ସାମାଜିକ କର୍ମୀ ମିନତୀ ମହାନ୍ତିଙ୍କ ପରଲୋକ

କଟକ,୧୦।୬(କାର୍ତ୍ତିକ ସାହୁ): ଓଡ଼ିଶା ନାରୀ ସେବା ସଂଘର ଆଜୀବନ ସଦସ୍ୟା ତଥା ବିଶିଷ୍ଟ ସାମାଜିକ କର୍ମୀ ମିନତୀ ମହାନ୍ତି(୯୭)ଙ୍କ ସୋମବାର ପରଲୋକ ହୋଇଯାଇଛି। ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମିଶନ୍‌ରୋଡ୍‌ସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ। ଗତ ଜାନୁଆରୀ ମାସରେ ଶ୍ୱାସକ୍ରିୟା ସମସ୍ୟା ହେତୁ ମେଡିକାଲରେ ଭର୍ତ୍ତି ହୋଇ ମାସେ କାଳ ଚିକିତ୍ସିତ ହୋଇଥିଲେ। ପରେ ତାଙ୍କୁ ଘରେ ରଖି ନିୟମିତ ଭାବେ ଅକ୍ସିଜେନ୍‌ ଦିଆଯାଇ ଚିକିତ୍ସା କରାଯାଉଥିଲା। ସକାଳେ ସେ ନିସ୍ତେଜ ହେବା ଦେଖି ଡାକ୍ତରଙ୍କୁ ଡକାଯାଇଥିଲା। ଡାକ୍ତର ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ସୁବ୍ରତ ମହାନ୍ତି ମୁଖାଗ୍ନି ଦେଇଥିଲେ। ତାଙ୍କର ସାନ ପୁଅ ଦେବବ୍ରତ, କନ୍ୟା କିଶୋରୀ ପଟ୍ଟନାୟକ, ଟିଟା ପଟ୍ଟନାୟକ ଓ ସୁସ୍ମିତା ପଟ୍ଟନାୟକ ଅଛନ୍ତି। ସେ ହେଉଛନ୍ତି ପୂର୍ତ୍ତ ବିଭାଗର ଚିଫ୍‌ ଇଞ୍ଜିନିୟର ସ୍ବର୍ଗତ ଆର୍ତ୍ତବନ୍ଧୁ ମହାନ୍ତିଙ୍କ ସ୍ତ୍ରୀ। ସେ ମଧ୍ୟ ଇନରହୁଇଲ୍‌ କ୍ଲବର ସଭାନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
ସ୍ବର୍ଗତା ମହାନ୍ତି, ଅସହାୟଙ୍କୁ ସେବା, ସହାୟତା ଯୋଗାଇ ଦେବାରେ ସର୍ବଦା ବ୍ୟସ୍ତ ଥାନ୍ତି। ତାଙ୍କର ସମ୍ପର୍କୀୟ ପିଉସୀ ମା’ ରମାଦେବୀ ଚୌଧୁରୀଙ୍କ ସହ ବିଭିନ୍ନ ସମୟରେ ବହୁ ସେବା କାର୍ଯ୍ୟ କରିଛନ୍ତି। କଟକ ବାଙ୍କାବଜାରର ଦେବେନ୍ଦ୍ର କିଶୋର ଦାସ ଓ ସୁରପ୍ରିୟା ଦେଇ କନ୍ୟା ଭାବେ ସେ ୧୯୨୭ ଡିସେମ୍ବର ୩୧ ତାରିଖରେ ଜନ୍ମ ହୋଇଥିଲେ। ରେଭେନ୍ସା ବାଳିକା ବିଦ୍ୟାଳୟରୁ ବିଦ୍ୟାଳୟ ଶିକ୍ଷା କରିଥିଲେ। ମହିଳାଙ୍କୁ ସ୍ବାବଲମ୍ବୀ କରିବା, ଶିଶୁଙ୍କୁ ଶିକ୍ଷାଦାନ, ସାମାଜିକ, ସାଂସ୍କୃତିକ ବିକାଶ ତଥା ପ୍ରଦୂଷଣମୁକ୍ତ ପ୍ରାକୃତିକ ପରିବେଶ ଦିଗରେ ସେ କାର୍ଯ୍ୟ କରି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri