କ୍ଷତିଗ୍ରସ୍ତଙ୍କୁ ‘ରିମ୍‌ଝିମ୍‌’ର ପ୍ରତାରଣା

ଢେଙ୍କାନାଳ ଅଫିସ, ୧୩।୮: କମ୍ପାନୀ ନାଁ ବଦଳିଛି। ବଦଳିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି। ତେବେ ଏହି ବଦଳିବା ପ୍ରକ୍ରିୟା ମଧ୍ୟରେ ପୁରାତନ କର୍ମଚାରୀଙ୍କ ଭାଗ୍ୟ ଠେଲି ହୋଇଯାଇଛି ଅନ୍ଧକାର ମଧ୍ୟକୁ। କାରଖାନା ପାଇଁ ଜମି ହରାଇ ନିଯୁକ୍ତି ପାଇଥିବା କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବାରେ କୁନ୍ଥୁକୁନ୍ଥୁ ହେଉଛି ‘ରିମ୍‌ଝିମ୍‌’ କମ୍ପାନୀ। ୪ଥର ବୈଠକ ସତ୍ତ୍ୱେ ଏ ଦିଗରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଜମିହରାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟିରେ ପ୍ରତିଷ୍ଠିତ ବିଆରଜି କମ୍ପାନୀ ବିକ୍ରି ହୋଇଯାଇଛି। ସେଠାରେ ଏବେ ପ୍ରତିଷ୍ଠିତ ହୋଇଛି ରିମ୍‌ଝିମ୍‌ ଇସ୍ପାତ କମ୍ପାନୀ। ବିଆର୍‌ଜି କାରଖାନା ପ୍ରତିଷ୍ଠା ସମୟରେ ଅଞ୍ଚଳର ୧୭୫ ଜମିହରାଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ବିଆର୍‌ଜିକୁ କିଣିଥିବା ରିମ୍‌ଝିମ୍‌ କମ୍ପାନୀ ସମ୍ପୃକ୍ତ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଦେବାରେ ପ୍ରତାରଣା କରୁଥିବା ଅଭିଯୋଗ ହୋଇଛି। ପ୍ରଶାସନ, ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ, କ୍ଷତିଗ୍ରସ୍ତ ପ୍ରଜା, ପୋଲିସ ଉପସ୍ଥିତିରେ ୪ଥର ବୈଠକ କରାଯାଇ ପର୍ଯ୍ୟାୟକ୍ରମେ ସମ୍ପୃକ୍ତ ଜମିହରାଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଗତ ଜୁନ୍‌ ୨୧ରେ ଅନୁଷ୍ଠିତ ବୈଠକରେ ଅବସର ସମୟରେ ଉପନୀତ କର୍ମଚାରୀଙ୍କୁ କମ୍ପାନୀ ନିୟମ ଅନୁଯାୟୀ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ, ଅନ୍ୟମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବୈଠକର ଅଢ଼େଇ ମାସ ପରେ ବି କମ୍ପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ। ଏହାକୁ ନେଇ ଅସନ୍ତୋଷ ତେଜିବାରୁ ଶୁକ୍ରବାର ଢେଙ୍କାନାଳ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁ୍‌ଷ୍ଠିତ ହୋଇଛି। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଗଙ୍ଗାଧର ସାମଲ, ସମ୍ପାଦକ ବିଜୟ ଧଳ, ବିନୋଦ ସାହୁ, କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ରାଜୀବ ଗୋପାଳ ସ୍ବାଇଁ, ଚିତ୍ତରଞ୍ଜନ ନାଥ, କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଏମ୍‌.ପି. ସିଂ, କନ୍‌ସଲଟାଣ୍ଟ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୩ ଓ ୨୪ ତାରିଖରେ ଢେଙ୍କାନାଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ନିଯୁକ୍ତି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଛି।
ବିଧାୟିକା ନାୟକ କହିଲେ, ବିଆର୍‌ଜି କମ୍ପାନୀରେ କାର୍ଯ୍ୟ କରୁଥିବା ୧୭୫ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ରିମଝିମ୍‌ କମ୍ପାନୀ ନିଯୁକ୍ତି ଦେଉନାହିଁ। ଏହାକୁ ନେଇ ଅସନ୍ତୋଷ ବଢୁଛି। ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ସାମଲ କହିଲେ, ୪ଥର ବୈଠକ ସତ୍ତ୍ୱେ ରିମଝିମ୍‌ କମ୍ପାନୀ ଥଇଥାନ ଓ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେଉନାହିଁ। ନିର୍ଦ୍ଧାରିତ ବୈଠକରେ ୧୭୫ କ୍ଷତିଗ୍ରସ୍ତଙ୍କ ନିଯୁକ୍ତି ପାଇଁ ୨ଟି ପର୍ଯ୍ୟାୟରେ ସାକ୍ଷାତ୍‌କାର ଏବଂ ଯାଞ୍ଚ କରାଯିବ। ଏଥିରେ ହିନ୍ଦୋଳ ବିଧାୟିକା, ଉପଜିଲାପାଳ, ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ, ପାରିପାର୍ଶ୍ୱିକ ଉନ୍ନୟନ କମିଟି, କୁସୁପଙ୍ଗା ପଞ୍ଚାୟତର କର୍ମକର୍ତ୍ତା, କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ। କ୍ଷତିଗ୍ରସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ସେପ୍ଟେମ୍ବର ୧ ସୁଦ୍ଧା ସମ୍ପୃକ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ସେବା ନିବୃତ୍ତ ବୟସରେ ଉପନୀତ କର୍ମଚାରୀଙ୍କୁ ୨୧ ତାରିଖ ବୈଠକରେ ଆଲୋଚନା ଅନୁଯାୟୀ କମ୍ପାନୀ ପକ୍ଷରୁ ଏକକାଳୀନ ଥଇଥାନ କରାଯିବ ବୋଲି କ୍ଷତିଗ୍ରସ୍ତ ପ୍ରଜାଙ୍କ ମଧ୍ୟରୁ ରାଜୀବ ଗୋପାଳ ସ୍ବାଇଁ ସୂଚନା ଦେଇଛନ୍ତି । ବୈଠକରେ ସଦର ଏସ୍‌ଡିପିଓ ବିକାଶ ବେଉରା, ଜିଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri