Posted inଜାତୀୟ

ନାବାଳିକାଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୧୨ା୮(ପି.ଟି.): ବ୍ରିଟିଶ୍‌ ଅମଳର ଭାରତୀୟ ଦଣ୍ଡବିଧି ଆଇନ(ଆଇପିସି), ଆପରାଧିକ ଦଣ୍ଡ ସଂହିତା(ସିଆର୍‌ପିସି) ଏବଂ ସାକ୍ଷ୍ୟପ୍ରମାଣ ଆଇନ ହଟିବ। ଏହା ପରିବର୍ତ୍ତେ ଦେଶରେ ନୂଆ ଆଇନ ପ୍ରଣୟନ କରାଯିବ। ଏଥିସକାଶେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭାରେ ୩ଟି ପୃଥକ୍‌ ବିଲ୍‌ ଆଗତ କରିଛନ୍ତି। ପ୍ରସ୍ତାବିତ ଆଇନଗୁଡ଼ିକ ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆଣି ନାଗରିକମାନଙ୍କ ଅଧିକାରଗୁଡ଼ିକୁ ସୁରକ୍ଷା ଦେବ ବୋଲି ଶାହା କହିଛନ୍ତି। ନୂଆ ଆଇନରେ ମହିଳା ଓ ଶିଶୁମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଭିଡ଼ହିଂସା ଓ ନାବାଳିକାଙ୍କୁ ବଳାତ୍କାର କଲେ ଦୋଷୀଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ଦିଆଯିବା ନେଇ ବିଧାନ କରାଯାଇଛି। ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରାଯାଇଛି। ଏଥିରେ ପ୍ରଥମ ଥର ପାଇଁ ଆତଙ୍କବାଦର ସଂଜ୍ଞା ନିରୂପଣ କରାଯାଇଛି। ବିଲ୍‌ରେ ପ୍ରଥମ ଥର ମାମୁଲି ଅପରାଧ ଘଟାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କମ୍ୟୁନିଟି ସର୍ଭିସ୍‌ ପ୍ରଦାନ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା କରାଯାଇଛି। ସିସେସନ(ଅପସାରଣ ବା ପୃଥକ୍‌ ହେବା ପ୍ରକ୍ରିୟା), ସଶସ୍ତ୍ର ବିଦ୍ରୋହ, ବିଧ୍ୱଂସକ ଗତିବିଧି, ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ବା ସାର୍ବଭୌମତ୍ୱକୁ ବିପଦରେ ପକାଇବା ଅଥବା ଭାରତର ଏକତା ଓ ଅଖଣ୍ଡତାକୁ ବିପଦକୁ ଠେଲିଦେବା ଭଳି ନୂଆ ଅପରାଧକୁ ମଧ୍ୟ ଏଥିରେ ତାଲିକାଭୁକ୍ତ କରାଯାଇଛି। ଉପରୋକ୍ତ ବିଲ୍‌ଗୁଡ଼ିକ ଗୃହୀତ ହୋଇ ଆଇନରେ ପରିଣତ ହେଲେ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ସମସ୍ତଙ୍କୁ ସର୍ବାଧିକ ୩ ବର୍ଷ ମଧ୍ୟରେ ନ୍ୟାୟ ପ୍ରଦାନ କରାଯାଇପାରିବ ବୋଲି ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ଶେଷ ଦିନରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଲୋକ ସଭାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ବିଧେୟକ-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ବିଧେୟକ-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ (ବିଏସ୍‌) ବିଧେୟକ-୨୦୨୩ ଆଗତ କରିଛନ୍ତି। ଏହି ୩ ବିଲ୍‌ ଯଥାକ୍ରମେ ଉପନିବେଶ ଯୁଗୀୟ ଇଣ୍ଡିଆନ୍‌ ପେନାଲ କୋଡ୍‌ (ଆଇପିସି)୧୮୬୦, କ୍ରିମିନାଲ ପ୍ରସିଡ୍ୟୁର ଆକ୍ଟ (ସିଆର୍‌ପିସି)୧୮୯୮ ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ୧୮୭୨ର ସ୍ଥାନ ନେବ ବୋଲି ସେ ଗୃହକୁ ସୂଚନା ଦେଇଛନ୍ତି। ଶାହା ଆହୁରି କହିଛନ୍ତି, ଦେଶବାସୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ସକାଶେ ଏବଂ ଲୋକଙ୍କ ସାମ୍ପ୍ରତିକ ଆବଶ୍ୟକତା ଓ ଆଶାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ଅଣାଯାଇଛି। ନୂଆ ଆଇନର ଲକ୍ଷ୍ୟ ଦଣ୍ଡ ଦେବା ନୁହେଁ, ବରଂ ନ୍ୟାୟ ପ୍ରଦାନ କରିବା। ଅପରାଧ ରୋକିବାର ଭାବାବେଗ ସୃଷ୍ଟି ପାଇଁ ଅପରାଧୀଙ୍କୁ ଦଣ୍ଡ ଦିଆଯିବ। ବ୍ରିଟିଶମାନେ ପ୍ରଣୟନ କରିଥିବା ଆଇନ ଦାସତ୍ୱର ପ୍ରତୀକ। ଏହାକୁ ସେମାନେ ନିଜ ଶାସନକୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କୁ ଦଣ୍ଡିତ କରିବା ପାଇଁ ଆଣିଥିଲେ ବୋଲି ଶାହା କହିବା ସହ ୩ ବିଲ୍‌କୁ ଯାଞ୍ଚ ଲାଗି ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସ୍ଥାୟୀ ସଂସଦୀୟ କମିଟିକୁ ପଠାଇବା ସକାଶେ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଅନୁରୋଧ କରିଛନ୍ତି।
ନୂଆ ଆଇନଗୁଡ଼ିକ ବଳରେ ମାମଲାର ଚାର୍ଜଶିଟ୍‌ ୯୦ ଦିନ ମଧ୍ୟରେ ଦାଖଲ କରିବାକୁ ପଡ଼ିବ। କୋର୍ଟ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ହେଲେ ଆହୁରି ୯୦ ଦିନ ସମୟ ଦେଇପାରିବେ। ୧୮୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବାକୁ ପଡ଼ିବ ଏବଂ ଶୁଣାଣି ପାଇଁ କୋର୍ଟକୁ ପଠାଯିବ। ଶୁଣାଣି ପରେ ୩୦ ଦିନ ମଧ୍ୟରେ ରାୟ ଆସିବ। ମହିଳାଙ୍କୁ ବିବାହ, ନିଯୁକ୍ତି, ପଦୋନ୍ନତି ଆଳରେ କିମ୍ବା ନିଜ ପରିଚୟ ଲୁଚାଇ ଯୌନ ଉତ୍ପୀଡ଼ନ କଲେ ଏହା ଅପରାଧ ପଦବାଚ୍ୟ ହେବ। ଗଣବଳାତ୍କାର ପାଇଁ ୨୦ ବର୍ଷ କିମ୍ବା ଆଜୀବନ ଜେଲଦଣ୍ଡ ଦିଆଯିବ। ନାବଳାକିକାଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ଭିଡ଼ହିଂସା ପାଇଁ ୭ ବର୍ଷ, ଆଜୀବନ ଓ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷେ ଦେଶଦ୍ରୋହ ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଭାରତ ଏକ ଗଣତନ୍ତ୍ର, ଯେଉଁଠି ସମସ୍ତଙ୍କ କହିବା ଅଧିକାର ରହିଛି। ନ୍ୟାୟ ସଂହିତା ବିଲ୍‌ ଅନୁସାରେ ଯିଏ ଦେଶ କିମ୍ବା ବିଦେଶରେ ଭାରତର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଅପରାଧ ଘଟାଇବେ ଅଥବା ଜନସାଧାରଣଙ୍କୁ ଆତଙ୍କିତ କରିବେ କିମ୍ବା ସାଧାରଣ ଶୃଙ୍ଖଳା ଭଙ୍ଗ କରିବେ ତାଙ୍କୁ ଆତଙ୍କବାଦୀ କୁହାଯିବ। ଆତଙ୍କବାଦୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଏଥିରେ ନିୟମ ରହିବ। ଦଣ୍ଡ ଛାଡ଼ ନେଇ ସରକାରମାନଙ୍କ ରାଜନୈତିକ ଦୁରୁପଯୋଗ ରୋକିବା ଉଦ୍ଦେଶ୍ୟରେ ଏକ ନୂଆ ନିୟମ କରାଯାଇଛି। ଉକ୍ତ ନିୟମ ଅନୁସାରେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରାଯିବ। ସେହିପରି ଆଜୀବନ ଜେଲ ହୋଇଥିଲେ ୭ ବର୍ଷର କାରାଦଣ୍ଡ ପରେ ଦୋଷୀଙ୍କୁ କ୍ଷମା ପ୍ରଦାନ କରାଯାଇପାରିବ। ବିହାରରେ ଅପରାଧୀରୁ ରାଜନେତା ସାଜିଥିବା ଆନନ୍ଦ ମୋହନଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ନିକଟରେ ମୁକ୍ତ କରିଛନ୍ତି। ଏହାର ଅବତାରଣା କରି ଶାହା କହିଛନ୍ତି, ରାଜନୈତିକ ପ୍ରଭାବ ଯେମିତି ଆଇନକୁ ଫାଙ୍କିପାରିବ ନାହିଁ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି। ଦଣ୍ଡବିଧାନ ହାର ୯୦%କୁ ବୃଦ୍ଧି ସକାଶେ ଫୋରେନ୍‌ସିକ୍‌ ସାଇନ୍ସ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି ଶାହା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri