Posted inଖେଳ

ନେପାଳରେ ଟାଇଟଲ ଜିତିଲେ ଓଡ଼ିଶାର ଦେବାଶିଷ

ଭୁବନେଶ୍ୱର, ୫।୨: ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଥିବା ଓଡ଼ିଶା ଟେନିସ ପ୍ରତିଭା ଦେବାଶିଷ ସାହୁ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଜୁନିୟର ଆଇଟିଏଫ୍‌ ଜେ୬୦ ଟୁର୍ନାମେଣ୍ଟର ସିଙ୍ଗଲ୍ସରେ ସେ ଚାମ୍ପିୟନ ଓ ଡବଲ୍ସରେ ରନରଅପ୍‌ ହୋଇଛନ୍ତି। ପୂର୍ବରୁ ଜୁନିୟର ଡେଭିସ୍‌ କପ୍‌ ଖେଳି ସାରିଥିବା ଦେବାଶିଷ ପ୍ରଥମ ଓଡ଼ିଆ ଖେଳାଳିଭାବେ ଏପରି ସଫଳତା ପାଇଛନ୍ତି ଏବଂ ଓ୍ବାଲର୍‌ଡ ଆଇଟିଏଫ୍‌ ର଼୍ୟାଙ୍କିଙ୍ଗ୍‌ର ୩୫୦ରେ ପହଞ୍ଚତ୍ ଯାଇଛନ୍ତି। ଫଳରେ ଗ୍ରାଣ୍ଡସ୍ଲାମ ଖେଳିବା ଦିଗରେ ସେ ଆଗକୁ ବଢ଼ିଛନ୍ତି। ନେପାଳ ପ୍ରତିଯୋଗିତାର ସିଙ୍ଗଲ୍ସ ଫାଇନାଲ ଅବସରରେ ସେ ଦ୍ୱିତୀୟ ସିଡ୍‌ ତାଇଓ୍ବାନର କାଇ ଇନ୍‌ ୟାଙ୍ଗ୍‌ଙ୍କୁ ୬-୧, ୪-୪, ୭-୬ (୭/୩)ରେ ପରାସ୍ତ କରିଥିଲେ। ଫାଇନାଲରେ ଟପ୍‌ ସିଡ୍‌ ଖେଳାଳି ଭିଏତନାମ୍‌ର ଫାମ୍‌ ଲା ହ୍ବାଙ୍ଗ ଆନ୍‌ଙ୍କୁ ୪-୬, ୬-୧, ୬-୩ ସେଟ୍‌ରେ ହରାଇ ଦେଇଥିଲେ। ଡବଲ୍ସରେ ଦେବାଶିଷ ଓ ସ୍ମିଥ ପଟେଲଙ୍କ ଯୋଡ଼ି ସେମିଫାଇନାଲରେ ହଂକଂର ହୋଙ୍ଗ୍‌ କିଉ ଲାଉ ଓ ଭାରତର ବଂଶ ନନ୍ଦାଲଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ଟାଇଟଲ ପର୍ଯ୍ୟାୟରେ ଆମେରିକାର ଆରାଭ ସମ୍ରାଟ ହାଦା ଓ ନେପାଳର ଆକି ଜୁବେନ ରାଓ୍ବତ ଯୋଡ଼ିଙ୍କଠାରୁ ୬-୩, ୫-୭ ଓ ସୁପର ଟାଇବ୍ରେକର ୮-୧୦ରେ ହାରି ଯାଇଥିଲେ। ଢେଙ୍କାନାଳ ଗଁଦିଆର ଅନୁକମ୍ପା ସାହୁ ଓ ଲକ୍ଷ୍ମୀକାନ୍ତ ସାହୁଙ୍କ ପୁତ୍ର ଦେବାଶିଷ ଏବେ ଅହମଦାବାଦସ୍ଥିତ ଅଲଟୋଭେଲ ଆଲେକଜାଣ୍ଡର ଓ୍ବାସ୍‌କେ ଟେନିସ ଏକାଡେମୀରେ ଶ୍ରୀମଲ ଭଟ୍ଟଙ୍କଠାରୁ କୋଚିଂ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri