Posted inଜାତୀୟ

କୂଅରେ ପଡ଼ିଥିବା ବାଛୁରୀକୁ ବଞ୍ଚାଇବାକୁ ଯାଇ ୫ ଯୁବକ ମୃତ

ଲକ୍ଷ୍ନୌ, ୮।୯: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ିଥିବା ଏକ ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ୫ ଜଣ ଯୁବକ ମୃତ୍ୟୁବରଣ କରିଛନ୍ତି। ଜଣଙ୍କ ପରେ ଜଣେ ଯୁବକ କୂଅ ମଧ୍ୟକୁ ଯାଇଥିଲେ ମଧ୍ୟ ବିଷାକ୍ତ ଗ୍ୟାସ ଲାଗି ସମସ୍ତେ ଭିତରରେ ଚେତାଶୂନ୍ୟ ହୋଇ ପାଣିରେ ପଡ଼ି ବୁଡ଼ି ଯାଇଥିଲେ।
ଘଟଣାଟି ଜିଲାର ନଗର କୋତାବଳୀ ଅଞ୍ଚଳରେ ଘଟିଛି। ଅଘଟଣ ଘଟିବା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକମାନେ କହିଥିଲେ ଯେ, ଗୋଟିଏ ବାଛୁରୀ କୂଅ ମଧ୍ୟରେ ଗଳି ପଡ଼ିଥିଲା। ଏହାକୁ ଉଦ୍ଧାର କରିବାକୁ ପ୍ରଥମେ ଜଣେ ଯୁବକ କୂଅ ମଧ୍ୟକୁ ପ୍ରବେଶ କରିଥିଲେ। ସେ ବାଛୁରୀକୁ ଦୌଡ଼ିରେ ବାନ୍ଧି ଏହାକୁ ବାହାର କରି ଦେଇଥିଲେ ମଧ୍ୟ ନିଜେ ଭିତରେ ସଂଜ୍ଞାହୀନ ହୋଇ ପାଣିରେ ପଡ଼ି ବୁଡ଼ିଯାଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଯୁବକ କୂଅ ମଧ୍ୟକୁ ଯାଇଥିଲେ ମଧ୍ୟ ସେ ସଂଜ୍ଞାହୀନ ହୋଇ ବୁଡ଼ିଯାଇଥିଲେ। ଏପରି ଭାବେ ଜଣଙ୍କ ପରେ ଜଣେ ଏପରି ଭାବେ ଆଉ ୪ ଜଣ ଯୁବକ କୂଅ ମଧ୍ୟକୁ ପଶିଥିଲେ ମଧ୍ୟ ସମାନ କାରଣ ଲାଗି ବୁଡ଼ିଯାଇଥିଲେ। କୂଅ ଭିତରେ ବିଷାକ୍ତ ଗ୍ୟାସ ଥିବା ସନ୍ଦେହ କରାଯାଉଛି। ପ୍ରଶାସନ ପକ୍ଷରୁ କଠିନ ପରିଶ୍ରମ କରାଯାଇ ଜଣଙ୍କ ପରେ ଜଣେ ୫ଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସମସ୍ତଙ୍କ ବୟସ ୨୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ଏପରିକି ଗୋଟିଏ ପରିବାରର ୪ ଜଣ ସଦସ୍ୟ ରହଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, କୂଅରେ ଲୋକମାନେ ଅଳିଆ ଆବର୍ଜନା ପକାଇଥାନ୍ତି। ଯେଉଁଥି ପାଇଁ ଭିତରେ ବିଷାକ୍ତ ଗ୍ୟାସ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri