ବ୍ରହ୍ମାଣ୍ଡର ମୃତ୍ୟୁ

ଘଟଣାଟି ଏତିକିରେ ସୀମିତି ନୁହେଁ। ଆହୁରି ଏକ ପଦ୍ଧତି ଅଛି, ଯାହାଦ୍ୱାରା ମଧ୍ୟ ବ୍ରହ୍ମାଣ୍ଡ ଧ୍ୱଂସ ହୋଇପାରେ। ପୁଣି ଅଧିକାଂଶ ବିଜ୍ଞାନୀ ଏହି ପଦ୍ଧତିଟିକୁ ବେଶି ଗ୍ରହଣଯୋଗ୍ୟ ବୋଲି ମନେ କରିଥାନ୍ତି। ବ୍ରହ୍ମାଣ୍ଡର ସମସ୍ତ କ୍ଷେତ୍ରରେ ପରିଲକ୍ଷିତ ହୁଏ ଏକ ‘ସିମେଟ୍ରି’ ବା ପ୍ରତିସାମ୍ୟ। ଅର୍ଥାତ୍‌ ମହାବିଶ୍ୱର ସମସ୍ତ ସ୍ଥାନରେ ଏକ ଭାରସାମ୍ୟ ବା ସନ୍ତୁଳନ ଲକ୍ଷ୍ୟ କରାଯାଏ। ସେହି ଦୃଷ୍ଟିରୁ ମହାକର୍ଷ ବଳ ଓ ପ୍ରତି-ମହାକର୍ଷ ବଳ ମଧ୍ୟରେ କେବେବି ଅସାମଞ୍ଜସ୍ୟ ଘଟି ନ ପାରେ। କେବେ ବି ଗୋଟିଏ ବଳ ଅନ୍ୟ ଗୋଟିଏ ବଳଠାରୁ ବେଶି ବା କମ୍‌ ହୋଇ ନ ପାରେ। ଅର୍ଥାତ୍‌ ଆମ୍ଭମାନଙ୍କ ମହାବିଶ୍ୱରେ ମହାକର୍ଷ ବଳ ଓ ପ୍ରତି ମହାକର୍ଷ ବଳର ପରିମାଣ ସମାନ। ଯଦି ଏହି ଘଟଣା ସତ୍ୟ ହୁଏ, ତେବେ ବ୍ରହ୍ମାଣ୍ଡର ମୃତ୍ୟୁ ହେବ ସ୍ବାଭାବିକ ବାର୍ଦ୍ଧକ୍ୟ ଯୋଗୁ। ଯେହେତୁ ମହାକର୍ଷ ଓ ପ୍ରତି ମହାକର୍ଷ ବଳର ପରିଣାମ ସମାନ ହେବ, ତେବେ ମହାବିଶ୍ୱ ହୁଏତ ସଙ୍କୁଚିତ ହେବ, ନୋହିଲେ ଖୁବ୍‌ ବେଶି ପ୍ରସାରିତ ହେବ। ବରଂ ମହାବିଶ୍ୱ ଆସିଯିବ ଏକ ସାମ୍ୟାବସ୍ଥାକୁ। ପ୍ରତି ମହାକର୍ଷ ବଳ ବହୁ ଦୂରସ୍ଥ ନୀହାରିକାଗୁଡ଼ିକୁ ଦୂରକୁ ଠେଲିଦେଲେ ମଧ୍ୟ ନୀହାରିକା ମଧ୍ୟସ୍ଥ ନକ୍ଷତ୍ରଗୁଡିକର ଆନ୍ତଃ ଆକର୍ଷଣ ବଳକୁ ଛିନ୍ନ କରିପାରିବନି। ସେ କ୍ଷେତ୍ରରେ ନୀହାରିକା ବା କିଛି ସଂଖ୍ୟକ ନୀହାରିକାର ସଂଯୋଗ ସେଗୁଡିକର ସ୍ବାଭାବିକ ଅବସ୍ଥାକୁ ଧରି ରଖିପାରିବ। କିନ୍ତୁ ତା’ର ଅର୍ଥ ଏଇଆ ନୁହେଁ ଯେ, ବିଶ୍ୱ ବ୍ରହ୍ମାଣ୍ଡ ଅମରତ୍ୱ ଲାଭ କରି ପକେଇଲା। ଯେତେ ଯାହା କଲେ ବି ଓ ଯେଉଁ ପ୍ରକାରରେ ହେଲେ ମଧ୍ୟ ବ୍ରହ୍ମାଣ୍ଡ ମୃତ୍ୟୁ ଅବସମ୍ଭାବୀ। ନୀହାରିକାରେ ରହିଥିବା ନକ୍ଷତ୍ରଗୁଡିକ କିନ୍ତୁ ଅମର ନୁହନ୍ତି। ବହୁ କୋଟି କୋଟି ବର୍ଷ ଧରି ଜ୍ୱଳନ୍ତ ରହିବା ଫଳରେ ଏକ ସମୟରେ ନକ୍ଷତ୍ରଗୁଡିକର ଜାଳେଣି ନିଃଶେଷ ହୋଇଯିବ। ଏକ ସମୟରେ ଯେଉଁ ନକ୍ଷତ୍ର ତାପ ମାଧ୍ୟମରେ ତା’ର ନକ୍ଷତ୍ରଜଗତର ଗ୍ରହଗୁଡିକୁ ଉତ୍ତପ୍ତ କରି ରଖିଥାଏ, ସେହି ନକ୍ଷତ୍ର ମଧ୍ୟ ଧୀରେ ଧୀରେ ହୋଇଯିବ ହିମ ଶୀତଳ। ଫଳରେ ତା’ର କକ୍ଷପଥରେ ଥିବା ଗ୍ରହଗୁଡିକ ଶୀତଳ ହୋଇଯିବେ। ଏହି ଭାବରେ ଉଜ୍ଜ୍ୱଳ ନୀହାରିକା ହୋଇପଡିବ ଅନ୍ଧକାରାଚ୍ଛନ୍ନ।
ସମସ୍ତ ପଦାର୍ଥର ରହିଛି ଏକ ଅର୍ଦ୍ଧାୟୁ ବା ‘ ହାଫ୍‌-ଲାଇଫ’। ଯେଉଁ ସମସ୍ତ ପଦାର୍ଥକୁ ଆମେ ଖୁବ୍‌ ସୁସ୍ଥିର ବୋଲି ମନେ କରିଥାଉ, ବହୁ ଲକ୍ଷ କୋଟି ବର୍ଷରେ ବି ତା’ର ସାମାନ୍ୟ ପରିମାଣରେ ହେଲେ ମଧ୍ୟ କ୍ଷୟ ହୋଇଥାଏ। କାରଣ ମୃତ୍ୟୁର ପଞ୍ଝା ମଧ୍ୟରୁ କେହି ମୁକ୍ତି ଯାଇ ନ ଥାନ୍ତି। ଏହିପରି ଭାବରେ ବହୁ କୋଟି କୋଟି ବର୍ଷ ସମୟ ଭିତରେ ବ୍ରହ୍ମାଣ୍ଡର ସକଳ ପଦାର୍ଥ କ୍ଷୟ ପାଇ ପାଇ ଶକ୍ତିରେ ରୂପାନ୍ତରିତ ହୋଇଯିବ ଏବଂ ଗୋଟିଏ ସମୟରେ ବ୍ରହ୍ମାଣ୍ଡର ଏନ୍‌ଟ୍ରୋପି ବା ଉପଲବ୍ଧ ଶକ୍ତିର ହ୍ରାସ ହୋଇଯିବ। ଫଳରେ ବ୍ରହ୍ମାଣ୍ଡରେ କୌଣସି ଘଟଣା ଘଟିବା ସମ୍ଭବ ହେବ ନାହିଁ। ବ୍ରହ୍ମାଣ୍ଡ ହୋଇଯିବ ଶୀତଳ ଓ ସ୍ଥିର, ଠିକ୍‌ ଯେପରି ଘଟିଥାଏ କୌଣସି ପ୍ରାଣୀର ମୃତ୍ୟୁ ପରେ। ମୃତ୍ୟୁ ପରେ ପ୍ରାଣୀର ଶରୀରରେ ଯେପରି ଯାବତୀୟ ବିପାକ କ୍ରିୟାର ଅନ୍ତ ଘଟେ, ଠିକ୍‌ ସେହିପରି ବ୍ରହ୍ମାଣ୍ଡର ବିପାକ କ୍ରିୟା ଅର୍ଥାତ୍‌ ନୂତନ ନୀହାରିକା ତିଆରି କରିବା, ଗ୍ରହ, ନକ୍ଷତ୍ର ଆଦି ସୃଷ୍ଟି ହେବା ଇତ୍ୟାଦି ସବୁ କିଛି ବନ୍ଦ ହୋଇଯିବ। ବ୍ରହ୍ମାଣ୍ଡର ତାପମାତ୍ରା ପହଞ୍ଚତ୍ୟିବ ପରମ ଶୂନ୍ୟ ଉଷ୍ମତାରେ। ମୃତ୍ୟୁ ଘଟିବ ଆମ୍ଭମାନଙ୍କ ପରିଚିତ ଜଗତର। ମୃତ୍ୟୁର ହାତରୁ ମହାବିଶ୍ୱ ମଧ୍ୟ ମୁକ୍ତି ପାଇପାରିବନି।

(ଶେଷ ଭାଗ)
-ଡା. ନିତ୍ୟାନନ୍ଦ ସ୍ବାଇଁ, ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri