ଋଣ ଯନ୍ତା

ଦେଶରେ ଲେଣ୍ଡିଂ ଆପ୍‌ଗୁଡ଼ିକ ଲୋକମାନଙ୍କୁ ବେଆଇନ ଋଣ ଉପଲବ୍ଧ କରାଉଛନ୍ତିି । ଏହା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ସାମ୍‌ନାରେ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅଣସ୍ବୀକୃତ ଠକ ଆପ୍‌ କମ୍ପାନୀଗୁଡ଼ିକରେ ନିଯୁକ୍ତ ଋଣ ଅସୁଲକାରୀ ଏଜେଣ୍ଟ ବା ଦଲାଲମାନଙ୍କ ଦ୍ୱାରା ଲୋକମାନେ ନିର୍ଯାତନାର ଶିକାର ହେବା ଖବର ବିଭିନ୍ନ ରାଜ୍ୟରୁ ଆସିବାରେ ଲାଗିଛି। ଏଭଳି ଅଭିଯୋଗ ଉପରେ ପଦକ୍ଷେପ ନେବାକୁ ଯାଇ ଆର୍‌ବିଆଇ ବେଆଇନ ଋଣ ନେଇ ଠକାମି ବା ନିର୍ଯାତନାର ଶିକାର ନ ହେବା ଲାଗି ନିର୍ଦ୍ଦେଶ ଜାରି କରିଛି। ଏହି ଆପ୍‌ ଥିବା କମ୍ପାନୀଗୁଡ଼ିକର ମାଲିକାନା ଏବଂ ସେମାନଙ୍କ କାର୍ଯ୍ୟଧାରା ସ୍ବଚ୍ଛ ନୁହେଁ। ଖୁବ୍‌ କମ୍‌ କାଗଜପତ୍ର କାମ କରି ଯେତେ ପାରେ ସେତେ ଶୀଘ୍ର ସେମାନେ ଅତ୍ୟଧିତ୍କ ସୁଧରେ ଋଣ ଦେଉଛନ୍ତି ଏବଂ ବହୁତ ଅଧିକ ପ୍ରୋସେସିଂ ଫି ନେଉଛନ୍ତି। ଫଳରେ ଋଣଗ୍ରହୀତାମାନେ ସ୍ଥିରୀକୃତ ଟଙ୍କା ଫେରସ୍ତ କରିବାକୁ ଅକ୍ଷମ ହେଉଛନ୍ତି। ଫଳରେ ଋଣ ଖିଲାଫକାରୀମାନଙ୍କଠାରୁ ଟଙ୍କା ଆଦାୟ କରିବାକୁ ଏହି ବେଆଇନ ସଂସ୍ଥାଗୁଡ଼ିକ ସେମାନଙ୍କ ବିରୋଧରେ ତା’ର ନିଯୁକ୍ତ କର୍ମଚାରୀ ତଥା ବାହାର ଭଡ଼ାଟିଆ ଗୁଣ୍ଡାମାନଙ୍କୁ ଲଗାଇ ଦିଅନ୍ତି। ଉକ୍ତ ଆପ୍‌ଗୁଡ଼ିକ ନିକଟରେ ଋଣଗ୍ରହୀତାଙ୍କ ଫୋନ୍‌ ସହ ଅନ୍ୟାନ୍ୟ ବିବରଣୀ ରହିଥାଏ। ଏଣୁ ଋଣ ଦେବାରେ ଖିଲାଫ କଲେ ଏହି ସଂସ୍ଥାଗୁଡ଼ିକ ଋଣଖିତ୍ଲାଫୀଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ସେମାନଙ୍କ ସମ୍ପର୍କୀୟଙ୍କୁ କଲ୍‌ କରିଥାନ୍ତି। ଏଭଳି ବେଆଇନ ବିଜ୍‌ନେସ କିଛି ସମୟ ଧରି ଚାଲି ଆସିଛି। ତେବେ କୋଭିଡ୍‌-୧୯ ମହାମାରୀ ପ୍ରକାଶ ପାଇବା ପରେ ଏହାର ଆକାର ଢ଼େର ବଢିଯାଇଛି। ମହାମାରୀ ଅନେକଙ୍କ ଜୀବନ ଜୀବିକା ନେଇଯାଇଛି। ଏଣୁ ସଂଖ୍ୟାଧିକ ଲୋକ ଏହି ସବୁ ଲେଣ୍ଡିଂ ଆପ ଦ୍ୱାରା ପ୍ରଦାନ କରାଯାଉଥିବା ବେଆଇନ ଋଣ ମୁହାଁ ହୋଇଛନ୍ତି। ଯେତେ ସଂଖ୍ୟାରେ ଏମାନେ ଋଣ ନେଇଛନ୍ତି ସେହି ଅନୁସାରେ ଖିତ୍ଲାଫକାରୀଙ୍କ ସଂଖ୍ୟା ବି ବଢ଼ିଛି। ଫଳରେ ଋଣଗ୍ରହୀତାମାନେ ନିର୍ଯାତିତ ହେବା ଘଟଣା ଅଧିକ ସାମ୍‌ନାକୁ ଆସିଛି। ଏଣୁ ଆଗକୁ ଋଣ କରିବା ଲାଗି ଇଚ୍ଛୁକ ଥିବା ଲୋକମାନଙ୍କୁ ସେମାନଙ୍କ କାଗଜପତ୍ର ଏହି ଅଣସ୍ବୀକୃତିପ୍ରାପ୍ତ କମ୍ପାନୀଗୁଡ଼ିକ ସହ ଶେୟାର ନ କରିବା ଲାଗି ଆର୍‌ବିଆଇ ସତର୍କ କରି ଦେଇଛନ୍ତି ।
ଆର୍‌ବିଆଇଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ସ୍ବାଗତଯୋଗ୍ୟ। ତେବେ ଆର୍‌ବିଆଇଙ୍କ ଏହି ସତର୍କତା କେତେ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଛି । ଆମ ଦେଶରେ ସାଧାରଣତଃ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ(ଏନ୍‌ବିଏଫସି)ଗୁଡ଼ିକ ଲୋକମାନଙ୍କୁ ଋଣ ଯୋଗାଇ ଦେଇଥାନ୍ତି। ଋଣ କାରବାରକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଆଇନ ଗଢିଛନ୍ତି। ଆର୍‌ବିଆଇ ଡିଜିଟାଲ ଲେଣ୍ଡି ପ୍ଲାଟଫର୍ମଗୁଡ଼ିକୁ ସେମାନଙ୍କ ବ୍ୟାଙ୍କ ଓ ଏନ୍‌ବିଏଫସି ପଞ୍ଜୀକରଣ ସମ୍ପର୍କୀିତ କାଗଜପତ୍ର ଦର୍ଶାଇବାକୁ କହିଛନ୍ତି। କିନ୍ତୁ ଅନେକ ଠକ ସଂସ୍ଥା ଆର୍‌ବିଆଙ୍କ ଏହି ନିର୍ଦ୍ଦେଶକୁ ଶୁଣିନାହାନ୍ତି।
ଆପ୍‌ ଆଧାରରେ ବେଆଇନ ଋଣ ପ୍ରଦାନ କରୁଥିବା କମ୍ପାନୀଗୁଡିକ ବିରୋଧରେ କେନ୍ଦ୍ରୀୟ ବ୍ୟାଙ୍କ ଏକ ସତର୍କ ସୂଚନା ଦେଇ ଭଲ କରିଛନ୍ତି । କିନ୍ତୁ ଏହା ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ। ଯେପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ନିୟାମକ ତା’ର କ୍ଷମତା ଲାଗୁ ନ କରିଛି , ସରକାର ଉଚିତ ପଦକ୍ଷେପ ନେବାରେ ନିଶ୍ଚିତ ନ କରିଛନ୍ତି ସେ ପର୍ଯ୍ୟନ୍ତ ଏହି ସଂସ୍ଥାଗୁଡ଼ିକୁ ସବୁଦିନ ପାଇଁ ସମୂଳେ ଧ୍ୱଂସ କରାଯାଇପାରିବନାହିଁ। ଯଦିଓ ଏହି କାରବାରର ଢାଞ୍ଚା ଟେକ୍‌ନୋଲୋଜି ଉପରେ ପର୍ଯ୍ୟବସିତ, ସେଥିପାଇଁ ଏହି ଠକାମୀ ତଥା ସଙ୍କଟକୁ ଟାଳିବା ଲାଗି ସରକାର ତାଙ୍କ ଡିଜିଟାଲ କ୍ଷମତାକୁ ସକ୍ରିୟ କରିବା ଉଚିତ। ଏହାର ସମାଧାନ ଲାଗି ଗୁଗଲ ଓ ଅନ୍ୟ କେତେକ ବିଶାଳ ଆଇଟି ସଂସ୍ଥାକୁ ସେମାନଙ୍କ ଆପ୍‌ ଷ୍ଟୋରମାନଙ୍କରେ ଏଭଳି ଲେଣ୍ଡିଂ ଆପ୍‌ଗୁଡ଼ିକୁ ହୋଷ୍ଟ ନ କରିବା ପାଇଁ ସରକାର ହୁଇପ୍‌ ମଧ୍ୟ ଜାରି କରିପାରନ୍ତି। ଗତ ସପ୍ତାହରେ ଏହି ଆପଗୁଡିକର ହୋଷ୍ଟ ବନ୍ଦ କରିବା ଲାଗି ସରକାର ଗୁଗଲକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦକ୍ଷେପ ନେବାକୁ ସରକାରଙ୍କୁ ଏ ସଂକ୍ରାନ୍ତରେ ଥିତ୍ବା କଠୋର ନିୟମଗୁଡ଼ିକ ସମର୍ଥନ କରିବା ଦରକାର। ଏହା ସହ ହାତ ପାହାନ୍ତାରେ ମିଳୁଥିବା ବେଆଇନ ଋଣ ଲାଭ କରିବାକୁ ଯାଉଥିବା ଲୋକମାନଙ୍କୁ ସଚେତନ କରିବା ଲାଗି ଏକ ବିରାଟ କାର୍ଯ୍ୟକ୍ରମ ଆରମ୍ଭ କରିବା ଆବଶ୍ୟକ। ସ୍ମାର୍ଟଫୋନରେ ସୁବିଧାରେ ଏହି ଠକ୍‌ କମ୍ପାନୀଗୁଡ଼ିକରୁ ଋଣ ପାଇବା ବ୍ୟବସ୍ଥା ଲୋକମାନଙ୍କ ପାଇଁ ସହଜ ହୋଇଯାଇଛି। ଏହି ବିପର୍ଯ୍ୟୟକୁ ନିୟନ୍ତ୍ରଣ କରିବା ଲାଗି ଯଦି ଆବଶ୍ୟକ ପଡ଼େ ଆଇନରେ ସଂଶୋଧନ କରି ନୂଆ ଆଇନ ଆଣିବା ଗୁରୁତ୍ୱପୂର୍ଣ୍ଣ। ଆର୍‌ବିଆଇ ମଧ୍ୟ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଲାଗି ଅଧିକ ସତର୍କ ରହିବା ଉଚିତ। ଏତଦ୍‌ ବ୍ୟତୀତ ଲୋକମାନେ ଏହି ଆପ୍‌ ଲେଣ୍ଡିଂରେ ଋଣ ବ୍ୟବସ୍ଥାର ପରିଣାମ ଆଶାନୁରୂପ ନୁହେଁ ବୋଲି ନିଶ୍ଚତି ହେବା ସତ୍ତ୍ୱେ କାହିଁକି ଏମାନେ ଏହାର ଜାଲରେ ପଡୁଛନ୍ତି ସେ ସମ୍ପର୍କରେ ବି ବୁଝିବା ଦରକାର। ସଂଖ୍ୟାଧିକ ଲୋକଙ୍କ ପାଖରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ପହଞ୍ଚାଇବା ପାଇଁ ଅନେକ ଯୋଜନା କରିଛନ୍ତି ବୋଲି କେନ୍ଦ୍ର ସରକାର ବଡ଼ ଦାବି କରୁଛନ୍ତି। ଦେଖିବାକୁ ଗଲେ ଜନଧନ ଯୋଜନା ଏବଂ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବା ଭଳି ଯୋଜନା ତା’ର ଈପ୍‌ସିତ ଲକ୍ଷ୍ୟ ହାସଲ କରିନାହିଁ। ଏହାର ସଫଳତା ଉପରେ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଦାବି କରୁଥିତ୍ଲେ ବି ବାସ୍ତବରେ ତା’ର ମାନେ କିଛି ନାହିଁ। ବରଂ ବ୍ୟାଙ୍କଗୁଡ଼ିକ , ମୁଖ୍ୟତଃ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସମ୍ଭାବ୍ୟ ଋଣଗ୍ରହୀତାଙ୍କୁ ଋଣ ଦେବା ଲାଗି କାର୍ପଣ୍ୟତା ପ୍ରକାଶ କରି ଏମାନଙ୍କୁ ଲେଣ୍ଡିଂ ଆପ୍‌ ନିକଟରେ ପହଞ୍ଚିବାକୁ ବାଧ୍ୟ କରିଛି। ସାମ୍ପ୍ରତିକ ପରିସ୍ଥିତିରେ ଏହି ସଙ୍କଟ ଶେଷ କରିବା ପାଇଁ ଉଚିତ ପଦକ୍ଷେପ ନେବା ଉଚିତ। ଉପଯୁକ୍ତ ଆଇନ ଓ ଏହାର କାର୍ଯ୍ୟକାରିତାର ଅଭାବ ରହିଲେ ଦେଶରେ ଏଭଳି ଋଣ ପ୍ରଦାନ କାରବାର କମ୍‌ ସମୟରେ ବ୍ୟାପକ ହୋଇଯିବ ।
ଋଣପ୍ରଦାନକାରୀ ଏହି ଠକ ସଂସ୍ଥାଗୁଡ଼ିକ ଗ୍ରହଣ କରିଥିବା ଭୟପ୍ରଦର୍ଶନକାରୀ ବ୍ୟବସ୍ଥାରେ ବହୁ ଲୋକ ନିର୍ଯାତନାର ଶିକାର ହେଉଛନ୍ତି। ଏଣୁ ସରକାର ଏବଂ ଆର୍‌ବିଆଇ ଏହି ଘଟଣା ପ୍ରତି ଦୃଷ୍ଟି ଦେଇ ହାତପାଆନ୍ତାରେ ଉପଲବ୍ଧ ଫଳଟିଏ ଭଳି ଖୁବ୍‌ ସହଜରେ ମିଳୁଥିବା ବେଆଇନ ଋଣଠାରୁ ଲୋକମାନଙ୍କୁ ଦୂରେଇ ରଖିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri