ବାଘ ଶାବକର ମୃତ୍ୟୁ

ବାରଙ୍ଗ,୨୧ା୩(ଡି.ଏନ୍‌.ଏ.): ନନ୍ଦନକାନନରେ ବାଘୁଣୀ ରୁପା ଜନ୍ମ ଦେଇଥିବା ୩ଟି ଶାବକ ମଧ୍ୟରୁ ଗୋଟିଏ ଧଳା ଶାବକର ମୃତ୍ୟୁ ହୋଇଛି। ଶାବକଟି ୧୦ ଦିନର ହୋଇଥିଲା। ରବିବାର ହଠାତ୍‌ ଶାବକଟି ଅସୁସ୍ଥ ହୋଇପଡ଼ିଥିଲା। ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସକ ତା’ର ଚିକିତ୍ସା କରିଥିଲେ। କିନ୍ତୁ ସାରେ ତା’ର ମୃତ୍ୟୁ ହୋଇଥିଲା। ଏହି ଶାବକର ମୃତ୍ୟୁ ପରେ ନନ୍ଦନକାନନରେ ମୋଟ୍‌ ବାଘଙ୍କ ସଂଖ୍ୟା ୨୮କୁ ହ୍ରାସ ପାଇଛି।