ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

ଭୁବନେଶ୍ୱର,୨ା୧୧ (ପ୍ରସନଜିତ୍‌ ସାହୁ): ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ରବିବାର ନନ୍ଦନକାନନ ଥାନା ପୋଲିସ ଅଭିଯୁକ୍ତ ନାବାଳକ(୧୭)ଙ୍କୁ କାବୁ କରିଛି। ପୋଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡାର ଜଣେ ନାବାଳିକା(୧୫) ବାରଙ୍ଗ ଅଞ୍ଚଳରେ ରହି ପାଠ ପଢୁଥିଲେ। ସେ ଟ୍ୟୁଶନ ଯିବା ସମୟରେ ତାଙ୍କ ସହ ଅଭିଯୁକ୍ତ ନାବାଳକଙ୍କର ଦେଖାହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିବାରୁ ସେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସେ ବିବାହ କରିବାକୁ ରାଜି ନ ହେବାରୁ ନାବାଳିକା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୪୦୬/୨୦୨୬) ରୁଜୁ କରି ନାବଳକଙ୍କୁ କାବୁ କରିଥିଲା।

Dharitri – Odisha’s No.1 Odia Daily

Share