କ୍ଷେତରେ ଅନେଇ ରହିଥିଲା ମୃତ୍ୟୁ, ଏକାଠି ଚାଲିଗଲେ ୨ ସାଙ୍ଗ

କୋଷାଗୁମୁଡ଼ା,୫।୫: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଟେମରା ଗ୍ରାମର ଦୁଇ ନାବାଳିକାଙ୍କର ବୁଧବାର ବଜ୍ରପାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଊର୍ମିଳା ଭତ୍ରା ଓ ହୀରାଦେଈ ଭତ୍ରା।
ପ୍ରକାଶ ଯେ, ଊର୍ମିଳା, ହୀରାଦେଈ, ଲତା କେଉଟ ଓ ମେନକା ଭତ୍ରା ସାଙ୍ଗ ହୋଇ ଶାଗ ତୋଳିବାକୁ ଗାଁ ପାଖ ମଙ୍ଗିଆଗୁଡ଼ାରେ ଥିବା କ୍ଷେତକୁ ଯାଇଥିଲେ। ସେହି ସମୟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏଥିରେ ଊର୍ମିଳା, ହୀରାଦେଈ ଓ ଲତା ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସେମାନଙ୍କ ପରିବାର ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଊର୍ମିଳା, ହୀରାଦେଈ ଓ ଲତାଙ୍କୁ ଆମ୍ବୁଲାନ୍ସରେ କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଊର୍ମିଳା ଓ ହୀରାଦେଈଙ୍କୁ ମୃତ ଘୋଷଣା କରିଥିଲେ। ଲତାଙ୍କ ଚିକିତ୍ସା ଚାଲିଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।