ଦକ୍ଷିଣ ଆଫ୍ରିକା ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ…

ଜୋହାନ୍ସବର୍ଗ,୯।୯ : ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ ଘଟିଛି ହୋଇଛି ବୋଲି ରାଷ୍ଟ୍ରପତି ରାମାଫୋସା ନିଶ୍ଚିତ କରିଛନ୍ତି। ଭେଟେରାନ ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜୀଙ୍କ ଶନିବାର ସକାଳେ ଦେହାନ୍ତ ହୋଇଛି। ଗତ ସପ୍ତାହରେ ଇଙ୍କଥା ଫ୍ରିଡମ ପାର୍ଟିର ସମ୍ମାନିତ ସଭାପତି ବୁଥେଲେଜି ତାଙ୍କର ୯୫ତମ ଜନ୍ମଦିନ ପାଳନ କରିଥିଲେ। ପିଠି ଯନ୍ତ୍ରଣା ପାଇଁ ଅପରେଶନ ପରେ ସେ କେତେକ ଜଟିଳତାର ସମ୍ମୁଖୀନ ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ ଅଗଷ୍ଟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ।

ଜି -୨୦ ରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଥିବା ରାଷ୍ଟ୍ରପତି ସିରିଲ ରାମାଫୋସା ଶନିବାର ସକାଳେ ଏକ ବିବୃତ୍ତି ମାଧ୍ୟମରେ ବୁଥେଲିଜୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ ଏକ ଟୁଇଟରେ କହିଛନ୍ତି  କ୍ୱାଫିଣ୍ଡଙ୍ଗାନାର ପ୍ରିନ୍ସ ମଙ୍ଗୋସୁଥୁ ବୁଥେଲେଜୀଙ୍କ ଦେହାନ୍ତ ହୋଇଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ। ଆମ ମୁକ୍ତି ସଂଗ୍ରାମର ଉତ୍ଥାନ-ପତନ, ୧୯୯୪ରେ ଆମର ସ୍ବାଧୀନତାର ସୁରକ୍ଷା ଏବଂ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ସମେତ ଆମ ଦେଶର ରାଜନୈତିକ ତଥା ସାଂସ୍କୃତିକ ଜୀବନରେ ପ୍ରିନ୍ସ ମଙ୍ଗୋସୁଥୁ ବୁଥେଲେଜି ଜଣେ ଉଲ୍ଲେଖନୀୟ ନେତା ଭାବରେ କାର୍ଯ୍ୟ କରିଛନ୍ତି। ’

ସେ କହିଛନ୍ତି ବୁଥେଲେଜି ଜଣେ ଶକ୍ତିଶାଳୀ ନେତା ଯିଏ ଆମ ଦେଶର ଇତିହାସରେ ସାତ ଦଶନ୍ଧି ଧରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସରକାର ଏବଂ ପରିବାର ମଧ୍ୟରେ ପରାମର୍ଶ ଆଧାରରେ ବୁଥେଲିଜିଙ୍କ ଶୋକ ଓ ସମ୍ମାନର ବ୍ୟବସ୍ଥା ସମ୍ପର୍କରେ ଏକ ଘୋଷଣା କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

କାହିଁକି ପଛଘୁଞ୍ଚା ଦେଲେ ଟ୍ରମ୍ପ, କହିଦେଲେ ଏହି ବଡ଼ କାରଣ

ଓ୍ବାଶିଂଟନ,୨୭ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ତେବେ ଟ୍ରମ୍ପ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ସେନେଇ ସୋସିଆଲ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri