କିଡନୀ ରୋଗରେ ଯୁବକଙ୍କ ମୃତ୍ୟୁ ଘଟଣା: ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କଲା ସ୍ବାସ୍ଥ୍ୟ ବିଭାଗ

ଅମରପାଲି,୨୫।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କୋଟସମଲେଇ ପଞ୍ଚାୟତର ସୁନାପାଲିରେ କିଡନୀ ରୋଗର ଗତ ଗୁରୁବାର ଜଣେ ଆଦିବାସୀ ଯୁବକ ଭରତ ଭୋଇ (୩୧)ଙ୍କ ମୃତ୍ୟୁ ହୋଇଥିଲ। ବୀରମହାରାଜପୁର ଉପଖଣ୍ଡର ଉପାନ୍ତ କୋଟସମଲେଇ ପଞ୍ଚାୟତର ଏହି ବ୍ୟକ୍ତିଙ୍କ ସମେତ ବହଳପଦର ଓ ଦୁର୍ଜନତୈଲାର ସମୁଦାୟ ୪ ଜଣ ବ୍ୟକ୍ତିଙ୍କ ସପ୍ତାହେ ମଧ୍ୟରେ କିଡନୀ ରୋଗରେ ମୃତ୍ୟୁ ହୋଇଥିଲା। ଏନେଇ ଧରିତ୍ରୀରେ ଶନିବାର ଏକ ଖବର ପ୍ରକାଶ ପାଇଥିଲା। ତେବେ ସ୍ବାସ୍ଥ୍ୟ ବିଭାଗ କିଡନୀ ରୋଗର ମୃତ୍ୟୁବରଣ କରିଥିବା ବଡ଼ମାଳ, ମାଳିଦାଦର ଓ କୁହିଦାଦର ଗ୍ରାମକୁ ଯାଇ ମୃତ୍ୟୁର କାରଣ ତଦନ୍ତ କରିବା ସହିତ ଲୋକଙ୍କୁ ସଚେତନ କରିଥିଲେ। ମାତ୍ର କୋଟସମଲାଇ ପଞ୍ଚାୟତର ସୁନାପାଲି ଗ୍ରାମକୁ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ନ ଥିଲା। ଫଳରେ ଏହାକୁ ନେଇ ମଧ୍ୟ ଏକ ଖବର ରବିବାର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶନ ପରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ସୋମବାର ସୁନାପାଲିରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରିବା ସହ ରକ୍ତ ନମୁନା , ପାନୀୟ ଜଳ ନମୁନା ସଂଗ୍ରହ କରିଛନ୍ତି। କୋଟସମଲାଇ ସ୍ବାସ୍ଥ୍ୟକେନ୍ଦ୍ର ର ଡ଼ା. ଆଦିତ୍ୟ ଶ୍ରୀତମ ରାଉତଙ୍କ ସମେତ ଫର୍ମାସିଷ୍ଟ ଶ୍ରାବଣ କୁମାର ନନ୍ଦ,ମହିଳା ସ୍ବାସ୍ଥ୍ୟକର୍ମୀ ରତ୍ନାକର ମହନ୍ତ, ଏଲଟି ସବାନା ଆରଜୁ, ଏଏନଏମ ଜ୍ୟୋର୍ତିମୟୀ ପ୍ରଧାନ ଓ ଆଶା କର୍ମୀ ଶୁକ୍ରୀତା ବୁଡେକ ପ୍ରମୁଖ ସୁନାପାଲି ଗ୍ରାମକୁ ଯାଇ କିଡନୀରେ ମୃତକଙ୍କ ଘରକୁ ଯାଇ ମୃତ୍ୟୁର କାରଣ ତଦନ୍ତ କରିଛନ୍ତି। ଏହାପରେ ଗ୍ରାମରେ ଲୋକଙ୍କୁ ସଚେତନ କରିଛନ୍ତି। ଏହା ସହିତ ଗ୍ରାମର ୪୬ ଜଣ ବ୍ୟକ୍ତିଙ୍କଠୁ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ବହୁଳ ବ୍ୟବହାର ହେଉଥିବା ପ୍ରାୟ ୫ ଟି ସ୍ଥାନରୁ ପାନୀୟ ଜଳ ନମୁନା ମଧ୍ୟ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ସୂଚନା ଯୋଗ୍ୟ ଏହି ଗ୍ରାମକୁ ପ୍ରାୟ ବିଭିନ୍ନ ସମୟ ରେ ପ୍ରାୟ ୧୭ ଜଣଙ୍କ କିଡନୀ ଜନିତ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ପ୍ରଶାସନ ତରଫରୁ ଏହି ଗ୍ରାମରେ କିଡନୀ ରୋଗର ପ୍ରତିକାର ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ସହିତ କିଡନୀ ରୋଗର ମୃତକଙ୍କୁ ସରକାରୀ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri