Posted inଜାତୀୟ

ଯୋଗ୍ୟ ଆକାଉଣ୍ଟକୁ ଋଣ ପୁନର୍ଗଠନ ସୁବିଧା

ନୂଆଦିଲ୍ଲୀ,୪ା୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ବ୍ୟାଙ୍କ ସିଇଓଙ୍କ ସହ ଆଲୋଚନା କରିଛନ୍ତି। କୋଭିଡ୍‌-୧୯ ପ୍ରଭାବିତ ଦେଶର ଅର୍ଥ ବ୍ୟବସ୍ଥା ଲାଗି ଘୋଷଣା ହୋଇଥିବା ଋଣ ଯୋଜନା ଏବଂ ମୋରାଟୋରିୟମ ପରବର୍ତ୍ତୀ ସମୟରେ ଋଣ ପୁନର୍ଗଠନ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ଯୋଗ୍ୟ ବିବେଚିତ ଆକାଉଣ୍ଟଗୁଡିକୁ ଋଣ ପୁନର୍ଗଠନ ସୁବିଧା ଦେବାକୁ ଅର୍ଥମନ୍ତ୍ରୀ ସୀତାରାମନ ଗୁରୁବାର ଘୋଷଣା କରିଛନ୍ତି। ୧୫ ସୁଦ୍ଧା ଯୋଜନାର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ଘୋଷଣା କରିଥିବା ମୋରାଟୋରିୟମ ସୁବିଧା ଅଗଷ୍ଟ ୩୧ରେ ଶେଷ ହୋଇଛି। ଏହା ପରେ ଋଣ କିସ୍ତିରେ ଲୋକଙ୍କୁ ସାର୍ବଜନୀନ ଭାବେ ମୋରାଟୋରିୟମ ମିଳିବ ନାହିଁ। ଅର୍ଥାତ୍‌ ଯେଉଁ ବ୍ୟକ୍ତିବିଶେଷ ଏଥିଲାଗି ଯୋଗ୍ୟ ସେହି ମାନେ ହିଁ ଏହାର ଲାଭ ଉଠାଇପାରିବେ। ସରକାର ଏହି ସୁବିଧା କିଛିଦିନ ଆଗରୁ ଘୋଷଣା କରିଥିଲେ। ଉକ୍ତ ଯୋଜନାର ଲାଭ କାହାକୁ ମିଳିବ ଏବଂ ଋଣ ପୁନର୍ଗଠନ ପାଇଁ ବ୍ୟାଙ୍କଗୁଡିକ କିଭଳି କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ସେ ନେଇ ବୈଠକରେ ଆଲୋଚନା ହୋଇଛି। ବ୍ୟାଙ୍କ ନିଜ ସ୍ତରରେ ଯୋଜନା କାର୍ଯ୍ୟକାରୀ କରିବେ ବୋଲି କୁହାଯାଇଛି।
ଯୋଗ୍ୟ ବିବେଚିତ ଆକାଉଣ୍ଟଧାରୀଙ୍କୁ ଚିହ୍ନଟ କରିବା, ସେମାନଙ୍କ ନିକଟରେ ପହଞ୍ଚିବା ଏବଂ ଋଣ ପୁନର୍ଗଠନ ଯୋଜନାକୁ ତ୍ୱରିତ ଭାବେ ଲାଗୁ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଲୋକମାନେ ଏହାଦ୍ୱାରା ଯେଭଳି ଲାଭବାନ ହୋଇ ପାରିବେ ସେ ଦିଗରେ ମଧ୍ୟ ବୈଠକରେ ପ୍ରାଥମିକତା ଦିଆଯାଇଥିବା ଜଣାପଡିଛି। ଯୋଗ୍ୟ ବିବେଚିତ ବିଜ୍‌ନେସ ଏବଂ ବ୍ୟକ୍ତି ବିଶେଷଙ୍କୁ ସହାୟତା କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଏହି ଅବସରରେ ସୀତାରାମନ କହିଛନ୍ତି। ବୈଠକରେ ସବୁ ବ୍ୟାଙ୍କର ସିଇଓ ଏବଂ ଅଣବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି)ଗୁଡିକର ମୁଖ୍ୟ ଉପସ୍ଥିତ ଥିଲେ। କୋଭିଡ୍‌-୧୯ ଯୋଗୁ ସମସ୍ୟା ସାମ୍ନା କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ଯୋଜନାରେ ସାମିଲ କରାଇବା ନେଇ ବ୍ୟାଙ୍କ କିଭଳି କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସେ ଦିଗରେ ସୀତାରାମନ ସମୀକ୍ଷା କରିଛନ୍ତି।
ଯୋଜନାର ଲାଭ ଉଠାଇବା ଲାଗି ଲୋକଙ୍କୁ ସୁବିଧା ହେଲା ଭଳି ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ଏଥିଲାଗି ବ୍ୟାଙ୍କ ଫ୍ରିକ୍ୟୁଏଣ୍ଟଲି ଆକ୍ସଡ କୁଶ୍ଚିନ(ଏଫ୍‌ଏକ୍ୟୁଏସ୍‌) ଜାରି କରିବେ। ଏହି ସୂଚନା ବ୍ୟାଙ୍କଗୁଡିକର ଓ୍ବେବ୍‌ସାଇଟ ଏବଂ ବିଭିନ୍ନ ଆଞ୍ଚଳିକ ଭାଷାରେ ଜାରି କରାଯିବ। ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁସାରେ କାର୍ଯ୍ୟକରିବାକୁ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନ ପ୍ରସ୍ତୁତ ଥିବା ଅର୍ଥମନ୍ତ୍ରୀଙ୍କୁ କହିଛନ୍ତି। ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଆର୍‌ବିଆଇ ସହ ଏ ଦିଗରେ ନିରନ୍ତର କାର୍ଯ୍ୟ କରୁଥିବା ବୈଠକରେ ସୂଚନା ଦିଆଯାଇଛି। ଏ ନେଇ ରିଜର୍ଭ ବ୍ୟାଙ୍କ ସବୁ ପ୍ରକାର ସହାୟତା ଯୋଗାଇ ଦେବ। ବର୍ତ୍ତମାନ ସମୟରେ ବ୍ୟାଙ୍କଗୁଡିକର କାର୍ଯ୍ୟକୁ ନେଇ ସୀତାରାମନ ସନ୍ତୋଷ ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୬ରେ ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲା। ଏହା ମଧ୍ୟରେ ବ୍ୟକ୍ତିଗତ, କର୍ପୋରେଟ ଏବଂ ଏମ୍‌ଏସ୍‌ଏସ୍‌ଇ ଋଣ ଆକାଉଣ୍ଟଗୁଡିକୁ ସାମିଲ କରାଯିବା ନେଇ ସରକାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri