ଚାଇନା ଜନସଂଖ୍ୟାରେ ହ୍ରାସ

ହଂକଂ,୧୮।୧: ୧୯୬୧ ମସିହା ପରଠାରୁ ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଚାଇନାର ଲୋକସଂଖ୍ୟା କମିଛି। ଚାଇନାର ଜନସଂଖ୍ୟା ୧.୪୧୨୬୦ ବିଲିୟନ୍‌ରୁ ଗତବର୍ଷ ୧.୪୧୧୭୫ ବିଲିୟନକୁ ଖସିଥିବା ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ରିପୋର୍ଟ ଅନୁସାରେ, ଦେଶରୁ ପାଖାପାଖି ୮,୫୦,୦୦୦ ଜନସଂଖ୍ୟା କମିଛି। ୬୦ ବର୍ଷରେ ପ୍ରଥମ ଥର ଲାଗି ଚାଇନା ଜନସଂଖ୍ୟା ହ୍ରାସ ପାଇଛି। ନ୍ୟଶନାଲ ପିପୁଲ୍ସ କଂଗ୍ରେସ କୃଷି ଓ ସହରୀବ୍ୟାପାର କମିଟିର ଉପସଭାପତି କାଇ ଫାଙ୍ଗ କହିଛନ୍ତି, ଜନସଂଖ୍ୟା ଗଣନା ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞଙ୍କ ପକ୍ଷରୁ ପୂର୍ବରୁ ଏ ନେଇ ଅବଗତ କରାଯାଇଥିଲା। ଦେଶରେ ବୟସ୍କଙ୍କ ସଂଖ୍ୟା ବଢ଼ିବା ଯୋଗୁ ସରକାର ଜନସଂଖ୍ୟା ବୃଦ୍ଧି ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରୁଥିଲେ। ଯେଉଁ ଅଭିଭାବକମାନେ ସେମାନଙ୍କର ଦ୍ୱିତୀୟ ଓ ତୃତୀୟ ଶିଶୁ ଜନ୍ମ କରିବେ, ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କିଛି ପ୍ରଦେଶ ଓ ସହରରେ ନୂଆ ନୀତି ସରକାର ଲାଗୁ କରିଥିଲେ। ଗତ ଡିସେମ୍ବରରେ ଶେନଝେନ ସହରରେ ତିନି ସନ୍ତାନ ଥିବା ପରିବାରକୁ ୫,୫୫୦ ଡଲାର ଦିଆଯିବାର ଘୋଷଣା କରାଯାଇଥିଲା।
ନିତ୍ୟବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଘରଭଡ଼ା, ସ୍କୁଲ ଫି’ ଆଦି ଦର ବଢ଼ିବା ଯୋଗୁ ଲୋକମାନେ ଏକାଧିକ ବଦଳରେ ଗୋଟିଏ ଶିଶୁ ଜନ୍ମ କରିବା ପସନ୍ଦ କରୁଛନ୍ତି। ଜାତୀୟ ପରିସଂଖ୍ୟାନ ବ୍ୟୁରୋର ମୁଖ୍ୟ କାଙ୍ଗ ୟି କହିଛନ୍ତି, ଦେଶରେ ଚାହିଦାଠାରୁ ଅଧିକ ଶ୍ରମିକ ଥିବାଯୋଗୁ ଲୋକସଂଖ୍ୟା ହ୍ରାସକୁ ନେଇ ଚାଇନା ଲୋକେ ବ୍ୟସ୍ତ ହେବା ଅନାବଶ୍ୟକ। ଗତବର୍ଷ ଚାଇନାରେ ଜନସଂଖ୍ୟା ହାର ପ୍ରତି ୧୦୦୦ରେ ୬.୭୭ ଥିବାବେଳେ ତା’ପୂର୍ବବର୍ଷ ଅର୍ଥାତ୍‌ ୨୦୨୧ରେ ଏହା ୭.୫୨ ଥିଲା। ଅନ୍ୟପକ୍ଷେ ଦେଶରେ ମୃତ୍ୟୁହାର ବୃଦ୍ଧି ପାଇଛି। ୨୦୨୨ରେ ଚାଇନାର ମୃତ୍ୟୁହାର ପ୍ରତି ୧୦୦୦ରେ ୭.୬୭ ହୋଇଛି, ଯାହା ୨୦୨୧ରେ ୭.୧୮ ଥିଲା।
ଗତବର୍ଷ ଦେଶରେ ଜିଡିପି ୩% ବୃଦ୍ଧି ପାଇଥିବାବେଳେ ୧୦ ବର୍ଷରେ ଏହା ସବୁଠାରୁ କମ୍‌ ଅଭିବୃଦ୍ଧି ବୋଲି ସରକାର କହିଛନ୍ତି। କିନ୍ତୁ ଜିଡିପି ଗ୍ରୋଥ୍‌କୁ ନେଇ ସରକାରଙ୍କ ପକ୍ଷରୁ ଯେଉଁ ପୂର୍ବାନୁମାନ କରାଯାଇଥିଲା, ତା’ଠାରୁ ଅଭିବୃଦ୍ଧି ଅଧିକ ହୋଇଛି। ଚାଇନାରେ ଉଭୟ ଅର୍ଥନୀତି ଏବଂ ଜନସଂଖ୍ୟା କ୍ଷେତ୍ରରେ ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri