ଦଳ ଛାଡିବାର ସାଂଘାତିକ କାରଣ କହିଦେଲେ ଦେବାଶିଷ, ପାଣ୍ଡିଆନଙ୍କୁ ନେଇ ସିଧା କହିଦେଲେ…

ଭୁବନେଶ୍ୱର, ୨୫।୫: ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ଇସ୍ତଫା ଦେଇଛନ୍ତି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଏହି ସମୟରେ ସେ ଇସ୍ତଫା ଦେବାର କାରଣ ଦର୍ଶାଇ କହିଛନ୍ତି, ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି । ବର୍ଷେ ହେଲାଣି ନବୀନ ବାବୁଙ୍କୁ ମୋତେ ଦେଖା କରାଇ ଦେଉ ନଥିଲେ। ସେ ଭଲ ଭାବେ ଜାଣିଥିଲେ ନବୀନ ବାବୁଙ୍କ ସହ ମୋର ସଂପର୍କ କଣ। ବିଜେଡିକୁ ସଂଗଠିତ କରିବା ନୁହେଁ, କିପରି ଅଧିକରୁ ଅଧିକ ସସ୍ପେଣ୍ଡ କାର୍ଯ୍ୟ କରୁଥିଲେ। ନବୀନ ବାବୁ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି। ମାତ୍ର ଟ୍ରଷ୍ଟ ନାଁରେ ବାପା ବିଜୁ ବାବୁ କରିଥିବା ଘର ତାଙ୍କୁ ଦେଇଦେଲେ। ଏହା ବିଜୁ ବାବୁଙ୍କ ଲିଗାସି ପ୍ରତି ଘୋର ଅପମାନ ଥିଲା। ବିଜୁ ବାବୁଙ୍କ ସଂପତ୍ତି ତାମିଲ ଲୋକଙ୍କୁ ଯିବ ମୁଁ ଗ୍ରହଣ କରିପାରୁନି ବୋଲି ଦେବାଶିଷ କହିଛନ୍ତି।

ସେପଟେ ଭାଜପାରେ ମିଶିବା ନେଇ ପରୋକ୍ଷରେ ଇଶାରା ଦେଇଛନ୍ତି ଦେବାଶିଷ। ସେ କହିଛନ୍ତି, ମୁଁ ଏକ ରାଷ୍ଟ୍ରୀୟ ଦଳକୁ ଯାଉଛି। ମୋତେ ରାଷ୍ଟ୍ରୀୟ ଦଳର ମୁଖ୍ୟଙ୍କ ଠାରୁ ସେହି ପ୍ରକାରର ଆଶ୍ବାସନା ମିଳିଛି । ମହାପ୍ରଭୁ ଆଶୀର୍ବାଦ କଲେ ପୁଣି ରାଜ୍ୟ ସଭାକୁ ଫେରିବି।

Odisha’s No.1 Odia Daily

Share