ବନ୍ଦ କୋଠରିରୁ ଗଳିତ ମୃତଦେହ ଜବତ: ସମ୍ପତ୍ତି ଲୋଭରେ ହତ୍ୟା ସନ୍ଦେହ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ବଡଗଡ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ୱର ପାଟଣା ଅଞ୍ଚଳର ଏକ ବନ୍ଦ ଘରୁ ଶନିବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ କରାଯାଇଛି। ମୃତବ୍ୟକ୍ତି ଜଣକ ହେଲେ ବିଭୂତି ଭୂଷଣ ଦାନି(୪୮)। ବିଭୂତିଙ୍କ ଘରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ କବାଟ ଭାଙ୍ଗିି ଭିତରକୁ ପଶିଥିଲା। ଖଟ ଉପରେ ବିଭୂତିଙ୍କ ଗଳିତ ମୃତଦେହ ପଡିଥିଲା। ଘରସାରା ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିଲା। ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ମୃତଦେହ ଜବତକରି ତଦନ୍ତ ଆରମ୍ଭ କରିଛି। ମୃତଦେହର ସ୍ଥିତିରୁ ୪ରୁ ୫ ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ପୋଲିସ ଅନୁମାନ କରୁଛି। ସ୍ଥାନୀୟ ଲୋକେ ହତ୍ୟା ସନ୍ଦେହ କରିଛନ୍ତି। ସେମାନଙ୍କ କହିବାନୁସାରେ, ବିଭୂତି ମାନସିକ ରୋଗୀ ଥିଲେ। ତାଙ୍କର ବିପୁଳ ସମ୍ପତ୍ତି ଥିବାବେଳେ କେହି ଉତ୍ତରାଧିକାରୀ ନ ଥିଲେ। ସମ୍ପତ୍ତି ଲୋଭରେ କେହି ଏପରି ଘଟଣା ଘଟାଇପାରିଥାନ୍ତି। ଘର ପଛପଟେ ରହୁଥିବା କେୟାର ଟେକରଙ୍କ ସହ ତାଙ୍କର ବହୁ ସମୟରେ ଝଗଡ଼ା ହେଉଥିଲା। ତେବେ ପ୍ରାଥମିକ ତଦନ୍ତରୁ ମୃତ୍ୟୁର କାରଣ ଜଣାପଡିନି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏଥିସହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ବିଭୂତିଙ୍କ ପୈତୃକ ଘର ଜଗତ୍‌ସିଂହପୁରରେ ହୋଇଥିବାବେଳେ ସେ ଦୀର୍ଘବର୍ଷ ହେବ ବ୍ରହ୍ମେଶ୍ୱର ପାଟଣା ଓ୍ବାର୍ଡ ନଂ.୫୮ରେ ଏକ ୨ମହଲା ଘର କରି ରହୁଥିଲେ। ତାଙ୍କର ସ୍ତ୍ରୀ ଓ ପିଲାପିଲି କେହି ନ ଥିବାବେଳେ ଭାଇ ଓ ପରିବାର ସଦସ୍ୟ ଭୁବନେଶ୍ୱରର ଅନ୍ୟ ସ୍ଥାନରେ ରୁହନ୍ତି। ବିଭୂତିଙ୍କ ଘର ପରିସର ପଛ ପାର୍ଶ୍ୱରେ କେୟାର ଟେକର ରହୁଥିଲେ। ୫ରୁ ୬ ଦିନ ହେବ ବିଭୂତି ଘରୁ ବାହାରି ନ ଥିଲେ। ଘରର କବାଟ ବନ୍ଦ ରହିଥିଲା। ପଡୋଶୀ ଓ ସ୍ଥାନୀୟ ବ୍ୟବସାୟୀମାନେ ତାଙ୍କୁ ନ ଦେଖି କେୟାର ଟେକରଙ୍କୁ ପଚାରିଥିଲେ ମଧ୍ୟ କିଛି ସୂଚନା ପାଇପାରି ନ ଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା। ଶନିବାର ଉକ୍ତ ଘରୁ ପ୍ରବଳ ଦୁର୍ଗନ୍ଧ ଆସିବା ପରେ ସନ୍ଦେହ ଆହୁରି ବଢ଼ିଯାଇଥିଲା। ପଡୋଶୀ ଲୋକେ ସ୍ଥାନୀୟ କର୍ପୋରେଟର ପୁଷ୍ପା ଦାସଙ୍କୁ ଖବର ଦେଇଥିଲେ। କର୍ପୋରେଟରଙ୍କଠାରୁ ସୂଚନା ପାଇ ବଡଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। କର୍ପୋରେଟରଙ୍କ ସହଯୋଗରେ ପ୍ରଦୀପ୍ତ ଟ୍ରଷ୍ଟ ବୋର୍ଡର ଶବବୁହା ଗାଡ଼ିରେ ମୃତଦେହ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri