Categories: ଖେଳ

ସତ୍ୟବ୍ରତ ବେହେରାଙ୍କ ପରଲୋକ

କଟକ,୧୨ା୮(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପୂର୍ବତନ ଯୁଗ୍ମସମ୍ପାଦକ ତଥା କଟକ ଜିଲା କ୍ରିକେଟ ସଂଘର ପୂର୍ବତନ ସମ୍ପାଦକ ସତ୍ୟବ୍ରତ ବେହେରା(୫୨)ଙ୍କ ଶୁକ୍ରବାର ପରଲୋକ ହୋଇଛି। ବିଶିଷ୍ଟ କ୍ରୀଡ଼ା ସଂଗଠକ ଆଶୀର୍ବାଦ ବେହେରାଙ୍କର ସେ ଜ୍ୟେଷ୍ଠ ପୁତ୍ର। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। କିଛିଦିନ ତଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁରୀର ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସାନଭାଇ ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସଞ୍ଜୟ ବେହେରା ମୁଖାଗ୍ନି ଦେଇଥିଲେ। ସତ୍ୟବ୍ରତ ଓସିଏର ପୂର୍ବତନ ଯୁଗ୍ମ ସମ୍ପାଦକ ଏବଂ କଟକ ଜିଲା ଆଥଲେଟିକ୍‌ ଆସୋସିଏଶନର କ୍ରିକେଟ ସମ୍ପାଦକ ଥିଲେ। ମେୟର ସୁବାସ ସିଂଙ୍କ ସମେତ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସମେତ କଟକର ବିଭିନ୍ନ କ୍ରୀଡ଼ା କ୍ଲବର କର୍ମକର୍ତ୍ତା, କର୍ପୋରେଟର ଓ କ୍ରିକେଟର ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଥିଲେ। ଓସିଏ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Share