ଓଡ଼ିଶାର ପ୍ରଥମ ନିର୍ବାଚନ କମିଶନରଙ୍କ ପରଲୋକ

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ତଥା ଅବସରପ୍ରାପ୍ତ ଆଇଏଏସ୍‌ ଦେବେନ୍ଦ୍ର କୁମାର ମିଶ୍ରଙ୍କର ଶନିବାର ମଧ୍ୟାହ୍ନରେ ପରଲୋକ ହୋଇଛି। କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ତେଣୁ ତାଙ୍କୁ ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୮୫ବର୍ଷ ବୟସରେ ତାଙ୍କର ଆଜି ଦେହାନ୍ତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। ପ୍ରଥମ ନିର୍ବାଚନ କମିଶନର ଭାବେ ୧୯୯୪ରୁ ୧୯୯୯ ମସିହା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସ୍ବତନ୍ତ୍ର ସହାୟକ, ଭବାନୀପାଟଣା ଉପଜିଲାପାଳ, ସମ୍ବଲପୁର ଜିଲା ଯୋଗାଣ ଅଧିକାରୀ, ଓ ହ୍ୟାଣ୍ଡଲୁମ ନିଗମର ଜେନେରାଲ ମ୍ୟାନେଜର, ମ୍ୟୁନିସିପାଲ ପ୍ରଶାସନର ନିର୍ଦ୍ଦେଶକ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଥିଲେ।