ଭାରତୀୟ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତ କର

ଓ୍ବାଶିଂଟନ,୩ା୫ : ଭାରତରେ ଧର୍ମୀୟ ସ୍ବାଧୀନତାର ଗୁରୁତର ଉଲ୍ଲଂଘନ ହେଉଛି। ଏଥିପାଇଁ ଦାୟୀ ସରକାରୀ ଅଧିକାରୀ ଓ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ଆମେରିକାର ଫେଡେରାଲ କମିଶନ ଜୋ ବାଇଡେନ୍‌ ପ୍ରଶାସନକୁ ଆହ୍ବାନ ଦେଇଛି। ଭାରତ-ଆମେରିକା ଦ୍ୱିପାକ୍ଷିକ ଆଲୋଚନା ବେଳେ ଧର୍ମୀୟ ସ୍ବାଧୀନତା ପ୍ରସଙ୍ଗ ଉଠାଇବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା କମିଶନ (ୟୁଏସ୍‌ସିଆଇଆର୍‌ଏଫ୍‌) କଂଗ୍ରେସକୁ ସୁପାରିସ କରିଛି। ଏଥିସହିତ ଏହା ଉପରେ ଶୁଣାଣି କରିବାକୁ କମିଶନ କହିଛି।
ଭାରତ ସମେତ ଅନ୍ୟ କେତେକ ରାଷ୍ଟ୍ରକୁ ଧର୍ମୀୟ ସ୍ବାଧୀନତା ମାନ୍ୟତାରେ ‘ନିର୍ଦ୍ଦିଷ୍ଟ ଚିନ୍ତାଜନକ ଦେଶ’ ଭାବେ ଦର୍ଶାଇବା ଲାଗି ୟୁଏସ୍‌ସିଆଇଆର୍‌ଏଫ୍‌ ଏହାର ବାର୍ଷିକ ରିପୋର୍ଟରେ ଆମେରିକା ପରରାଷ୍ଟ୍ର ବିଭାଗକୁ କହିଛି। ୨୦୨୦ରୁ ଉକ୍ତ କମିଶନ ପରରାଷ୍ଟ୍ର ବିଭାଗକୁ ଏଭଳି ସୁପାରିସ କରିଆସୁଥିବାବେଳେ ତାହାକୁ ଗ୍ରହଣ କରାଯାଇ ନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପରରାଷ୍ଟ୍ର ବିଭାଗ ପାଇଁ ବାଧ୍ୟତାମୂଳକ ନୁହେଁ।
ୟୁଏସ୍‌ସିଆଇଆର୍‌ଏଫ୍‌ ରିପୋର୍ଟ ଅନୁଯାୟୀ ୨୦୨୨ରେ ଭାରତରେ ଧର୍ମୀୟ ସ୍ବାଧୀନତା ସ୍ଥିତି ଅଧିକ ଖରାପ ହୋଇଛି। ବର୍ଷ ସାରା ଭାରତ ସରକାର ଜାତୀୟ, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ଧର୍ମୀୟ ଭେଦଭାବ ନୀତିକୁ ପ୍ରସାର କରାଇବା ସହ କାର୍ଯ୍ୟକାରୀ କରିଛନ୍ତି। ଉକ୍ତ ନୀତି ମଧ୍ୟରେ ରହିଛି ଧର୍ମାନ୍ତରୀକରଣକୁ ଟାର୍ଗେଟ କରି ଆଇନ, ଆନ୍ତଃ ଧର୍ମବିଶ୍ୱାସ ସମ୍ପର୍କ, ହିଜାବ ପିନ୍ଧିବା, ଗୋହତ୍ୟା। ଏହା ଦ୍ୱାରା ମୁସଲମାନ, ଖ୍ରୀଷ୍ଟିଆନ, ଶିଖ୍‌, ଦଳିତ ଏବଂ ଆଦିବାସୀମାନେ ପ୍ରଭାବିତ ହୋଇଛନ୍ତି। ଏହା ବିରୋଧରେ ଉଠୁଥିବା ସ୍ବରକୁ କେନ୍ଦ୍ର ସରକାର ଚାପି ଦେଉଛନ୍ତି। ପ୍ରତିବାଦ କରୁଥିବା ସଂଖ୍ୟାଲଘୁ ଓ ଅନ୍ୟମାନଙ୍କ ଉପରେ ସରକାର ନଜର ରଖିବା ସହ ସେମାନଙ୍କୁ ହଇରାଣ କରୁଛନ୍ତି। ସେମାନଙ୍କ ସମ୍ପତ୍ତି ଭଙ୍ଗାରୁଜା କରାଯିବା ସହ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ)ରେ ସେମାନଙ୍କୁ ଅଟକ ରଖାଯାଉଛି। ସେହିପରି ବିଦେଶ ଅନୁଦାନ ନିୟାମକ ଆଇନ (ଏଫ୍‌ସିଆର୍‌ଏ)ରେ ବେସରକାରୀ ସଂସ୍ଥା(ଏନ୍‌ଜିଓ)ଗୁଡ଼ିକୁ ଟାର୍ଗେଟ କରାଯାଉଥିବା ୟୁଏସ୍‌ସିଆଇଆର୍‌ଏଫ୍‌ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ୨ ମିନିଟ୍‌ରେ…

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୌତମ ବୁଦ୍ଧ ନଗର ଜିଲା ଜେଓ୍ବାରରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri