ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତହ୍ୟସ୍ଥଳ ଘୋଷଣା

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ଜିଲାର ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳ (ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ୍‌) ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଜଣାଯାଇଛି। ଏନେଇ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହା ରାଜ୍ୟର ଚତୁର୍ଥ ବୋଲି ଜଣାଯାଇଛି। ଏହି ମାନ୍ୟତା ପାଇବା ପରେ ବନାଞ୍ଚଳରେ ଥିବା ବିଭିନ୍ନ ବିଲୁପ୍ତ ପ୍ରଜାତିର ଗଛ ତଥା ଔଷଧୀୟ ଗଛ,ଜୀବଜନ୍ତୁ, ଦୁର୍ଲଭ ପଦାର୍ଥର ସଂରକ୍ଷଣ ହେବା ସହ ଏହି ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କ ଜୀବନଜୀବିକାର ମାନ ବଢ଼ିବ ବୋଲି ଆଶା କରାଯାଇଛି। ସେହିପରି ଓଡ଼ିଶାର ଦକ୍ଷିଣ ଭାଗରେ ଥିବା ତଥା ଇଷ୍ଟର୍ନ ଘାଟ ଅଞ୍ଚଳରେ ରହିଥିବା କୋରାପୁଟ ଜିଲାର ଗୁପ୍ତେଶ୍ୱର ଜଙ୍ଗଲରେ ବିଭିନ୍ନ କିସମର ଔଷଧୀୟ ଗଛ, ଫ୍ଲୋରା ଓ ଫୁନା ରହିଥିବା ବେଳେ ପ୍ରାକୃତିକ ପର୍ଯ୍ୟଟନ ଓ ଏକ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ପାଇଁ ରାଜ୍ୟ ତଥା ଦେଶରେ ପରିଚିତ। ପ୍ରାୟ ୩୫୦ ହେକ୍ଟର ପରିମିତ ଏହି ଅଞ୍ଚଳରେ ରହିଥିବା ଏହି ସଂରକ୍ଷିତ ଜଙ୍ଗଲରେ ୬୦୮ଟି ପ୍ରଜାତିର ପ୍ରାଣୀ ସମୁହ ରହିଥିବା ବେଳେ ୬୧୫ ପ୍ରଜାତିର ଫ୍ଲ୍ରୋରା ରହିଥିବା ଜଣାଯାଇଛିା ସେହିପରି ଏହି ଜଙ୍ଗଲରେ ୧୮୨ ପ୍ରଜାତିର ଫୁଲଗଛ, ୭୬ ପ୍ରକାରର ଗୁଳ୍ମ, ୧୭୭ ପ୍ରକାରର ଚେରମୂଳି(ହର୍ବାସ),୬୯ ପ୍ରଜାତିର ଲତା, ୧୪ ପ୍ରକାରର ଆର୍ଚିଡିସ ଏବଂ ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷ ରହିଛି। ଗୁପ୍ତେଶ୍ୱର ଜଙ୍ଗଲକୁ ଜୈବିକ ବିବିଧତା ଆଇନ ୨୦୦୨ ଅଧୀନରେ ବିଏଚ୍‌ଏସ୍‌ ମାନ୍ୟତା ମିଳିଥିବା ଜଣାଯାଇଛି। ଏଥିପୂର୍ବରୁ ରାଜ୍ୟର ଗଜପତି ଜିଲାର ମହେନ୍ଦ୍ରଗିରି ପର୍ବତାଞ୍ଚଳ, କନ୍ଧମାଳର ମଣ୍ଡାସାରୁ ଜଙ୍ଗଲ, ବରଗଡ଼ ଜିଲାର ଗନ୍ଧମାର୍ଦ୍ଧନ ପର୍ବତାଞ୍ଚଳକୁ ବାୟୋଡାଇଭର୍ସିଟି ହେରିଟେଜ ସାଇଟ ଘୋଷଣା କରାଯାଇଛି। ଗୁପ୍ତେଶ୍ୱରକୁ ଜୈବ ବିବିଧତା ଐତିହ୍ୟସ୍ଥଳ ଭାବେ ଘୋଷଣା ପରେ କୋରାପୁଟ ଜିଲାରେ ଥିବା ପରିବେଶପ୍ରେମୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri