଇଛି। ସଂପୂର୍ଣ୍ଣ ପ୍ରାସାଦକୁ ଶ୍ୱେତ ରଙ୍ଗରେ ରଙ୍ଗାୟିତ କରାଯାଇଥିବା ବେଳେ ସୂକ୍ଷ୍ମ କାରୁକାର୍ଯ୍ୟଗୁଡିକରେ ଗେରୁଆ ରଙ୍ଗ ଦିଆଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ରାନୀ ବଖରୀକୁ ସଜେଇଛି। କିନ୍ତୁ ୫ ଡିସିମିଲ ପରିମିତ ଜମିରେ ଥିବା ରାନୀ ବଖରୀ ମୁଖ୍ୟ ରାସ୍ତା ସମ୍ମୁଖକୁ ପ୍ରବେଶ ପଥ ନାହିଁ, ଯଦ୍ଦ୍ବାରା ସଜେଇ ହୋଇଥିବା ରାନୀ ବଖରୀକୁ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ଦେଖିବାକୁ ବଞ୍ଚତ୍ତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି।

ଅନେକ ଐତିହାସିକ କୀର୍ତ୍ତିରାଜିର ଭଗ୍ନାବଶେଷ ସମ୍ବଲପୁର ସହରରେ ରହିଛି। ହେଲେ ଏ ସବୁର ପୁନରୁଦ୍ଧାର ହୋଇପାରୁ ନ ଥିବାରୁ ବହୁ ପୁରୁଣା କୀର୍ତ୍ତିରାଜିି ମାଟିରେ ମିଶିଛି। ୨୦୧୯ ନିର୍ବାଚନ ପୂର୍ବରୁ ତତ୍‌କାଳୀନ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ରାନୀ ବଖରୀ ସମ୍ମୁଖରେ ଖାଲିଥିବା ଜମିକୁ ଅଧିଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ୭୦ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା। ସେହି ଟଙ୍କାରେ ରାନୀ ବଖରୀର ସୁସଜ୍ଜିତ ପ୍ରବେଶ ପଥରେ ଘାସ ବିଛାଇବା, ପାଚେରି ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଥାନ୍ତା। ଏବେ କୁଆଡ଼େ ମଞ୍ଜୁର ହୋଇଥିବା ସେହି ୭୦ ଲକ୍ଷ ଟଙ୍କାର ଫାଇଲ୍‌ ମିଳୁନାହିଁ। ତେଣୁ ୧ କୋଟି ଟଙ୍କା ବ୍ୟୟରେ ରାନୀ ବଖରୀର ପୁନରୁଦ୍ଧାର କାମ ଚାଲିଛି। ଅନ୍ୟପକ୍ଷେ ଜିଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ କୁମାର ପ୍ରଧାନ କହିଛନ୍ତି, ରାନୀ ବଖରୀ ଚତୁଃପାର୍ଶ୍ୱରେ ରୟତି ଜମି ରହିଛି। କେହି ଛାଡିବାକୁ ରାଜି ହେଉନାହାନ୍ତି। ତେଣୁ ପାଟଣେଶ୍ୱରୀ ମନ୍ଦିର ନିକଟସ୍ଥ ଗଳିରେ ରାନୀ ବଖରୀକୁ ରାସ୍ତା ରହିଛି।

ଇନଟାକ୍‌ ସମ୍ବଲପୁର ଚାପ୍ଟର ସଭ୍ୟ ତଥା ଐତିହାସିକ ଦୀପକ ପଣ୍ଡା କହିଛନ୍ତି, ୨୦୦୧ରେ ପ୍ରତ୍ନତତ୍ତ୍ୱ ବିଭାଗ ଉଦ୍ୟମରେ ରାନୀ ବଖରୀର ଆଂଶିକ ମରାମତି କାର୍ଯ୍ୟ ହୋଇଥିଲା। ପୁଣି ତାହା ବନ୍ଦ ହୋଇଥିଲା। ୨୦୦୯ ନଭେମ୍ବରରେ ଇନଟାକ୍‌ ସମ୍ବଲପୁର ଚାପ୍ଟର ଆରମ୍ଭ ହୋଇଥିଲା। ଏହାପରେ କୀର୍ତ୍ତିରାଜିଗୁଡିକର ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟତଃ ଇନଟାକ୍‌ ଓଡିଶା ଚାପ୍ଟର ନିର୍ଦ୍ଦେଶିକା ମଲିକା ମିତ୍ରଙ୍କ ତତ୍ତ୍ବାବଧାନରେ ରାନୀ ବଖରୀ ପୁନରୁଦ୍ଧାର ହୋଇପାରିଛି। ଓସାରିଆ ପ୍ରବେଶ ପଥ ହେଲେ ଏହି ପ୍ରାସାଦର ଆକର୍ଷଣ ଓ ଗୁରୁତ୍ୱ ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି।
ସୂଚନାଯୋଗ୍ୟ, ସମ୍ବଲପୁର ପାଟଣେଶ୍ୱରୀ ମନ୍ଦିର ନିକଟରେ ରାଜସ୍ଥାନୀ ଶୈଳୀରେ ତିନି ମହଲା ବିଶିଷ୍ଟ ଏହି ରାନୀ ବଖରୀ ପ୍ରାସାଦ ରହିଛି। ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହ ୧୬୬୦ରୁ ୧୬୭୦ ମସିହା ମଧ୍ୟରେ ଏହି ପ୍ରାସାଦ ନିର୍ମାଣ କରିଥିଲେ। ଦୀର୍ଘଦିନ ଅବହେଳିତ ଅବସ୍ଥାରେ ପଡ଼ି ରହିବା ଫଳରେ ପ୍ରାସାଦରେ ଗଛ ଉଠିଯାଇଥିଲା। ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟିହେବା ସହିତ ବର୍ଷାପାଣି ଝରି କାନ୍ଥରେ ଥିବା ପେଣ୍ଟିଂ ନଷ୍ଟ ହୋଇଥିଲା। ରାନୀ ବଖରୀର ପୁନରୁଦ୍ଧାର କାର୍ଯ୍ୟ ଇନ୍‌ଟାକ୍‌ର ଅନୁଭବୀ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ କରାଯିବା ସହ ନକ୍ସା ଓ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରାସାଦର ବାହ୍ୟ ଓ ଆଭ୍ୟନ୍ତରୀଣ ପ୍ଲାଷ୍ଟର ବାହାର କରି ଦିଆଯାଇଥିଲା। ସିମେଣ୍ଟ ପରିବର୍ତ୍ତେ ଚୂନ, ବେଲଅଠା, ମେଥି, ଗୁଡ, ବିରିର ମିଶ୍ରଣରେ ପ୍ରଲେପ ପ୍ରସ୍ତୁତ କରି କାନ୍ଥ ଓ ଛାତରେ ଦିଆଯାଇଥିଲା। ୨୦୧୬ ଏପ୍ରିଲ ୧୮ ତାରିଖ ବିଶ୍ୱ ଐତିହ୍ୟ ଦିବସରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପଣ୍ଡା ଏହି ଐତିହାସିକ ରାନୀ ବଖରୀ ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri