ବ୍ରହ୍ମାଣ୍ଡର ମୃତ୍ୟୁ

ଘଟଣାଟି ଏତିକିରେ ସୀମିତି ନୁହେଁ। ଆହୁରି ଏକ ପଦ୍ଧତି ଅଛି, ଯାହାଦ୍ୱାରା ମଧ୍ୟ ବ୍ରହ୍ମାଣ୍ଡ ଧ୍ୱଂସ ହୋଇପାରେ। ପୁଣି ଅଧିକାଂଶ ବିଜ୍ଞାନୀ ଏହି ପଦ୍ଧତିଟିକୁ ବେଶି ଗ୍ରହଣଯୋଗ୍ୟ ବୋଲି ମନେ କରିଥାନ୍ତି। ବ୍ରହ୍ମାଣ୍ଡର ସମସ୍ତ କ୍ଷେତ୍ରରେ ପରିଲକ୍ଷିତ ହୁଏ ଏକ ‘ସିମେଟ୍ରି’ ବା ପ୍ରତିସାମ୍ୟ। ଅର୍ଥାତ୍‌ ମହାବିଶ୍ୱର ସମସ୍ତ ସ୍ଥାନରେ ଏକ ଭାରସାମ୍ୟ ବା ସନ୍ତୁଳନ ଲକ୍ଷ୍ୟ କରାଯାଏ। ସେହି ଦୃଷ୍ଟିରୁ ମହାକର୍ଷ ବଳ ଓ ପ୍ରତି-ମହାକର୍ଷ ବଳ ମଧ୍ୟରେ କେବେବି ଅସାମଞ୍ଜସ୍ୟ ଘଟି ନ ପାରେ। କେବେ ବି ଗୋଟିଏ ବଳ ଅନ୍ୟ ଗୋଟିଏ ବଳଠାରୁ ବେଶି ବା କମ୍‌ ହୋଇ ନ ପାରେ। ଅର୍ଥାତ୍‌ ଆମ୍ଭମାନଙ୍କ ମହାବିଶ୍ୱରେ ମହାକର୍ଷ ବଳ ଓ ପ୍ରତି ମହାକର୍ଷ ବଳର ପରିମାଣ ସମାନ। ଯଦି ଏହି ଘଟଣା ସତ୍ୟ ହୁଏ, ତେବେ ବ୍ରହ୍ମାଣ୍ଡର ମୃତ୍ୟୁ ହେବ ସ୍ବାଭାବିକ ବାର୍ଦ୍ଧକ୍ୟ ଯୋଗୁ। ଯେହେତୁ ମହାକର୍ଷ ଓ ପ୍ରତି ମହାକର୍ଷ ବଳର ପରିଣାମ ସମାନ ହେବ, ତେବେ ମହାବିଶ୍ୱ ହୁଏତ ସଙ୍କୁଚିତ ହେବ, ନୋହିଲେ ଖୁବ୍‌ ବେଶି ପ୍ରସାରିତ ହେବ। ବରଂ ମହାବିଶ୍ୱ ଆସିଯିବ ଏକ ସାମ୍ୟାବସ୍ଥାକୁ। ପ୍ରତି ମହାକର୍ଷ ବଳ ବହୁ ଦୂରସ୍ଥ ନୀହାରିକାଗୁଡ଼ିକୁ ଦୂରକୁ ଠେଲିଦେଲେ ମଧ୍ୟ ନୀହାରିକା ମଧ୍ୟସ୍ଥ ନକ୍ଷତ୍ରଗୁଡିକର ଆନ୍ତଃ ଆକର୍ଷଣ ବଳକୁ ଛିନ୍ନ କରିପାରିବନି। ସେ କ୍ଷେତ୍ରରେ ନୀହାରିକା ବା କିଛି ସଂଖ୍ୟକ ନୀହାରିକାର ସଂଯୋଗ ସେଗୁଡିକର ସ୍ବାଭାବିକ ଅବସ୍ଥାକୁ ଧରି ରଖିପାରିବ। କିନ୍ତୁ ତା’ର ଅର୍ଥ ଏଇଆ ନୁହେଁ ଯେ, ବିଶ୍ୱ ବ୍ରହ୍ମାଣ୍ଡ ଅମରତ୍ୱ ଲାଭ କରି ପକେଇଲା। ଯେତେ ଯାହା କଲେ ବି ଓ ଯେଉଁ ପ୍ରକାରରେ ହେଲେ ମଧ୍ୟ ବ୍ରହ୍ମାଣ୍ଡ ମୃତ୍ୟୁ ଅବସମ୍ଭାବୀ। ନୀହାରିକାରେ ରହିଥିବା ନକ୍ଷତ୍ରଗୁଡିକ କିନ୍ତୁ ଅମର ନୁହନ୍ତି। ବହୁ କୋଟି କୋଟି ବର୍ଷ ଧରି ଜ୍ୱଳନ୍ତ ରହିବା ଫଳରେ ଏକ ସମୟରେ ନକ୍ଷତ୍ରଗୁଡିକର ଜାଳେଣି ନିଃଶେଷ ହୋଇଯିବ। ଏକ ସମୟରେ ଯେଉଁ ନକ୍ଷତ୍ର ତାପ ମାଧ୍ୟମରେ ତା’ର ନକ୍ଷତ୍ରଜଗତର ଗ୍ରହଗୁଡିକୁ ଉତ୍ତପ୍ତ କରି ରଖିଥାଏ, ସେହି ନକ୍ଷତ୍ର ମଧ୍ୟ ଧୀରେ ଧୀରେ ହୋଇଯିବ ହିମ ଶୀତଳ। ଫଳରେ ତା’ର କକ୍ଷପଥରେ ଥିବା ଗ୍ରହଗୁଡିକ ଶୀତଳ ହୋଇଯିବେ। ଏହି ଭାବରେ ଉଜ୍ଜ୍ୱଳ ନୀହାରିକା ହୋଇପଡିବ ଅନ୍ଧକାରାଚ୍ଛନ୍ନ।
ସମସ୍ତ ପଦାର୍ଥର ରହିଛି ଏକ ଅର୍ଦ୍ଧାୟୁ ବା ‘ ହାଫ୍‌-ଲାଇଫ’। ଯେଉଁ ସମସ୍ତ ପଦାର୍ଥକୁ ଆମେ ଖୁବ୍‌ ସୁସ୍ଥିର ବୋଲି ମନେ କରିଥାଉ, ବହୁ ଲକ୍ଷ କୋଟି ବର୍ଷରେ ବି ତା’ର ସାମାନ୍ୟ ପରିମାଣରେ ହେଲେ ମଧ୍ୟ କ୍ଷୟ ହୋଇଥାଏ। କାରଣ ମୃତ୍ୟୁର ପଞ୍ଝା ମଧ୍ୟରୁ କେହି ମୁକ୍ତି ଯାଇ ନ ଥାନ୍ତି। ଏହିପରି ଭାବରେ ବହୁ କୋଟି କୋଟି ବର୍ଷ ସମୟ ଭିତରେ ବ୍ରହ୍ମାଣ୍ଡର ସକଳ ପଦାର୍ଥ କ୍ଷୟ ପାଇ ପାଇ ଶକ୍ତିରେ ରୂପାନ୍ତରିତ ହୋଇଯିବ ଏବଂ ଗୋଟିଏ ସମୟରେ ବ୍ରହ୍ମାଣ୍ଡର ଏନ୍‌ଟ୍ରୋପି ବା ଉପଲବ୍ଧ ଶକ୍ତିର ହ୍ରାସ ହୋଇଯିବ। ଫଳରେ ବ୍ରହ୍ମାଣ୍ଡରେ କୌଣସି ଘଟଣା ଘଟିବା ସମ୍ଭବ ହେବ ନାହିଁ। ବ୍ରହ୍ମାଣ୍ଡ ହୋଇଯିବ ଶୀତଳ ଓ ସ୍ଥିର, ଠିକ୍‌ ଯେପରି ଘଟିଥାଏ କୌଣସି ପ୍ରାଣୀର ମୃତ୍ୟୁ ପରେ। ମୃତ୍ୟୁ ପରେ ପ୍ରାଣୀର ଶରୀରରେ ଯେପରି ଯାବତୀୟ ବିପାକ କ୍ରିୟାର ଅନ୍ତ ଘଟେ, ଠିକ୍‌ ସେହିପରି ବ୍ରହ୍ମାଣ୍ଡର ବିପାକ କ୍ରିୟା ଅର୍ଥାତ୍‌ ନୂତନ ନୀହାରିକା ତିଆରି କରିବା, ଗ୍ରହ, ନକ୍ଷତ୍ର ଆଦି ସୃଷ୍ଟି ହେବା ଇତ୍ୟାଦି ସବୁ କିଛି ବନ୍ଦ ହୋଇଯିବ। ବ୍ରହ୍ମାଣ୍ଡର ତାପମାତ୍ରା ପହଞ୍ଚତ୍ୟିବ ପରମ ଶୂନ୍ୟ ଉଷ୍ମତାରେ। ମୃତ୍ୟୁ ଘଟିବ ଆମ୍ଭମାନଙ୍କ ପରିଚିତ ଜଗତର। ମୃତ୍ୟୁର ହାତରୁ ମହାବିଶ୍ୱ ମଧ୍ୟ ମୁକ୍ତି ପାଇପାରିବନି।

(ଶେଷ ଭାଗ)
-ଡା. ନିତ୍ୟାନନ୍ଦ ସ୍ବାଇଁ, ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri